ଏଇ ଭାରତରେ

ଦୁନିଆରେ ଏମିତି ଜଣେ ଜଣେ ବ୍ୟକ୍ତି ଥାଆନ୍ତି ଯିଏ ଦାନ କରି ମହାନତାର ପରିଚୟ ଦିଅନ୍ତି। ଏମିତି ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ସିବିଆର୍‌ ପ୍ରସାଦ। ସେ ୪୦ବର୍ଷ ପରେ ତାଙ୍କର ସମସ୍ତ ପେନ୍‌ସନ ଅର୍ଥ ୧କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ସୋମବାର ରାଜନାଥ ସିଂଙ୍କୁ ଭେଟି ସେ ଏହି ପରିମାଣର ଏକ ଚେକ୍‌ ପ୍ରଦାନ କରିଛନ୍ତି। ପ୍ରାୟ ୯ ବର୍ଷ କାଳ ଭାରତୀୟ ବାୟୁସେନାରେ କାମକରିବା ପରେ ରେଲଓ୍ବେରେ ଭଲ ସୁଯୋଗ ମିଳିବାରୁ ସେ ବାୟୁସେନାରୁ ଅବସର ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ରେଲଓ୍ବେରେ ଚାକିରି ମିଳି ନ ଥିଲା। ଏଥିରେ ସେ ଭାଙ୍ଗି ନ ପଡ଼ି ଏକ କୁକୁଡା ଫାର୍ମ ଆରମ୍ଭ କରିଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ପରିବାର ପ୍ରତିପୋଷଣ କରୁଥିଲେ ପ୍ରସାଦ। ଆଉ ତାଙ୍କୁ ଯେଉଁ ପେନ୍‌ସନ ମିଳୁଥିଲା ସେ ସମସ୍ତ ଅର୍ଥକୁ ସାଇତି ରଖି ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ପ୍ରସାଦ କହିଛନ୍ତି ଅବସର ପରେ ସେନା ତାଙ୍କୁ ଯାହା ଦେଇଛି ତାକୁ ସେ ଫେରାଇ ଦେବାକୁ ଚିନ୍ତାକରି ଏପରି କରିଛନ୍ତି। ଏଥିରେ ସେ ଓ ତାଙ୍କ ପରିବାର ବେଶ୍‌ ଗର୍ବ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମାଜରେ ଏମିତି ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ ଦେଶଭାବନାରେ ଉଦ୍‌ବୁଦ୍ଧ ହେବା ସହ ଅନ୍ୟମାନଙ୍କୁ ଜିଇବାର ରାସ୍ତା ଦେଖାଇବା ପାଇଁ ସବୁ ଦୁଃଖକଷ୍ଟ ଭୁଲିଯାଇଥାନ୍ତି। ମହାରାଷ୍ଟ୍ରର ପ୍ରେରଣା...

ମଣିଷ ଶିଖୁ

ମାନସ ରଂଜନ ବିଶ୍ୱାଳ ଆଖିକୁ ଦେଖାଯାଉ ନ ଥିବା ଏକ ଭୂତାଣୁର ପ୍ରଭାବ ନିକଟରେ ସମଗ୍ର ବିଶ୍ୱ ଅସହାୟ। ଗୋଟିଏ ଝଟକାରେ ମାଟିରେ ମିଶିଗଲା ମଣିଷ...

ଉଦ୍ଦେଶ୍ୟହୀନ ପ୍ରବେଶ

ଆକାର ପଟେଲ ଚଳିତ ବର୍ଷ ଜାନୁୟାରୀରେ ଆମେରିକା ୨୦୧୮ର ଏକ ଗୁପ୍ତ ଡକ୍ୟୁମେଣ୍ଟକୁ ଅଗୁପ୍ତ ଶ୍ରେଣୀଭୁକ୍ତ କଲା ପରେ ସବୁକଥା ସାମ୍ନାକୁ ଆସିଛି। ଚାଇନା ସୃଷ୍ଟି...

ପ୍ରଦୂଷଣ କବଳରେ ଜୀବନ

ଶୁଭନାରାୟଣ ଶତପଥୀ ମଣିଷ ଯେଉଁ ପାରିପାର୍ଶ୍ୱିକ ପରିବେଶରେ ରହୁଛି ତାହା ଦିନକୁ ଦିନ ପ୍ରଦୂଷିତ କରିବାରେ ଲାଗିଛି। ଏହି ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚତ୍ଲାଣି।...

ଏଇ ଭାରତରେ

ନିରାଶ୍ରୟମାନଙ୍କୁ ନିଜ ପରିବାର ଭାବେ ଗ୍ରହଣ କରିନେଇଛନ୍ତି ମଧ୍ୟପ୍ରଦେଶର ସୁଧୀର ଗୋୟଲ। ତାଙ୍କୁ ବର୍ତ୍ତମାନ ବୟସ ୬୧। ନିରାଶ୍ରୟ ଶିଶୁ,ବୃଦ୍ଧ-ବୃଦ୍ଧାମାନଙ୍କ ଲାଗି ସେ ପାଲଟିଯାଇଛନ୍ତି ଆଶାର...

ଏଇ ଭାରତରେ

ବନ୍ୟାଜଳ ଉବୁଟୁବୁ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ ବାହାରକୁ ଗୋଡ ବଢ଼ାଇଥିଲେ। ଏହି ସମୟରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ଜଣେ...

ବର୍ଷକରେ ପାଞ୍ଚ ସାତ ରକମର ଟିକା

ସହଦେବ ସାହୁ କରୋନା ଯେତିକି ଖରାପ କରିଛି, ସେତିକି ଭଲ କରିଛି ବୋଲି କହିବା। ସାରା ପୃଥିବୀକୁ ଏକ କରିଦେଲା, ସବୁ ବୈଜ୍ଞାନିକଙ୍କୁ ଟିକା ତିଆରି...

ଉତ୍କଳୀୟ ନବବର୍ଷ: ମହାବିଷୁବ ସଂକ୍ରାନ୍ତି

ବିପିନ ବିହାରୀ ମହାନ୍ତି   ସୂର୍ଯ୍ୟ ସ୍ଥିର। ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି ଅଥଚ ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ଆମେ ସୌରବର୍ଷ ଗଣନା କରୁଛୁ।...

Advertisement
Archives

Model This Week