Posted inଜାତୀୟ

ଏଣିକି ପୋଲିସକର୍ମୀ ନିଜସ୍ବ ଗାଡ଼ିରେ ପୋଲିସ ଷ୍ଟିକର ଲଗାଇଲେ ଯିବାକୁ ପଡ଼ିପାରେ ଜେଲ୍‌

ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଏଣିକି ପୋଲିସ କର୍ମଚାରୀ ନିଜସ୍ବ ଗାଡିରେ ପୋଲିସ ଷ୍ଟିକର ଲଗାଇପାରିବେନି। ଯଦି କୌଣସି ବ୍ୟକ୍ତି ଲଗାନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁମ୍ବାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଅନୁସାରେ, ଯଦି ପୋଲିସ କର୍ମଚାରୀଙ୍କ ନିଜସ୍ବ ଗାଡ଼ିରେ ପୋଲିସ ଲେଖା କିମ୍ବା ପୋଲିସ ମାନଚିହ୍ନ ରହିଥିବା ନେଇ ଦେଖିବାକୁ ମିଳେ ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ଏହିଭଳି ଗାଡ଼ିଗୁଡ଼ିକରେ ପୋଲିସ ଷ୍ଟିକର ଲଗାଇବା ବେଆଇନ ବୋଲି କୋର୍ଟ କହିଛନ୍ତି। କେବଳ ପୋଲିସ ବିଭାଗ ଗାଡ଼ିଗୁଡ଼ିକରେ ହିଁ ଷ୍ଟିକର ଲଗାଇବା ପାଇଁ ଅନୁମତି ଦିଆଯିବ। କାରଣ ବଡ଼ ବଡ଼ ମହାନଗରରେ ଏହି ଷ୍ଟିକର ଲାଗିଥିବା ଗାଡ଼ିଗୁଡ଼ିକର ଦୂରୁପଯୋଗ ହୋଇଥାଏ। ଏହି ଗାଡ଼ିଗୁଡ଼ିକୁ ସହଜରେ ଯେକୌଣସି ସ୍ଥାନରେ ପାର୍କିଂ କରାଯିବା ସହ କ୍ରାଇମ୍‌ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟଙ୍କୁ ମନାଇବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ହୁଏତ ଅଶୋକ ଗେହଲଟଙ୍କ ସରକାର ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। କିନ୍ତୁ ଦଳ ତାଙ୍କୁ ହରାଇବାକୁ ଚାହୁଁନାହିଁ। ରାଜନୈତିକ...

ଟ୍ରାଫିକ ନିୟମ ବଦଳାଇଲେ ରାଜ୍ୟ ଦାୟୀ: ‘ଟଙ୍କା ନୁହେଁ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ’

ନୂଆଦିଲ୍ଲୀ,୧୨ା୯: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା ରାଶିକୁ ହ୍ରାସ କରାଇବାକୁ ଉଦ୍ୟମ କରୁଥିବା ରାଜ୍ୟ ଏହାର ପରିଣାମ ପାଇଁ ଦାୟୀ ରହିବେ ବୋଲି...

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୧୯।୯: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ଡ. ଅଜୟ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି)ରେ...

ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ

ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା...

ବିହାର ବିଧାନସଭା ନିର୍ବାଚନ: ମାଓବାଦୀଙ୍କ ଟାର୍ଗେଟ୍‌ରେ ବଡ଼ ନେତା

ପାଟନା, ୨୦।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଗୋଇନ୍ଦା ବିଭାଗ ପକ୍ଷରୁ...

ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା...

ପିଲାଙ୍କୁ ଶିକ୍ଷା ପାଇଁ ମାସକୁ ୨ ହଜାର ଦିଅ

ନୂଆଦିଲ୍ଲୀ,୧୬ା୧୨(ପି.ଟି.): ମହାମାରୀ କରୋନା ସମୟରେ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଶନ (ସିସିଆଇ)ରୁ ଘରକୁ ଯାଇ ପରିବାର ସହ ଥିବା ଶିଶୁମାନଙ୍କୁ ଜଣ ପିଛା ମାସକୁ ୨ ହଜାର...

‘ତେବେ ବିଳମ୍ବ କାହିଁକି’

ଅଜମେର,୧୨ା୧: ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଥିବାବେଳେ ପିଓକେକୁ ଫେରାଇ ଆଣିବାରେ ବିଳମ୍ବ କାହିଁକି ବୋଲି ଶନିବାର ଅଜମେର ଦରଘା ମୁଖ୍ୟ ଦିଓ୍ବାନ ଜୈନୁଲ ଆବେଦିନ...

Advertisement


Archives

Model This Week