ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଏମିତି ଏକ ଘଟଣା ଦୁଇ ଯୁବକ ଯୁବତୀଙ୍କ ସହିତ ହୋଇଛି। ଯିଏ କି, ୨୬ ବର୍ଷ ପରେ ବିବାହବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିଲା। ଅଚାନକ ଏକ ପାର୍ଟିରେ ସାକ୍ଷାତ ଆଉ ତା’ ପରେ ବିବାହ କରିବାକୁ ଯାଉଛନ୍ତି। ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରସ୍ଥିତ ଏକ ହସ୍ପିଟାଲରେ ସୋନା ଗ୍ରେସ ଏବଂ ଟ୍ରମ ମୈଗାୟରଙ୍କ ଜନ୍ମ ୧୯୯୨ ଡିସେମ୍ବର ୨୨ରେ ହୋଇଥିଲା। ଏହି ଦୁଇଜଣ ସେତେବେଳେ କୌଣସି ଚିହ୍ନା ଜଣା ନ ଥିଲେ। କିନ୍ତୁ ଭାଗ୍ୟ ଏମାନଙ୍କୁ ଏବେ ଏକାଠି କରିଦେଇଛି। ୨୦୧୦ରେ ଏହି ଦୁଇଜଣଙ୍କର ଏକ ପାର୍ଟିରେ ସାକ୍ଷାତ ହୋଇଥିଲା। ଏହା ପରେ ଟ୍ରମ ସୋନାଙ୍କୁ ଫେସ୍‌ବୁକରେ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଟ୍ରମ ସୋନାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ସୋନା ଟ୍ରମଙ୍କୁ ଜଣେ ଭଲ ସାଙ୍ଗ ଭାବୁଥିଲେ। ଅଚାନକ ସୋନା ଅନୁଭବ କଲେ ଯେ, ସେ ଟ୍ରମଙ୍କୁ ଭଲ ପାଇ ବସିଛନ୍ତି। କିଛିଦିନ କଥାବାର୍ତ୍ତା ପରେ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ନେଲେ।  ଏହା ପରେ ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିବା ଜାଣଇବାକୁ ପାଇଥିଲେ। ୨୬ ବର୍ଷ ପରେ ଦୁଇଜଣ ବିବାହ କରିବାକୁ ଯାଉଥିବାରୁ ବହୁ ଖୁସି ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବେ ମିକା ସିଂ: ହଳଦୀ, ମେହେନ୍ଦୀ ପରେ ସରିଲା ସଙ୍ଗୀତ ସମାରୋହ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ସ୍ବୟମ୍ବର ଶୋ’ ‘ମିକା ଦି ବୋତି’ ମାଧ୍ୟମରେ ଜାତୀୟ ଟିଭିରେ ବର ହେବାକୁ ଯାଉଛନ୍ତି। ଶୋ’ରେ ୩...

କବିତା ମାଧ୍ୟମରେ କରୋନା ଯୋଦ୍ଧାଙ୍କ ସଂଘର୍ଷର କଥା କହିଲେ ସୋନାକ୍ଷୀ

ମୁମ୍ବାଇ: କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନାକୁ ଦୂରେଇ ଦେବାକୁ ଘରଠାରୁ ଦୂରରେ ରହି ଏକ...

ଭୟ ନ କରି ସତର୍କ ରହିବାକୁ କହିଲେ ସୋନୁ ସୁଦ

ମୁମ୍ବାଇ: କରୋନାର ନୂଆ ସଂକ୍ରମଣକୁ ନେଇ ଦେଶରେ ପୁଣି ଥରେ ଆତଙ୍କ ଖେଳିଯାଇଛି। କରୋନାକୁ ରୋକିବା ପାଇଁ ସରକାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ସମୟରେ...

ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହାଓ୍ବଡା, ୨୯।୧୨: କୋଲକାତାର ହାଓ୍ବଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସ୍ବାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ...

ଓଟିଟିରେ ରିଲିଜ୍‌ ହେଲା ‘ଦୃଶ୍ୟମ-୨’

ମୁମ୍ବାଇ: ୨୦୨୨ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ଉଲ୍ଲେଖ କରାଯାଏ, ତେବେ ଏଥିରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ମଧ୍ୟ ରହିଛି। ବକ୍ସ ଅଫିସରେ ୨୦୦ କୋଟିରୁ...

ପ୍ରଥମ ଦିନରେ ଏତିକି କୋଟି କଲେକ୍ସନ୍‌ କଲା ‘ବ୍ରହ୍ମାସ୍ତ୍ର’

ମୁମାଇ: ନିଦେକର୍ଦଶକ ଆୟାନ ମୁଖାର୍ଜୀଙ୍କ ବିଗ୍‌ ବଜେଟ୍‌ ଫିଲ୍ମ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନଥିବା ଭିଡ ଦେଖିବାକୁ...

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି।...

ନୂଆ ଘର ଖୋଜୁଛନ୍ତି ଏହି କପୁଲ, ବିବାହ ପୂର୍ବରୁ ରହିବେ ଲିଭ ଇନରେ

ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏମାନଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି...

Advertisement
Archives

Model This Week