ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଫଳରେ ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇ ବିଭିନ୍ନ ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ପରେ ଶୁକ୍ରବାର ଘଟଣାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ବ୍ୟାଙ୍କର କର୍ମଚାରୀ ଏହି ଘଟଣାରେ ଜଡ଼ିତ ଥିବାର ପ୍ରମାଣ ମିଳିବା ପରେ ପରିଚାଳକ ରାମନାରାୟଣ ମହାନ୍ତି ବନ୍ତ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଏକ ମାମଲା(ନଂ.୧୨୯/୧୯) ରୁଜୁ କରି ଶନିବାର ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲେ ବାଙ୍ଗୋରପଦୀ ଗ୍ରାମର ଶେଷଦେବ ଜେନା।
ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ ବ୍ୟାଙ୍କର ବହୁତ ଏଟିଏମ୍‌ କାର୍ଡ ଏବଂ ପିନ୍‌ ନମ୍ବର ଚୋରି ହେବା ସହ ଅନ୍ୟୁନ ୪ ଲକ୍ଷ ୧୫ ହଜାରରୁ ଊଦ୍ଧର୍‌ବ ଟଙ୍କା ଉଠାଣ ହୋଇଥିବା ନେଇ ପରିଚାଳକ ଜାଣିବାକୁ ପାଇଥିଲେ। ପରେ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଷେଣ୍ଢତୀରା ଓ ବନ୍ତ ଦୁଇଟି ଏଟିଏମ୍‌ର ସିସିଟିଭି ଫୁଟେଜ ଓ ଟ୍ରାଞ୍ଜାକସନ ଡିଟେଲ୍ସକୁ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କର ସୁଇପର ଶେଷଦେବ ଏଟିଏମ୍‌ କାର୍ଡ ଚୋରି କରି ଉକ୍ତ ଟଙ୍କା ଉଠାଇଥିବା ଜଣାପଡ଼ିଥିଲା। ସେ ମଧ୍ୟ ଟଙ୍କା ଉଠାଇଥିବା ନେଇ ତଦନ୍ତ ବେଳେ ସ୍ବୀକାର କରିଥିଲେ। ଉଲ୍ଲେଖନୀୟ ଯେ, ପୂର୍ବରୁ ଆକାଉଣ୍ଟ ହୋଲ୍‌ଡରଙ୍କ ନାମରେ ଉକ୍ତ ବ୍ୟାଙ୍କକୁ ଏଟିଏମ୍‌ କାର୍ଡ ଓ ପିନ୍‌ ନମ୍ବର ଆସୁଥିଲା। ଗ୍ରାହକମାନେ ବ୍ୟାଙ୍କରୁ ଏସବୁ ଆଣୁଥିଲେ। ବହୁ ଗ୍ରାହକ ସେମାନଙ୍କର ଏଟିଏମ୍‌ କାର୍ଡ ନେଇ ନ ଥିବାବେଳେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ସେସବୁ ଚୋରାଇ ଟଙ୍କା ଉଠାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌ ନିୟମକୁ ଉଲ୍ଲଘଂନ କରି ଚାଲିଥିଲା ପାଠପଢା: କୋଚିଂ ସେଣ୍ଟରକୁ ସିଲ କଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୫ା୬-କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍‌ ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର...

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା...

ବାଇକ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ

ବୁଗୁଡ଼ା,୧୧ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ପାଙ୍ଗିଡ଼ି ନିକଟରେ ବାଇକ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ବୃଦ୍ଧଙ୍କ ଶନିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ପାଙ୍ଗିଡ଼ି ଗ୍ରାମର ରାମଚନ୍ଦ୍ର...

ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା...

ନିୟମ ଉଲ୍ଲଘଂନ କରିଥିବା ୪ଜଣଙ୍କ ନାମରେ ମାମଲା

ବାଲେଶ୍ୱର ଅଫିସ, ୨୭।୩-ବାଲେଶ୍ୱର ଜିଲାରେ ହୋମ କ୍ୱାରାଣ୍ଟାଇନରେ ରହିଥିବା ଲୋକଙ୍କ ଘର ବାହାରେ ନିର୍ଦ୍ଧାରିତ ଫର୍ମ ଓ ପୋଷ୍ଟର ଲଗାଇବାକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ...

ଲକଡାଉନ ନ ମାନି ୨ ଗିରଫ

ବଇଣ୍ଡା, ୩୦ା୩(ଡି.ଏନ.ଏ.)- କରୋନା ପାଇଁ ଭାରତ ସରକାର ୨୧ ଦିନ ସାରା ଦେଶରେ ଲକଡାଉନ ଜାରି କରିଥିବାବେଳେ ଏହି କଟକଣା ନ ମାନି ୨ ଜଣ...

ଟିଟିଲାଗଡ଼ କୋଭିଡ କେୟାର ସେଣ୍ଟର ଉଦ୍‌ଘାଟିତ

ଟିଟିଲାଗଡ଼, ୧।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନା କୋଭିଡ କେୟାର ସେଣ୍ଟର ଭାବରେ କାର୍ଯ୍ୟ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ...

ରାଇଘର ଅଞ୍ଚଳରେ ମାଓବାଦୀ ପୋଷ୍ଟର, ଦିନିକିଆ ବନ୍ଦ ଡାକରା ସଫଳ କରିବାକୁ ଆହ୍ବାନ

ରାଇଘର, ୨୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋଣା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର୍‌ ଦେଖିବାକୁ ମିଳିଛି। ଅକ୍ଟୋବର ୨୫, ଶୁକ୍ରବାର ଦିଆଯାଇଥିବା ବନ୍ଦ...

Advertisement


Archives

Model This Week

Why Dharitri