ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା ଦେରାସର ଗାଁରେ ଥିବା ପରମ୍ପରା ସମସ୍ତଙ୍କୁ ଚମକାଇ ଦିଏ। ଏଠାରେ ମୁସଲମାନ ସମ୍ପ୍ରଦାୟର ୭୦ଟି ପରିବାର ବସବାସ କରନ୍ତି। ଏଠାକାର ପୁରୁଷ ଦ୍ୱିତୀୟ ବିବାହ କଲେ ଏହା ଆଲ୍ଲାଙ୍କ ଇଚ୍ଛା ବୋଲି ସେମାନେ କହିଥାଆନ୍ତି। ଉକ୍ତ ଅଞ୍ଚଳର ସମସ୍ତ ପୁରୁଷ ଦ୍ୱିତୀୟ ବିବାହ କରିଥାଆନ୍ତି। ତେବେ ଯେଉଁମାନଙ୍କର ପ୍ରଥମ ସ୍ତ୍ରୀ ଝିଅ ଜନ୍ମ ଦିଅନ୍ତି ଅବା ସନ୍ତାନ ପ୍ରସବ କରିବାକୁ ଅକ୍ଷମ ଥାଆନ୍ତି ସେପରିସ୍ଥଳେ ପୁରୁଷମାନେ ଶୀଘ୍ର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥାଆନ୍ତି। ଏଥିରେ ପ୍ରଥମ ପତ୍ନୀଙ୍କର କିଛି ଅଭିଯୋଗ ନ ଥାଏ। ତା’ଛଡା ଉଭୟ ସ୍ତ୍ରୀ ମିଳିମିଶି ଚଳିଥାଆନ୍ତି। କେବେବି ଜଣେ ପୁରୁଷଙ୍କ ୨ଟି ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହେବାର ଦେଖିବାକୁ ମିଳି ନାହିଁ ବୋଲି ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମତ ଦିଅନ୍ତି। ଏବେକାର ଯୁବପିଢି ଆର୍ଥିକ ସମସ୍ୟା ଦୃଷ୍ଟିରୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁ ନ ଥିବା ବେଳେ ଏହି ପରମ୍ପରା କିଛି ପରିବାରରେ ସୀମିତ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।...

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ...

୧୪ ମାସ ପରେ ମୁକ୍ତହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା

ନୂଆଦିଲ୍ଲୀ, ୧୩।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ମୁକ୍ତ କରାଯାଇଛି। ଗତବର୍ଷ ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ତାଙ୍କୁ...

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର...

ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଝିଅ ହେଲା ବୋଲି ମାଗଣାରେ ଗୁପଚୁପ ବାଣ୍ଟିଲେ ପିତା

ଭୋପାଳ,୧୪ ।୯: ବର୍ତ୍ତମାନ ସମୟରେ ସରକାର କହୁଛନ୍ତି କନ୍ୟା ଭ୍ରୁଣ ହତ୍ୟା କରନ୍ତୁ ନାହିଁ । ଏମାନେ ଦେଶର ଭବିଷ୍ୟତ । ଏହାପରେ ବି ଅନେକ...

୧୮୮୫ଠାରୁ ରାମଚବୁତରାରେ ହେଉଥିଲା ପୂଜା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୦: ଅଯୋଧ୍ୟା ମାମଲାର ୩୮ତମ ଦିନର ଶୁୁଣାଣି ସୋମବାର କରାଯାଇଛି। ଏଥିରେ ମୁସଲମାନ୍‌ ପକ୍ଷଙ୍କ ଆଇନଜୀବୀ ରାଜୀବ ଧାଓ୍ବନଙ୍କୁ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ,...

ସୌଭାଗ୍ୟ ଆଣିପାରେ ଗଛ

ଏମିତି କିଛି ଗଛ ନାହିଁ, ଯାହା ମଣିଷର ଉପକାରରେ ଆସେ ନାହିଁ। ତେବେ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଗଛର ଭିନ୍ନ ଭିନ୍ନ ଉପକାରିତା ଦେଖିବାକୁ...

Advertisement
Archives

Model This Week