Posted inଖେଳ

ଏଏଫସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍:‌ ପୁଲ୍‌-୩ରେ ଭାରତ

ନୂଆଦିଲ୍ଲୀ, ୧୮।୬(ପି.ଟି.)-  ଏସିଆନ ଫୁଟବଲ କନ୍‌ଫେଡେରେଶନ(ଏଏଫସି)ର ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ପାଇଁ ଭାରତ ପୁଲ୍‌-୩ରେ ସ୍ଥାନ ପାଇଛି। ପ୍ରତିଯୋଗିତା ଏଏଫ୍‌ସି ହାଉସ କୁଆଲାଲମ୍ପୁରଠାରେ ଗୁରୁବାରଠାରୁ ଆରମ୍ଭ ହେବ। ତାସ୍‌କେଣ୍ଟରେ ଅନୁଷ୍ଠିତ ପ୍ରତିଯୋଗିତାର ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ହାସଲ କରି ଭାରତ ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲା। ଭାରତୀୟ ଯୁବ ଦଳ ୩ ମ୍ୟାଚରେ ୧୦ ଗୋଲ ଦେଇଥିବାବେଳେ ଗୋଟିଏ ଗୋଲ ବରଣ କରି ୭ ପଏଣ୍ଟ ପାଇଥିଲା। ଏଥିରେ ଉଜବେକିସ୍ତାନ, ବାହାରିନ ଓ ତୁର୍କମେନିସ୍ତାନ ଭାରତର ପ୍ରତିଦ୍ୱନ୍ଦ୍ୱୀ ଥିଲେ।
ଆଗାମୀ ପ୍ରତିଯୋଗିତା ପାଇଁ ପୁଲ୍‌-୩ରେ ଭାରତ ସହିତ ଇରାନ, ୟେମେନ ଓ ସୌଦୀ ଆରବ ସ୍ଥାନ ପାଇଛନ୍ତି। ପୁଲ୍‌-୧ରେ ବାହାରିନ, ଜାପାନ, ତାଜିକସ୍ତାନ ଓ ଦକ୍ଷିଣ କୋରିଆ, ପୁଲ-୨ରେ ଅଷ୍ଟ୍ରେଲିଆ, ଉତ୍ତର କୋରିଆ, ଇଣ୍ଡୋନେସିଆ ଓ ଓମାନ ଏବଂ ପୁଲ୍‌-୪ରେ ଚାଇନା, ଉଜ୍‌ବେକିସ୍ତାନ, କାତାର ଓ ୟୁଏଇ ସ୍ଥାନ ପାଇଛନ୍ତି। ”ଆମେ ଡ୍ର ଉଠାଣକୁ ଆଗ୍ରହର ସହିତ ଅପେକ୍ଷା କରିଥିଲୁ। ଯୋଗ୍ୟତା ପର୍ଯ୍ୟାୟରେ ଉଜ୍‌ବେକିସ୍ତାନକୁ ପଛରେ ପକାଇ ଦେଇ ଖେଳାଳିମାନେ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଆଗକୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବାରୁ ସେମାନେ ନିଜକୁ ପ୍ରମାଣିତ କରିବାର ସମୟ ଆସିଛି“ ବୋଲି ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡିଜ୍‌ ପ୍ରକାଶ କରିଛନ୍ତି। ଏଏଫସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ ଫାଇନାଲ୍ସରେ ଭାରତ କ୍ରମାଗତ ୩ୟ ଏବଂ ଓଭରଅଲ୍‌ ୯ମ ଥରପାଇଁ ପ୍ରବେଶ କରିଛି। ୨୦୧୮ରେ ଭାରତୀୟ ଯୁବଦଳ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ଯୋଗ୍ୟତାଠାରୁ ଗୋଟିଏ ବିଜୟ ଦୂରରେ ରହିଥିଲା। କ୍ୱାର୍ଟର ଫାଇନାଲରେ ଦଳ ଏକମାତ୍ର ଗୋଲରେ ଦକ୍ଷିଣ କୋରିଆଠାରୁ ପରାଜିତ ହୋଇଥିଲା। ପୂର୍ବରୁ ୨୦୦୨ରେ ମଧ୍ୟ ଭାରତ କ୍ୱାର୍ଟର ଫାଇନାଲ ଖେଳିଥିଲା। ବର୍ତ୍ତମାନର ଦଳ କ୍ରମାଗତ ୮ଟି ଅନ୍ତର୍ଜାତୀୟ ମ୍ୟାଚରେ ଅପରାଜେୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri