Posted inଜାତୀୟ

ଏନ୍‌ଆର୍‌ସି ତାଲିକାରୁ ବାଦ୍‌ ପଡିଥିବା ଲୋକଙ୍କ ପାଇଁ ନିର୍ମାଣ ହେଲା ଡିଟେନଶନ ସେଣ୍ଟର

ଗୁଆହାଟି,୧୪।୯: ଆସାମର ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜନ(ଏନ୍‌ଆର୍‌ସି) ତାଲିକାରୁ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ହେଲେ ଏମାନଙ୍କୁ ତୁରନ୍ତ ବିଦେଶୀ ଘୋଷିତ ନ କରାଯାଇ ଏଥିପାଇଁ କିଛି ସମୟ ଦିଆଯାଇଛି। ହେଲେ ଏହାପରେ ଯେଉଁମାନଙ୍କୁ ବିଦେଶୀ ଘୋଷଣା କରାଯିବ ସେମାନଙ୍କ ପାଇଁ ଆସାମର ଗୋଲପାଡାରେ ସବୁଠାରୁ ବଡ ଡିଟେନଶନ ସେଣ୍ଟର ତିଆରି କରାଯାଉଛି। ଏଥିପାଇଁ ପ୍ରାୟ ୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ଏଠାରେ ପାଖାପାଖି ୩ ହଜାର ଲୋକ ରହିବାର ବ୍ୟବସ୍ଥା ରହିଛି। ଗତବର୍ଷ ଡିସେମ୍ବରରେ ଏହା ଆରମ୍ଭ କରାଯାଇଥିବା ବେଳେ ଚଳିତ ବର୍ଷ ଡିସେମ୍ବରରେ ଏହା ସମ୍ପୁର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ପୁଣିଥରେ ଏନ୍‌ଆର୍‌ସି ତୁଡାନ୍ତ ତାଲିକା ପ୍ରକାଶ ପାଇବାର ଅଛି ଆଉ ଏହା ଅନ୍‌ ଲାଇନରେ ଉପଲବ୍ଧ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୫।୨ : ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କ୍ଷେତ୍ରରେ ସାମାଜିକ ଚିନ୍ତାଧାରା ଗ୍ରହଣୀୟ ନୁହେଁ। ସମାଜ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ କିଭଳି ଚିନ୍ତା କରୁଛି ତାହାକୁ...

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି।...

ସିବିଏସ୍‌ଇ ବୋର୍ଡ ପରୀକ୍ଷା: ୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ-ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ୧୭ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ...

ସିଏଜି ଭାବେ ନିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ପୂର୍ବତନ ଏଲ୍‌ଜି ଗିରୀଶ ମୁର୍ମୁ

ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଗୁରୁବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ମିଳିଛି। ଠିକ୍‌ ଆଜିକୁ ବର୍ଷେ...

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ...

ଶପଥ ନେଲେ ଚନ୍ନି…

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ତଥା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ଫଳରେ ଚନ୍ନି ଏବେ ପଞ୍ଜାବର ୧୬...

ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍‌ ସଂକ୍ରମଣ ଧିରେ ଧିରେ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ୨୧...

ହିଂସାକାରୀଙ୍କଠାରୁ ଆଦାୟ ହେବ ନଷ୍ଟ ସମ୍ପତ୍ତିର ମୂଲ୍ୟ

ଲକ୍ଷ୍ନୌ୍‌, ୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ହିଂସା ଘଟାଇଥିବା...

Advertisement
Archives

Model This Week