Posted inଜାତୀୟ

ଏନ୍‌ଆର୍‌ସି ଚୁଡାନ୍ତ ତାଲିକାରେ ନାଁ ନ ଥିବାରୁ ଜୀବନ ହାରିଲେ ମହିଳା

ଗୁଆହାଟି,୧।୯: ଆସାମର ସୋନିତପୁର ଜିଲାରେ ଜଣେ ମହିଳାଙ୍କ ନାଁ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ଚୁଡାନ୍ତ ତାଲିକାରେ ନ ଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସୋନିତପୁରର ସାୟରା ବେଗମ(୪୨) ନାମକ ଏହି ମହିଳା ଜଣଙ୍କ ଯେତେବେଳେ ଏନ୍‌ଆର୍‌ସି ଚୁଡାନ୍ତ ତାଲିକାରେ ତାଙ୍କ ନାଁ ନ ଥିବା ଜାଣିବାକୁ ପାଇଥିଲେ ସେତେବେଳେ ସେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ହେଲେ ପଡୋଶୀଙ୍କ କହିବା କଥା ହେଲା ମହିଳା ଜଣଙ୍କ ମାନସିକ ସ୍ତରରେ ସୁସ୍ଥ ନ ଥିଲେ। ତେବେ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଶନିବାର ଆସାମରେ ଏନ୍‌ଆର୍‌ସି ଚୁଡାନ୍ତ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରୁ ପାଖାପାଖି ୧୯ ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହେବାରୁ ସିବିଏସ୍‌ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ଅବଶିଷ୍ଟ ପରୀକ୍ଷାଗୁଡ଼ିକ...

କଶ୍ମୀରୀ ପଣ୍ଡିତଙ୍କ ସାମୁହିକ ପଳାୟନ, ଏବେ ପର୍ଯ୍ୟନ୍ତ ଘାଟି ଛାଡିଲେଣି ୧୮୦୦ଜନତା ୩୦୦୦ କର୍ମଚାରୀ

ଶ୍ରୀନଗର,୩ ।୬: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ୪୮ ଘଣ୍ଟା ଭିତରେ ଦ୍ୱିତୀୟ ହିନ୍ଦୁ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ କଶ୍ମୀରୀ ପଣ୍ଡିତମାନେ ଘଟିରେ ସମସ୍ତ...

ବିଧାୟକଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁଃଖି, କେବେ ଚାଲିଯିବ ପଦ: ଗଡକରୀ

ନୂଆଦିଲ୍ଲୀ,୧୪ ।୯: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ନିଜର ବେକାକୁ ବୟାନକୁ ନେଇ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ସୋମବାର ରାଜସ୍ଥାନ ଜୟପୁରରେ ଆୟୋଜିତ ଏକ...

ସ୍ତ୍ରୀ ଖୋଜୁଛନ୍ତି ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟୁଇଟ୍‌

କୋହିମା,୧୧।୭: ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମ୍‌ନା ଆଲଙ୍ଗଙ୍କ ଏକ ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ...

କେବଲ ବ୍ରିଜ ଦୁର୍ଘଟଣା: ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ମାମଲା

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ଓ ୧୭୦ ଜଣଙ୍କୁ...

ଖାଇବା କମାଇଦେଲେଣି ଗ୍ରାମାଞ୍ଚଳର ୫୦% ପରିବାର

ନୂଆଦିଲ୍ଲୀ,୧୪ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଗ୍ରାମାଞ୍ଚଳ ଜନସାଧାରଣ ଖାଇବା କମାଇଦେଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ୧୨ଟି ରାଜ୍ୟରୁ ୫୦୦୦ରୁ ଊର୍ଦ୍ଧ୍ୱ...

ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ ହେବ କଲ୍ୟାଣ ସିଂ ମାର୍ଗ…

ଅଯୋଧ୍ୟା,୨୩।୮: ଅଯୋଧ୍ୟାରେ ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ କଲ୍ୟାଣ ସିଂ ମାର୍ଗ ହେବ। ଏହା ସହିତ ଲକ୍ଷ୍ନୌ, ପ୍ରୟାଗରାଜ, ବୁଲନ୍ଦଶହର ଏବଂ ଅଲିଗଡରେ ଗୋଟିଏ...

ଶ୍ରୀଲଙ୍କାରୁ ଲାକ୍ଷାଦ୍ୱୀପରେ ପହଞ୍ଚିଲା ସନ୍ଦିଗ୍ଧ ବୋଟ୍‌: ଗୋଇନ୍ଦା ବିଭାଗ ସୂଚନା ଆଧାରରେ କେରଳରେ ହାଇଆର୍ଲଟ

ଥିରୁବନନ୍ତପୁରମ୍‌,୨୬।୫: ଶ୍ରୀଲଙ୍କାରୁ ଏକ ସନ୍ଦିଗ୍ଧ ବୋଟ୍‌ ଲାକ୍ଷାଦ୍ୱୀପରେ ଆସି ପହଞ୍ଚିଛି। ଏଥିରେ ୧୫ ଜଣ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା...

Advertisement
Archives

Model This Week