Posted inଖେଳ

ଏଏଫ୍‌ସି ଏସିଆନ କପ୍‌: ଆୟୋଜନ ପାଇଁ ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଳୀ,୬।୪(ପି.ଟି.)- ୨୦୨୭ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ ଆୟୋଜନ କରିବାକୁ ଭାରତ ବିଡ୍‌ ଦାଖଲ କରିଛି। ଭାରତ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ କରିଛି ବୋଲି ରବିବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ବିଡ୍‌ ହାସଲ କଲେ ଭାରତ ପ୍ରଥମଥର ପାଇଁ ଏହି ମହାଦେଶୀୟ ଟୁର୍ନାମେଣ୍ଟ ଆୟୋଜନ କରିବ। ଏ ସଂକ୍ରାନ୍ତରେ ବିଡ୍‌ ସମ୍ପର୍କିତ ସବୁ ପ୍ରକାର କାଗଜପତ୍ର ମଧ୍ୟ ଦାଖଲ କରାଯାଇଛି। ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମେ ଏଏଫ୍‌ସି ନିକଟରେ ଆମର ଇଚ୍ଛା ସମ୍ପର୍କରେ ଅବଗତ କରାଇଛୁ ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶଲ ଦାସ କହିଛନ୍ତି।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏଏଫ୍‌ସି ବିଡ୍‌ ଦାଖଲର ଶେଷ ତାରିଖକୁ ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ତାରିଖକୁ ଅର୍ଥାତ୍‌ ମୋଟ ୩ ମାସ ଘୁଞ୍ଚାଇଥିଲା। ଖୁବ୍‌ଶୀଘ୍ର ଏଏଫ୍‌ସି ଟୁର୍ନାମେଣ୍ଟ ଆୟୋଜକଙ୍କ ସମ୍ପର୍କରେ ଘୋଷଣା କରିବ ବୋଲି ଆଶା କରାଯାଉଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ୨୦୧୯ ସଂସ୍କରଣରେ ଦଳ ସଂଖ୍ୟାକୁ ୨୪କୁ ବୃଦ୍ଧି କରାଯାଇଥିଲା। ଆସନ୍ତାବର୍ଷ ଆୟୋଜକ ଦେଶ ସଂକ୍ରାନ୍ତରେ ଏଏଫ୍‌ସି ଘୋଷଣା କରିବ ବୋଲି ଆଶା କରାଯାଉଛି। ଭାରତକୁ ବାଦ୍‌ ଦେଲେ ସୌଦୀ ଆରବ ୨୦୨୭ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଡ୍‌ ଦାଖଲ କରିବ ବୋଲି ଘୋଷଣା କରିଛି।
ଉଲ୍ଲେଖଥାଉ କି, ୨୦୨୩ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ଦୌଡ଼ରେ ଭାରତ ସାମିଲ ହୋଇଥିଲା। ଏଥିରେ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଦକ୍ଷିଣ କୋରିଆ ସାମିଲ ହୋଇଥିଲେ। ତେବେ ଭାରତ ୨୦୧୮ ଅକ୍ଟୋବରରେ ଏଥିରୁ ଓହରିଯାଇଥିଲା। ପରେ ଥାଇଲାଣ୍ଡ, ଦକ୍ଷିଣ କୋରିଆ ଓହରିଯାଇଥିଲା। ଫଳରେ ଏକମାତ୍ର ଦେଶ ଭାବେ ଚାଇନାକୁ ୨୦୨୩ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ମିଳିଥିଲା। ଭାରତରେ ମଧ୍ୟ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରିଥିଲା। ସେହିପରି ନଭେମ୍ବରରେ ଭାରତ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଭାରତ ମଧ୍ୟ ୨୦୨୨ ମହିଳା ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବାର ଅଧିକାର ପାଇଛି।
ଭାରତ ଏଏଫ୍‌ସି ଏସିଆନ କପ୍‌ରେ ୪ ଥର ଅଂଶଗ୍ରହଣ କରିଛି ଓ ୧୯୬୪ରେ ରନର୍ସଅପ୍‌ ହୋଇ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ତେବେ ଭାରତ ୧୯୮୪, ୨୦୧୧ ଓ ୨୦୧୯ରେ ଗ୍ରୁପ୍‌ ପର୍ଯ୍ୟାୟ ପାରକରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଭାରତୀୟ ଅଭିନେତାଙ୍କୁ ଭେଟିବାକୁ ପାଗଳ ପାକିସ୍ତାନ କ୍ରିକେଟର୍‌

ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଶାହିଦ୍‌ ଆଫ୍ରିଦିଙ୍କ ପ୍ରଶଂସକ ମଧ୍ୟ ଭାରତରେ ଅଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି।...

୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ

ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।...

ଅଷ୍ଟ୍ରେଲିଆ ଦଳକୁ ସ୍ମିଥ୍‌ଙ୍କ ପ୍ରତ୍ୟାବର୍ତ୍ତନ

ମାଞ୍ଚେଷ୍ଟର, ୩।୯ (ଏପି)- ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଆଶେସ ସିରିଜର ୪ର୍ଥ ମ୍ୟାଚ୍‌ ଆରମ୍ଭ ହେବ।...

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ...

ଦିଲ୍ଲୀ ଦଳରେ ଦୁଇ ନୂଆ ଖେଳାଳି

ମୁମ୍ବାଇ, ୧୫ା୪- ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ମୁମ୍ବାଇର ବାମହାତୀ ଯୁବ ସ୍ପିନର ଶାମ୍ସ ମୁଲାନୀଙ୍କୁ ସାମୟିକ ଭାବେ ଦଳରେ ସାମିଲ କରିଛି। ତେବେ କରୋନାରେ ଆକ୍ରାନ୍ତ...

୭୦ ସେକେଣ୍ଡରେ ସଫଳତା ବଖାଣିଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଟି -୨୦ ବିଶ୍ୱ ସହିତ ରବି ଶାସ୍ତ୍ରୀଙ୍କ ଟିମ ଇଣ୍ଡିଆର କୋଚ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି। ଭାରତ ଶେଷ ଲିଗ ମ୍ୟାଚରେ ନାମ୍ବିଆ...

ଟେଷ୍ଟରେ ୩୦୦ ଉଇକେଟ ପୂରଣ କଲେ ଈଶାନ୍ତ

ଚେନ୍ନାଇ, ୮ା୨- ଭେଟେରାନ ପେସର ଈଶାନ୍ତ ଶର୍ମା ସୋମବାର କିମ୍ବଦନ୍ତୀ ଭାରତୀୟ ବୋଲରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ...

ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର...

Advertisement


Archives

Model This Week