Posted inପୁରୀ

ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ

କୃଷ୍ଣପ୍ରସାଦ,୧୬ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଶନିବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଟଙ୍କା ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ବ୍ୟାଙ୍କକୁ ଲାଗି ରହିଥିବା ଏଟିଏମ୍‌ଟି ଭାଙ୍ଗି ଯାଇଥିବା ଲୋକେ ଦେଖିଥିଲେ ା ଖବର ପାଇ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ା ବ୍ୟାଙ୍କ ପକ୍ଷରୁ ଏ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରାଯାଇଥିଲା। ପ୍ରଥମେ ସିସି କ୍ୟାମେରା ଭାଙ୍ଗି ପରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନ ଥିଲେ। ତେବେ ଏଟିଏମ୍‌ର କେବଳ ସମ୍ମୁଖ ପାର୍ଶ୍ୱଟି ଭାଙ୍ଗିଯାଇଛି। ଘଟଣାଟି ଭୋର ୩ଟା ପରେ ଘଟିଥିବା ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀନିବାସ ଦାସ ମତ ପ୍ରକାଶ କରିଛନ୍ତି ା ସେ କହିଛନ୍ତି, ଘଟଣା ଦିନ ଭୋର ୩ଟା ସମୟରେ ପୋଲିସ ଗାଡ଼ି ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏଟିଏମ୍‌ଟି ଭାଙ୍ଗି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଶାଖା ପରିଚାଳକ କୃଷ୍ଣପ୍ରସାଦ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ା ସିସି କ୍ୟାମେରା ଫୁଟେଜ୍‌ରୁ ଦୁର୍ବୃତ୍ତଙ୍କୁ ଗିରଫ କରିବା ନେଇ ଆଶା ରହିଛି ବୋଲି ଶାଖା ପରିଚାଳକ କହିଥିଲେ ା ଅପରପକ୍ଷେ ଏଟିଏମରୁ ଚୋରି ଉଦ୍ୟମରୁ ବିଫଳ ହେବା ପରେ ଚୋର ବଜ୍ରକୋଟ ବଜାରସ୍ଥିତ ଏକ ଫଳ ଦୋକାନ ଭାଙ୍ଗି ୨ ହଜାର ଟଙ୍କା ସହ କିଛି ଫଳ ନେଇ ଯାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ,...

କାର୍ଯ୍ୟ ଉପରେ ରହିତାଦେଶ ଜାରି ପାଇଁ ଆବେଦନ

ପୁରୀ ଅଫିସ,୨୧।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଚାଲିଛି। ମାମଲାର ଶୁଣାଣି ନ ସରିବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ...

ଗୋପ ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତର

ଗୋପ,୩୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ ଏବେ କରୋନାକୁ ନେଇ ଆତଙ୍କ ଲାଗି ରହିଛି। ଏ ନେଇ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବା ସହ ସାମାଜିକ ଦୂରତା...

ରଥଟଣା ଆରମ୍ଭ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ ଠାକୁର ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୨୩।୬: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା। ନିର୍ଦ୍ଧାରିତ ସମୟର ସମୟର ମାତ୍ର...

ଲୁହା ରଡ୍‌ ଧରି ଗୋଡ଼ାଇଲେ

ପୁରୀ ଅଫିସ,୯।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍‌...

ମହୋଦଧିରେ ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ

ପୁରୀ ଅଫିସ,୫ା୬:  ମହୋଦଧିରେ ରବିବାର ‘ସତ୍‌ସଙ୍ଗ’ର ପୂର୍ବତନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦା(ଅଶୋକ ଚକ୍ରବର୍ତ୍ତୀ)ଙ୍କ ଅସ୍ଥି ବିସର୍ଜନ ତାଙ୍କର କନିଷ୍ଠପୁତ୍ର ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବିଙ୍କିଦା)ଙ୍କ...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା

ସାକ୍ଷୀଗୋପାଳ,୧୯ା୪(ଡି.ଏନ୍‌.ଏ.) : ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାଣ୍ଢରା ପଞ୍ଚାୟତ ସାମନ୍ତରାପୁରରେ ରବିବାର ଗ୍ୟାସ ସିଲିଣ୍ଡର ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୫ବଖରା ସହ ଆସବାବପତ୍ର ପୋଡ଼ି...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ, ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ ଅଫିସ, ୪ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ....

Advertisement
Archives

Model This Week