Posted inକଟକ

ଏଟିଏମ୍‌ରେ ନାହିଁ ସାନିଟାଇଜର ବ୍ୟବସ୍ଥା

ନିଶ୍ଚିନ୍ତକୋଇଲି,୨୪।୩(ସ୍ବ.ପ୍ର)- ଭାରତରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଏହି ସମୟରେ ଜରୁରିକାଳୀନ ସେବା ହିସାବରେ ପରିବା ଦୋକାନ, ଔଷଧ ଦୋକନ, ବ୍ୟାଙ୍କ ଭଳି ଏଟିଏମ୍‌ ସେବା ଚାଲୁ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କଟକ ଜିଲା ନିଶ୍ଚନ୍ତକୋଇଲି ବ୍ଲକର ଅଧିକାଂଶ ଏଟିଏମ୍‌ରେ ସାନିଟାଇଜର ବ୍ୟବସ୍ଥା ନାହିଁ। ଫଳରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ନିଶ୍ଚିନ୍ତକୋଇଲି ବଜାରରେ ୬ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଏଟିଏମ୍‌ ରହିଛି। ସେହିପରି ବ୍ଲକର କେନ୍ଦୁପାଟଣା, କଟିକଟା, ଶୁକରପଡା,ନେମାଳ ଓ ବିଲହାଟ ଆଦି ବ୍ୟବସାୟିକ ପେଣ୍ଠସ୍ଥଳରେ ଏକାଧିକ ଏଟିଏମ୍‌ ରହିଛି। ଲକ୍‌ଡାଉନ୍‌ ହେବା ପରେ ବାହାର ରାଜ୍ୟ ଓ ବିଦେଶରୁ ଆସିଥିବା ଲୋକେ ରାସ୍ତାକଡ଼ରେ ଥିବା ଏଟିଏମ୍‌ଗୁଡିକୁ ବ୍ୟବହାର କରୁଛନ୍ତି। ଏଥିସହ ସ୍ଥାନୀୟ ଲୋକେ ମଧ୍ୟ ଟଙ୍କା କାରବାର ନିମନ୍ତେ ଏସବୁ ଏଟିଏମ୍‌ ଉପରେ ନିର୍ଭର କରୁଛନ୍ତି। ମାତ୍ର ଅଧିକାଂଶ ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା ନ ଥିବା ବେଳେ ପୂର୍ବରୁ କାଉଣ୍ଟରଗୁଡିକୁ ଜଗି ରହୁଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ଏନେଇ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକେ ଭୟଭୀତ ହୋଇଯାଇଛନ୍ତି।
ଏ ସମ୍ପର୍କରେ ଏସ୍‌ବିଆଇ କେନ୍ଦୁପାଟଣା ଶାଖା ପରିଚାଳକ ସୁଶାନ୍ତ କୁମାର ସରାପ କୁହନ୍ତି, ଏସବିଆଇ ଏଟିଏମ୍‌କୁ ପରିଚାଳନା କରୁଥିବା ଅଧିକାରୀମାନଙ୍କୁ ଦୈନିକ ପ୍ରତି ଏଟିଏମ୍‌କୁ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ସାନିଟାଇଜର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ବ୍ୟାଙ୍କ ଖୋଲା ରହୁଥିବାରୁ ପାଖରେ ଥିବା ଏଟିଏମ୍‌କୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

କୁଆଡେ ଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ରହସ୍ୟମୟ ରିପୋର୍ଟ? ବଡ଼ ବୟାନ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ

କଟକ,୧୧।୬(ପ୍ରଭୁକଲ୍ୟାଣ ପାଲ): ବହୁ ଚର୍ଚ୍ଚିତ କନ୍ଧମାଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ରିପୋର୍ଟ ଗାଏବ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତଦନ୍ତ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଡିସିପି, କହିଲେ…

କଟକ,୮।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ଖିଲାରୀ ରିଷିକେଶ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିସିପି କହିଛନ୍ତି, ଚନ୍ଦ୍ରିକା ବ୍ରିଜ ନିକଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri