Posted inଖେଳ

ଏଟିକେ ଦଳରେ ଫିଜି ଷ୍ଟ୍ରାଇକର

କୋଲକାତା,୧୮।୬(ପିଟି)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ପୂର୍ବତନ ଚାମ୍ପିୟନ ଆଟଲେଟିକୋ ଡେ କୋଲକାତା ପରବର୍ତ୍ତୀ ସିଜନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାର ଫିଜିଆନ ଫରଓ୍ବାର୍ଡ ରୟ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି। କ୍ରିଷ୍ଣା ଷ୍ଟ୍ରାଇକର ଭାବେ ଅନ୍ତିମ ଥର ଓ୍ବେଲିଂଟନ ଫୋନିକ୍ସ ଏଫ୍‌ସି ଲାଗି ଏ-ଲିଗ ଖେଳିଥିଲେ। ଫିଜି ଜାତୀୟ ଦଳର ଅଧିନାୟକଙ୍କ ନିକଟରେ ଗୋଲ ସ୍କୋର ଓ ନେତୃତ୍ୱ ନେବାର ଦକ୍ଷତା ରହିଛି। ଆମ ଶକ୍ତିବୃଦ୍ଧି କରିବା ସହ ସେ ଦଳରେ ଭିନ୍ନତା ଆଣିବେ। କ୍ରିଷ୍ଣାଙ୍କ ଭଳି ଖେଳାଳି ଦଳରେ ପାଇ ମୁଁ ଅତ୍ୟନ୍ତ ଖୁସୀ ବୋଲି ମୁଖ୍ୟ କୋଚ୍‌ ଆଣ୍ଟିନୋ ଲୋପେଜ ହାବସ କହିଛନ୍ତି। ସେ ଗତ ସିଜନରେ ଅଷ୍ଟ୍ରେଲିଆ କ୍ଲବ ଓ୍ବେଲିଂଟନ ଫୋନିକ୍ସ ପାଇଁ ୨୭ ମ୍ୟାଚ୍‌ ଖେଳି ୧୯ ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ...

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା...

ନିଶ୍ଚିତ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୭।୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଶୁକ୍ରବାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦକ୍ଷିଣ ଆଫ୍ରିକା ଓ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା...

କିଙ୍ଗ୍ସ ଇଲେଭେନକୁ ହରାଇଲା ଶାହରୁଖ ଖାନଙ୍କ କେକେଆର୍‌

ଆବୁଧାବି, ୧୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ଶନିବାର ଅନୁଷ୍ଠିତ ୨୪ତମ ମୁକାବିଲାରେ ବଲିଉଡ୍‌ ସୁପର୍‌ଷ୍ଟାର ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)...

୨୦୨୩ ମହିଳା ବିଶ୍ୱକପ୍‌ ଆୟୋଜନରୁ ଓହରିଲା ବ୍ରାଜିଲ

ସାଓ ପାଉଲୋ,୯।୬(ଏପି): ୨୦୨୩ ଫିଫା ମହିଳା ବିଶ୍ୱକପ ଆୟୋଜନରୁ ବ୍ରାଜିଲ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆୟୋଜନ ନେଇ ବ୍ରାଜିଲ ତା’ର ବିଡ୍‌ ପ୍ରତ୍ୟାହାର କରିନେଇଛି। କୋଭିଡ୍‌-୧୯...

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ...

କୋଭିଡ-୧୯ ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ: ବିନ୍ଦ୍ରା

ନୂଆଦିଲ୍ଲୀ, ୨୧।୪ (ପି.ଟି.): କୋରୋନା ଭାଇରସର ଆତଙ୍କ ଶେଷ ହେବା ପରେ ବିଶ୍ୱର ରୂପ ଅଲଗା ହୋଇଥିବ ଓ ଏହା ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ...

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର...

Coronavirus Update

Archives

Model This Week

Why Dharitri