ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ କରାଯାଇଛି।ଏନେଇ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ(ଏଚଏଣ୍ଡୟୁଡି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଏମ୍ସି କର୍ତ୍ତୃପକ୍ଷ ବେଖାତିର କରିଥିବା ଅଭିଯୋଗ ହୋଇଛି।ବସ୍ତିବାସୀନ୍ଦାଙ୍କ ଆରଏୱାଇ ଗୃହ ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଏପ୍ରିଲ ୧୮ରେ ବିଏମ୍ସି କମିଶନରଙ୍କୁ ଏଚଏଣ୍ଡୟୁଡି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା।ଇତି ମଧ୍ୟରେ ୮ ମାସ ବିତିଥିଲେ ସୁଦ୍ଧା ବିଏମ୍ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏନେଇ ଉଚ୍ଛେଦ ପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ପ୍ରକାରେ, ଦୀର୍ଘ ୨୫ ବର୍ଷ ଧରି ରହିଆସୁଥିବା ଆଙ୍କୁଲି ଖୋଳାସାହିର ୭ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଆରଏୱାଇ ଗୃହ ନିର୍ମାଣ ପାଇଁ ବିଏମ୍ସି ପକ୍ଷରୁ ୨୦୧୭ରେ ଉଚ୍ଛେଦ କରାଯାଇଥିଲା।
ବିଏମ୍ସିର ତତ୍କାଳୀନ କମିଶନର ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ଅଞ୍ଚଳରୁ ଉଚ୍ଛେଦ କରାଯିବା ସହ ଆରଏୱାଇରେ ଗୃହ ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହାର ୨ ବର୍ଷ ବିତିଥିବା ବେଳେ ଇତିମଧ୍ୟରେ ଦୁଇଜଣ କମିଶନରଙ୍କ ବଦଳି ମଧ୍ୟ ହୋଇଛି।ଅନ୍ୟ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ମଧ୍ୟ କରାଯାଇଛି। ଏଥିସହ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ନେଇ ବିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କିନ୍ତୁ ଏହି ଆରଏୱାଇ ଗୃହ ତାଲିକାରୁ ଖଳାସାହିର ଉଚ୍ଛେଦ ପରିବାରକୁ ବଞ୍ଚିତ କରାଯାଇଛି।ଏନେଇ ବହୁବାର ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଗୁହରି କରି ନିରାଶ ହେବା ପରେ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।ହାଇକୋର୍ଟ ଏହାର ଶୁଣାଣି କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଏମ୍ସିକୁ ନୋଟିସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଏପ୍ରିଲ ୧୮ରେ ବିଏମ୍ସି କମିଶନରଙ୍କୁ ବସ୍ତିବାସୀଙ୍କୁ ଗୃହ ପ୍ରଦାନ ନେଇ ଏଚଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। ୧୦ ସପ୍ତାହ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଉତ୍ତର ଦେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। ୮ ମାସ ପରେ ମଧ୍ୟ ବିଏମ୍ସି କମିଶନର ଗୃହ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରି ନ ଥିବା ଉଚ୍ଛେଦ ପରିବାର ପକ୍ଷରୁ କୁହାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରକାରେ, ପ୍ରଶାସନ ପକ୍ଷରୁ ଯଦି ଉଚ୍ଛେଦ କରାଯାଏ, କ୍ଷତିଗ୍ରସ୍ତଙ୍କୁ ପ୍ରଥମେ ବିକଳ୍ପ ଥଇଥାନ ପରେ ଉଚ୍ଛେଦ କରାଯିବା କଥା।କିନ୍ତୁ ଏଭଳି ନିର୍ଦ୍ଦେଶକୁ ବିଏମ୍ସି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।
ଭବିଷ୍ୟତରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ସଦସ୍ୟ ରାମଚନ୍ଦ୍ର ପାଳ, ପି. କାଶୀ ପାତ୍ର, ଏନ୍. ଲକ୍ଷ୍ମୀ ଆମ୍ମା, ସମୀର ନାୟକ, ଏମ୍. ସୀମାଦ୍ରି ପ୍ରମୁଖ କହିଛନ୍ତି। ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ଆରଏଓ୍ବାଇ ତାଲିିକାରେ ଯେଉଁମାନଙ୍କ ନାମ ଅଛି ସେମାନଙ୍କୁ ଗୃହ ଦିଆଯିବ ବୋଲି କହିଥିଲେ।

ଖଲ୍ଲିକୋଟ କଲେଜରେ ଛାତ୍ର ଅଶାନ୍ତି
ବ୍ରହ୍ମପୁର ଅଫିସ୍,୨୭ା୭-ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଖଲ୍ଲିକୋଟ ଜୁନିୟର୍ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର କେତେକ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିବା ସହ...

ଖୁବ୍ଶୀଘ୍ର ଖୋଲିବ ଆସିଷ୍ଟାଣ୍ଟ ସେସନ୍ସ କୋର୍ଟ
ପୁରୁଷୋତ୍ତମପୁର,୧୯।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଖୁବ୍ଶୀଘ୍ର ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ତଥା ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟ ଖୋଲିବାକୁ ଯାଉଛି। ଏନେଇ ସୋମବାର ଗଞ୍ଜାମ...

କୋଭିଡ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳା: ଯୁବ ବ୍ୟବସାୟୀଙ୍କ ମୃତ୍ୟୁ
ଗଞ୍ଜାମ,୧।୮(ଡି.ଏନ୍.ଏ.): ଗଞ୍ଜାମ ସହରର ଯୁବ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ପାତ୍ର (ନାହାଣ)ଙ୍କ କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ
ଭଞ୍ଜନଗର,୧୯।୧୨(ଡି.ଏନ.ଏ.): କରୋନାର ସଫଳ ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ଆଗାମୀ ଦିନରେ ଓଡ଼ିଶା କରୋନା...

ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ
ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍ ଦେଇ...

ଗଞ୍ଜାମର ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ୩୬୧ ଭୁବନେଶ୍ୱର ଫେରନ୍ତା
ଛତ୍ରପୁର, ୧୫।୪(ଡି.ଏନ୍.ଏ.)- ଭୁବନେଶ୍ୱରରୁ ଗଞ୍ଜାମ ଜିଲାକୁ ଫେରିଥିବା ୩୬୧ ଜଣଙ୍କୁ ବିଭିନ୍ନ ଆଇସୋଲସନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ୫ହଜାର ୮୧୯ ଜଣ ଅନ୍ୟ ରାଜ୍ୟରୁ ଫେରନ୍ତା...

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା
ଛତ୍ରପୁର, ୧୫।୪(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଗଞ୍ଜାମ...

ଗଞ୍ଜାମରେ ଆରମ୍ଭ ହେଲା ପ୍ଲାଜ୍ମା ଥେରାପି
ବ୍ରହ୍ମପୁର ଅଫିସ,୨୧।୭: ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ...