ଏଇ ଭାରତରେ

ବିଭିନ୍ନ ଆକୃତିର ନିଶକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜୋର ଧରେ। କେତେକ ନିଶ ରଖିବାକୁ ସମ୍ମାନଜନକ ବିଷୟ ବୋଲି ମନେକରନ୍ତି। ମାତ୍ର ରାଜସ୍ଥାନ ଜୟପୁରର ଏକ ସରକାରୀ ବୈଠକରେ ବାରମ୍ବାର ନିଶରେ ହାତ ମାରୁଥିବା ଜଣେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମ୍ପୃକ୍ତ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟସ ଜାରି କରାଯାଇଛି। ସ୍ଥାନୀୟ ଅଜମେରସ୍ଥିତ ଶ୍ରୀନଗର ଉପଖଣ୍ଡରେ ଜୁଲାଇ ୭ରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଭିଡିଓ କନ୍‌ଫରେନ୍ସିଂ ଆୟୋଜିତ ହୋଇଥିଲା। ଏଥିରେ ଉପସ୍ଥିତ ଥିବା ସାମାଜିକ ସୁରକ୍ଷା ଅଧିକାରୀ ବିଶାଲ ସୋଲାଙ୍କି ବୈଠକ ଚାଲିଥିବା ସମୟରେ ବାରମ୍ବାର ନିଜ ନିଶରେ ହାତ ମାରିଥିଲେ। ବୈଠକରେ ଉପସ୍ଥିତ ଥିବା ଅନ୍ୟ ବରିଷ୍ଠ ଅଧିକାରୀ ବିଶାଲଙ୍କୁ ଏପରି ନ କରିବାକୁ କହିଥିଲେ। ତେବେ ବିଶାଲ ଏପରି କରିଚାଲିଥିଲେ। ଏନେଇ ଅଭିଯୋଗ ହେବା ପରେ ସମ୍ପୃକ୍ତ ବିଭାଗର ଉପନିର୍ଦ୍ଦେଶକ ଏବେ ବିଶାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେ କାହିଁକି ନିଶରେ ବାରମ୍ବାର ହାତ ମାରୁଥିଲେ ବୋଲି ନୋଟିସରେ ପ୍ରଶ୍ନ କରାଯାଇଛି। ଏହିି ନୋଟିସ୍‌କୁ ନେଇ ଏଠାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି...

ସୀମାରେଖା ଆରପାରେ

ଡ. ସୁବାସ ଚନ୍ଦ୍ର ପାତ୍ର ସରକାରୀ ଚାକିରି ହେଉ ଅବା ଘରୋଇ, ସାମାଜିକ ଜୀବନ ହେଉ ଅବା ବ୍ୟକ୍ତିଗତ, କାର୍ଯ୍ୟଧାରାକୁ ଶୃଙ୍ଖଳିତ ତଥା ସୁସଂହତ କରିବା...

ଜୀବନ, ଜୀବିକା ଓ ଅର୍ଥନୀତି

ପ୍ରଦୀପ ଚନ୍ଦ୍ର ସମଗ୍ର ବିଶ୍ୱ ଆଜି ଏକ ଅଦୃଶ୍ୟ ଶତ୍ରୁ କରୋନା କବଳରେ ଜର୍ଜରିତ। ବର୍ତ୍ତମାନର ପରିସ୍ଥିତିରେ ଦେଶର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି। ବିଶ୍ୱବ୍ୟାଙ୍କ...

ସମ୍ପାଦକୀୟ/ ନୂଆ ଯୁଗର ଡ୍ରୋନ୍‌

ବିଶ୍ୱର ସର୍ବବୃହତ୍‌ ତୈଳ ଉତ୍ପାଦକ ସୌଦି ଆରବର କମ୍ପାନୀ ‘ସୌଦି ଆରାମ୍‌କୋ’ର ଦୁଇଟି ତୈଳ କୂପ ଉପରେ ୟେମେନୀ ବିଦ୍ରୋହୀ ଗୋଷ୍ଠୀ ୧୪ ସେପ୍ଟେମ୍ବରରେ ଡ୍ରୋନ୍‌...

ବାଲିଯାତ୍ରାରେ ବନ୍ଧୁ ଅର୍ଜନ

ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ଏହା ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣମୀରେ ପାଳନ କରାଯାଉଥିବା ବାଲିଯାତ୍ରା ଉତ୍ସବ କଥା ନୁହେଁ, ବାଲିରେ ତିନି ସପ୍ତାହ କଟେଇ ଘରକୁ ଫେରିବା...

ସଭିଙ୍କୁ ଧନ୍ୟବାଦ

ପ୍ରକାଶ ତ୍ରିପାଠୀ ଏଇ କିଛିଦିନ ତଳର ଘଟଣା। ସେଦିନ ଥାଏ ରବିବାର। ଜଣେ ବନ୍ଧୁଙ୍କୁ ଆଣିବା ପାଇଁ ରେଲଓ୍ବେ ଷ୍ଟେଶନ ବାହାରିଲି। ମଧ୍ୟାହ୍ନ ବାରଟା ସମୟ...

ଅମର ଶହୀଦ ବାଜି ରାଉତ

ଡ. ଉଦ୍ଧବ ଚରଣ ନାୟକ ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା...

ଏଇ ଭାରତରେ

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ରାସ୍ତା, ପାର୍କ, ପ୍ରକଳ୍ପ କିମ୍ବା ଭବନର ନାମକରଣ ହେବା ଏକ ସାଧାରଣ କଥା, କିନ୍ତୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମରେ ଏକ...

Play 250+ Trending Games
Archives

Model This Week

Why Dharitri