Posted inଖେଳ

ଏନଡିିଟିଏଲ୍‌ ଉପରୁ ସସ୍‌ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ ରିଜିଜୁ ସୋମବାର ସୂଚନା ଦେଇଛନ୍ତି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ମହାନିର୍ଦ୍ଦେଶକ ନବିନ ଅଗ୍ରଓ୍ବାଲ ଏବଂ ଏନ୍‌ିଡିିଟିଏଲ ସାଇଣ୍ଟିଫିକ୍‌ ଡାଇରେକ୍ଟର ପି. ଏଲ୍‌. ସାହୁଙ୍କ ଉପସ୍ଥିତିରେ ମନ୍ତ୍ରୀ ଲାବରେଟୋରି ପରିଦର୍ଶନରେ ଯାଇ ସମୀକ୍ଷା କରିଛନ୍ତି। କେତେକ ବୈଷୟିକ ତ୍ରୁଟି ସୁଧାରିବା ଜରୁରି ବୋଲି ମନ୍ତ୍ରୀ ଅନୁଭବ କରିଛନ୍ତି। ଖୁବ୍‌ ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏନଡିଟିଏଲ ଏସିଆର ଅନ୍ୟତମ ଶ୍ରେଷ୍ଠ ଡୋପ୍‌ ଟେଷ୍ଟିଂ ଲାବରେଟୋରି ବିବେଚିତ ହୋଇ ଆସୁଥିଲା। ମାତ୍ର ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ନିକଟରେ ଏନଡିଟିଏଲ୍‌ ସ୍ବୀକୃତିକୁ ୬ ମାସ ସସ୍‌ପେଣ୍ଡ କରିଛି, ଯାହାକି ଦେଶର ଆଣ୍ଟି-ଡୋପିଂ କାର୍ଯ୍ୟକ୍ରମକୁ ଶକ୍ତ ଧକ୍କା ଦେଇଛି। ମନ୍ତ୍ରଣାଳୟ ଓ୍ବାଡାର ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା। ଏସିଆର ଅନ୍ୟତମ ଶ୍ରେଷ୍ଠ ଲାବରେଟୋରି ଉପରୁ ସାମୟିକ ସ୍ବୀକୃତି ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ପାରିଥାନ୍ତା। ଏପରିକି ସୁଧାର ଆଣିବା ଲାଗି କିଛି ସମୟ ଧାର୍ଯ୍ୟ କରିପାରିଥାନ୍ତା ବୋଲି କ୍ରୀଡ଼ା ମନ୍ତ୍ରୀ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ରୋମାନିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୨୦।୨ (ପି.ଟି.)- ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ରେ ରୋମାନିଆକୁ ପରାସ୍ତ କରିଛି। ତୁର୍କୀର ତର୍କଲର ଷ୍ଟାଡିୟମରେ...

ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ ପାଲଟିଛି ଦିଲ୍ଲୀ

ନୂଆଦିଲ୍ଲୀ,୨।୫ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମ ଏବେ ପାଲଟିଛି ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ। ଶନିବାର ଭଳି ରବିବାର ମଧ୍ୟ ଏଠାରେ ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ...

ଓମାନ ଓପନ୍‌ ଫାଇନାଲରେ ଶରଥ୍‌

ମସ୍କଟ, ୧୫।୩ (ପି.ଟି.)- ଭାରତୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ୍‌ କମଲ ଏଠାରେ ଚାଳିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜର ପ୍ଲସ ଓମାନ୍‌ ଓପନ୍‌ର ଫାଇନାଲରେ...

ଚହଲ-ଧନଶ୍ରୀଙ୍କ ମଧ୍ୟରେ ଝଗଡା!

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଉଭୟ ନିଜ ଫଟୋ...

ଫ୍ରେଞ୍ଚ୍‌ ଓପନ୍‌: ଡବଲ୍ସ ଟାଇଟଲ ବଜାୟ ରଖିଲେ ବାବୋସ- ମ୍ଲାଡେନୋଭିକ୍‌

ପ୍ୟାରିସ୍‌,୧୨।୧୦(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ଡବଲ୍ସ ଇଭେଣ୍ଟରେ ଟିମିଆ ବାବୋସ୍‌ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ ଟାଇଟଲ ବଜାୟ ରଖିଛନ୍ତି। ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଥିବା ଏହି...

ବସ୍‌ ଦୁର୍ଘଟଣା: ଓଡ଼ିଶା ଜୁଡୋ ଖେଳାଳି ଆହତ

ଭୁବନେଶ୍ୱର, ୨୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ରାତିରେ ଏକ ବସ୍‌ ଦୁର୍ଘଟଣାରେ ଓଡ଼ିଶା ଜୁଡୋ ଖେଳାଳିମାନେ ଆହତ ହୋଇଛନ୍ତି। ଖବର ଅନୁସାରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ...

‘ଭୟଭୀତ ହେବାର ଆବଶ୍ୟକତା ନାହିଁ’

ଲଣ୍ଡନ,୨୬।୫- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତକୁ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬ ଉଇକେଟରେ ପରାସ୍ତ କରିଛି। ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡେ ଗ୍ରାଣ୍ଡହୋମଙ୍କ...

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ନୀତୀନ ଏକମାତ୍ର ଭାରତୀୟ ଅମ୍ପାୟର

ଦୁବାଇ, ୧୨।୨ (ପି.ଟି.):  ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ର ଆଗାମୀ ୭ମ ସଂସ୍କରଣ ଚଳିତ ମାସ ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଆୟୋଜକ ଅଷ୍ଟ୍ରେଲିଆ ଓ...

Advertisement
Archives

Model This Week