ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି ମାତ୍ର ୧୨ଦିନ ଭିତରେ ୭୫ଲକ୍ଷ ଟଙ୍କା ସଂଗ୍ରହ କରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ରାତି ୯ଟା ବେଳେ ୨୫ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ସହଦେବଖୁଣ୍ଟା ଥାନାକୁ ଆସି ଅଭିଯୋଗ କରିଛନ୍ତି।
ଉକ୍ତ ଅଞ୍ଚଳରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଗତ ୯ ତାରିଖରେ ଖୋଲାଯାଇଥିଲା। ଖବରକାଗଜ ବିଜ୍ଞାପନ ମାଧ୍ୟମରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଆକର୍ଷଣୀୟ ଦରମାରେ ମାର୍କେଟିଂ ଏଜେଣ୍ଟ ୨୫ଜଣ ଏବଂ ଅଫିସିଆଲ କର୍ମଚାରୀ ଭାବେ ୬ଜଣଙ୍କୁ ନିଯୁକ୍ତି ଦେଇଥିଲେ। ଏଜେଣ୍ଟମାନଙ୍କ ମାଧ୍ୟମରେ ଅର୍ଥ ଲଗାଣକାରୀ ବ୍ୟକ୍ତିମାନଙ୍କଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ସର୍ବନିମ୍ନ ୧୦ହଜାର ଟଙ୍କାଠାରୁ ଅଧିକ ଡିପୋଜିଟ୍‌ କରି ପୂର୍ବାହ୍ନ ସାଢ଼େ ୩ରୁ ୪ଟା ମଧ୍ୟରେ ୨ ପ୍ରତିଶତ ସୁଧ ହାରରେ ସୁଧ ଓ ମୂଳଧନ ଫେରାଉଥିଲେ। ଏହି ସୂତ୍ରରେ ମଙ୍ଗଳବାର ୩୨ଜଣ ଜମାକାରୀଙ୍କଠାରୁ ୭୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍‌ ହୋଇଥିବାବେଳେ କମ୍ପାନୀର ମୁଖ୍ୟମାନେ ଅଫିସ୍‌ ଛାଡ଼ି ପଳାଇଥିବାର ଜଣାପଡ଼ିଛି। ଅପରାହ୍ନ ୫ଟା ସୁଦ୍ଧା ଟଙ୍କା ନ ପାଇବାରୁ ଏଜେଣ୍ଟ ଏବଂ ଜମାକାରୀମାନେ ଅଫିସ୍‌ ସମ୍ମୁଖରେ ଭିଡ଼ ଜମାଇଥିଲେ। ପରେ ହତାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲଗାଣକାରୀ ବବୁଲ କୁମାର ନାୟକ ୮ଦିନ ଧରି ପ୍ରତିଦିନ ୨୦ହଜାର ଟଙ୍କା ଡିପୋଜିଟ୍‌ କରି ସୁଧ ଓ ମୂଳ ଟଙ୍କା ଫେରି ପାଉଥିବା ବେଳେ ମଙ୍ଗଳବାର ତାଙ୍କର ୨୦ହଜାର ଟଙ୍କା ଯାଇଥିବା ଜଣାପଡ଼ିଛି। ସେହିପରି ସାହିନା ବିବି ୧୨ଦିନ ଧରି ଟଙ୍କା ଦାଖଲ କରି ଫେରସ୍ତ ପାଉଥିବା ବେଳେ ଆଜି ତାଙ୍କର ୨୫ହଜାର ଟଙ୍କା ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡ: ୬ ଗୋରୁ ଜୀବନ୍ତ ଦଗ୍ଧ

ଧାମନଗର, ୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦେଉଳଡ଼ିହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବୈଷ୍ଣବ ଜେନାଙ୍କ ଗୁହାଳ ସଂପୂଣ୍ଣ ଜଳିଯାଇଛି। ଗୁହାଳରେ...

ମଧ୍ୟମା ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ

ଖଇରା, ୮।୧(ଡି.ଏନ.ଏ.) ଏବେ ଉଭୟ ମାଟ୍ରିକ ଓ ସଂସ୍କୃତ ଟୋଲର ମଧ୍ୟମା ପରୀକ୍ଷାର୍ଥୀଙ୍କ ସମେଟିଭ ପରୀକ୍ଷା ଚାଲିଥିବା ବେଳେ ଶୁକ୍ରବାର ପ୍ରଶ୍ନପତ୍ରରେ ସିଲାବସ୍‌ ବାହାରୁ ପ୍ରଶ୍ନ...

ବଳାତ୍କାର ମାମଲା: ଅଭିଯୁକ୍ତ ବଳଙ୍ଗା ଥାନା ଏଏସ୍‌ଆଇ ଗିରଫ

ପୁରୀ ଅଫିସ, ୩ା୧: ପୁରୀ ଜିଲା ବଳଙ୍ଗା ଥାନାର ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶଙ୍କ ନାମରେ ଜଣେ ବିବାହିତା ମହିଳା ଗୁରୁବାର ବଳାତ୍କାର ଅଭିଯୋଗ ଆଣିଥିଲେ। ଏ...

ସୁଶାନ୍ତଙ୍କ ନୂଆ ଟିମ୍‌ରେ ୧୩୧ଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ନିକଟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଦାୟିତ୍ୱ...

ଓ୍ବାର୍ଲଡ଼ ରେକର୍ଡ କଲେ ବଲାଙ୍ଗୀରର ୧ ବର୍ଷ ୧୧ ମାସର ଶିଶୁ

ବଲାଙ୍ଗୀର ଅଫିସ,୧୨ା୧- ଭାରତର ପ୍ରାଦଶିକ ରାଜଧାନୀମାନଙ୍କ ନାମ ଆବୃତ୍ତି କରି ବଲାଙ୍ଗୀର ସହରର ଜଣେ ୧ବର୍ଷ ୧୧ ମାସ ୬ ଦିନର ଶିଶୁପୁତ୍ର ବିଶ୍ୱରେକର୍ଡ କରିଥିବା...

ବିଏସ୍‌ସି ପରେ ଚିଠି ବାଣ୍ଟୁଛନ୍ତି ଭୋଜରାଜ

ଢେଙ୍କାନାଳ ଅଫିସ,୨୪।୯: ଢେଙ୍କାନାଳ ମୁଖ୍ୟ ଡାକଘର ପୋଷ୍ଟ ମ୍ୟାନ ନବଘନ ଦୁଡୁଆ। ଗତ ବର୍ଷ କରୋନା ମହାମାରୀ ସମୟରେ ସାଇକେଲରେ ଚିଠି ବାଣ୍ଟୁଥିବା ବେଳେ ଉଚ୍ଚ...

ଶ୍ରାବଣରେ ମୁଣ୍ଡଫଟା ଖରା, ମରୁଡି ଆଶଙ୍କା

ଖଣ୍ଡପଡା,୨୪ା୭(ସ୍ବ.ପ୍ର.): ଗତ କିଛିଦିନ ହେବ ନୟାଗଡ଼ ଜିଲାରେ ବର୍ଷା ଉଭାନ ହୋଇଯାଇଛି। ଏହାକୁ ନେଇ ଚାଷୀଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି ା ମୌସୁମୀ...

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୨୮୨ କୁ ବୃଦ୍ଧି...

Advertisement
Archives

Model This Week