Posted inଜାତୀୟ

ଏନ୍‌ଆର୍‌ସିକୁ ବିରୋଧ, ଆସାମ ବନ୍ଦ

ଗୁଆହାଟୀ,୨୧ା୯(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଚୂଡ଼ାନ୍ତ ତାଲିକାରୁ ବହୁ ମୂଳବାସିନ୍ଦା ବାଦ୍‌ ପଡିଥିବାରୁ ଏହା ବିରୋଧରେ ଶୁକ୍ରବାର ଆସାମରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଅଗଷ୍ଟ ୩୧ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ଅନେକ ତ୍ରୁଟି ରହିଥିବା ଅଲ୍‌ କୋଚ୍‌ ରାଜବଂଶୀ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏକେଆର୍‌ଏସ୍‌ୟୁ) ଅଭିଯୋଗ କରିବା ସହ ବାଦ୍‌ ପଡିଥିବା ଉକ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ସାମିଲ କରିବା ପାଇଁ ଦାବି କରିଛି। ଚୂଡ଼ାନ୍ତ ତାଲିକାରେ ହଜାର ହଜାର କୋଚ୍‌ ରାଜବଂଶୀ ସମ୍ପ୍ରଦାୟର ବ୍ୟକ୍ତି ବାଦ୍‌ ପଡିଥିବାରୁ ଏହି ତାଲିକା ଗ୍ରହଣୀୟ ନୁହେଁ ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି। ବନ୍ଦକୁ ନେଇ କୌଣସି ହିଂସାକାଣ୍ଡ ଘଟି ନ ଥିବାବେଳେ ବିକ୍ଷୋଭକାରୀ ଏନ୍‌ଆର୍‌ସି କୋଅର୍ଡିନେଟର ପ୍ରତୀକ ହାଜେଲାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। କୋଚ ରାଜବଂଶୀ ବହୁଳ ଜିଲା ମୋରିଗାଓଁ, କୋକ୍ରାଝର, ଚିରାଙ୍ଗ, ବକ୍ସ, ନାଲବାରି, ନାଗାଓଁ ଏବଂ ଶିବସାଗରରେ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ଅଭେଦ୍ୟ ଚକ୍ରବ୍ୟୁହ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ମାଧ୍ୟମରେ ଭାଜପା ଉତ୍ତରପ୍ରଦେଶ (ୟୁପି)ରେ ଏକ ଅଭେଦ୍ୟ ଚକ୍ରବ୍ୟୁହ ଗଠନ କରିଛି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ...

ଥମୁନି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ, ୮।୬ : ଏବେ ଏଏମ୍‌ଆଇ ମହଙ୍ଗା ହେବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି...

ବୈଷ୍ଣୋଦେବୀ ମନ୍ଦିରର ୮ପୂଜାରୀ କରୋନା ପଜିଟିଭ୍‌

କଟରା,୧୩।୮: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ହୋଇପଡ଼ିଥିବା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ...

ବର-କନ୍ୟାଙ୍କ ସହ ସେଲ୍‌ଫି ନେଉଥିଲେ କରୋନା ସଂକ୍ରମିତ: ପରେ ଘଟିଲା ଏମିତି

ଭୋପାଳ,୭।୫: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଦେଇଛି। ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ସହ ବଢିବାରେ ଲାଗିଛି। ଏହାସତ୍ତ୍ୱେ କିଛି ଲୋକ...

ସ୍ତ୍ରୀଙ୍କ କଥା ସହି ନ ପାରି ନିଜ କାର୍‌ରେ ନିଆଁ ଲଗାଇଦେଲେ ସ୍ବାମୀ

ଭରତପୁର,୨୨।୨: ମଧ୍ୟପ୍ରଦେଶର ଭରତପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଗାଳି ସହି ନ ପାରି କାର୍‌ରେ ନିଆଁ ଲଗାଇଦେଇଛନ୍ତି।...

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ...

ଭିତରେ କରୋନା-ସୀମାରେ ଚାଇନା: ଭାରତ ଲଢୁଛି ଦୋହରା ଯୁଦ୍ଧ…

ଲଦାଖ, ୨୨।୪: ଭାରତ ଏବେ ଦୋହରା ଯୁଦ୍ଧ ଜାରି ରଖିଛି। ଦେଶ ଭିତରେ କରୋନା ସଂକ୍ରମଣ ସହିତ ଲଢ଼େଇ ହେଉଥିବାବେଳେ ପୂର୍ବ ଲଦାଖର ଭାରତ ସୀମାରେ...

Advertisement
Archives

Model This Week