Posted inଜାତୀୟ

ଏଏପିର ୫ ବିଦ୍ରୋହୀ ପ୍ରାର୍ଥୀ କେଜ୍‌ରିଓ୍ବାଲଙ୍କ ମୁଖ୍ୟ ସମସ୍ୟା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି ଚଳିତ ଥର ୧୫ ଜଣ ବିଧାୟକଙ୍କୁ ଟିକଟ ଦେବାକୁ ମନା କରିଥିଲା। ସେଥିମଧ୍ୟରୁ ୫ ବିଧାୟକ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଆଦର୍ଶ ଶାସ୍ତ୍ରୀ, ହାଜି ଇଶରାଫ୍‌, ଏନ୍‌.ଡି. ଶର୍ମା, ଜଗଦୀପ୍‌ ସିଂ ଏବଂ ସୁରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଆଦର୍ଶ ହେଉଛନ୍ତି ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ନାତି। ସେ ଦ୍ୱାରିକାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏନ୍‌ .ଡି. ଶର୍ମା ବିଏସ୍‌ପି ପ୍ରାର୍ଥୀ ଭାବେ ବଦରପୁର ବିଧାନସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସୁରେନ୍ଦ୍ର ସିଂ ଦିଲ୍ଲୀ କ୍ୟାଣ୍ଟ୍‌ରୁ ଏନସିପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ସେହିପରି ଜଗଦୀପ୍‌ ସିଂ ହରିନଗରରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱିନ୍ଦ୍ୱିତା କରୁଛନ୍ତି। ହାଜି ଇଶରାଫ୍‌ ସିଲମପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏସବୁ ପ୍ରାର୍ଥୀ ଏଏପିକୁ ଅଡୁଆରେ ପକାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୨୮ରେ ଭାଙ୍ଗିବ ସୁପରଟେକ୍‌ ଟୁଇନ୍‌ ଟାୱାର୍ସ

ନୂଆଦିଲ୍ଲୀ,୧୨।୮: ନୋଏଡାରେ ସେକ୍ଟର-୩ରେ ଥିବା ସୁପରଟେକ୍‌ ଟୁଇନ୍‌ ଟାୱାର୍ସ ଭାଙ୍ଗିବାକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଟୁଇନ୍‌ ଟାୱାର ଆସନ୍ତା ଅଗଷ୍ଟ ୨୧ ବଦଳରେ ଅଗଷ୍ଟ...

ନିରବ ମୋଦିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ

ନୂଆଦିଲ୍ଲୀ,୫।୧୨: ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଗୁରୁବାର ପ୍ରିଭେନଶନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ) କୋର୍ଟ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଛନ୍ତି। ପଞ୍ଜାବ ନ୍ୟାଶନାଲ...

ଜମ୍ମୁ-କଶ୍ମୀର ପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ଉପରାଜ୍ୟପାଳ

ଜମ୍ମୁ,୧୯ ।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଶନିବାର ରାଜ୍ୟପାଇଁ ୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏବେ ଜମ୍ମୁ-କଶ୍ମୀରରେ ବ୍ୟବସାୟୀମାନେ...

ଟ୍ରାକ୍ଟର ଚଲାଇଲେ ତେଜସ୍ବୀ ଯାଦବ

ପାଟନା,୨୫।୯: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କୃଷି ବିଲ ବିରୋଧରେ ଏକ ଟ୍ରାକ୍ଟର ରାଲି...

୫୦ ବର୍ଷ ପରେ ଭାରତକୁ ପୁଣି ଆସିବେ ଚିତାବାଘ, ଜନ୍ମଦିନରେ ଏନକ୍ଲୋଜରରେ ଛାଡ଼ିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୨।୯ : ଦୁନିଆର ଦ୍ରୁତତମ ଦୌଡ଼ୁଥିବା ପ୍ରାଣୀ ଚିତା ବିଲୁପ୍ତ ହେବାର ପ୍ରାୟ ୫୦ ବର୍ଷ ପରେ ସେପ୍ଟେମ୍ବର୧୭ ରେ ଭାରତକୁ ପୁଣି ଆସିିବାକୁ...

ଜେଲ୍‌ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ

ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ...

ଲକ୍‌ଡାଉନରେ ରେକର୍ଡ କଲା ପାର୍ଲେ-ଜି !

ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍‌ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ...

୨ ହଜାର ବର୍ଷ ତଳେ ହରପ୍ପାନ୍‌ ସଭ୍ୟତାରେ ତିଆରି ହେଉଥିଲା ପିଜା

ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨...

Advertisement
Archives

Model This Week