ଏଇ ଭାରତରେ

ଅନେକ ସମୟରେ ଦେଖାଯାଏ ଗରିବ ପିଲାମାନେ ଦାମୀ ବହି କିଣିପାରନ୍ତି ନାହିଁ। ସାଙ୍ଗସାଥୀ କିମ୍ବା ଲାଇବ୍ରେରିରୁ ବହି ଆଣି ପଢ଼ିଥାନ୍ତି। ଏଭଳି ସମସ୍ୟାର ସାମ୍ନା କରିଥିଲେ ଅକ୍ଷୟ କଶ୍ୟପ, ଯେଉଁଥିପାଇଁ ସେ ସେକେଣ୍ଡହ୍ୟାଣ୍ଡ ବା ବ୍ୟବହାର ହୋଇଥିବା ପୁରୁଣା ବହି ସଂଗ୍ରହ କରି ତାହାକୁ ଶସ୍ତାରେ ପିଲାମାନଙ୍କୁ ବିକ୍ରି କରୁଛନ୍ତି। ମୁଜାଫରପୁରରେ ରହୁଥିବା ଅକ୍ଷୟ ତାଙ୍କ ସାଙ୍ଗ ଶ୍ରୀଞ୍ଜାନ କୁମାରଙ୍କ ସହ ମିଶି ୨୦୨୨ରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ‘କିତାବଓ୍ବାଲା’ ଆରମ୍ଭ କରିଥିଲେ। ସେମାନେ ଏବେ ସୁଦ୍ଧା ୬,୦୦୦ ବହି ବିକ୍ରି କରିସାରିଲେଣି ଓ ଦୁଇ ବର୍ଷ ମଧ୍ୟରେ ଏଥିରୁ ସେମାନେ ୮ ଲକ୍ଷ ଟଙ୍କା ପାଇଛନ୍ତି। ସେମାନେ ସ୍କୁଲ, କଲେଜ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ବହି ଯୋଗାଇ ଦେଉଛନ୍ତି। ଅକ୍ଷୟ ଓ ଶ୍ରୀଞ୍ଜାନ ପ୍ରଥମେ ୮୦୦ ଟଙ୍କାର ପୁରୁଣା ବହି କିଣି ଏହି ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ମୁଜାଫରପୁରରୁ ତାଙ୍କ ବ୍ୟବସାୟକୁ ପାଟନା ଓ ବିହାରର ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ କରିପାରିଛନ୍ତି। ସେମାନେ ପ୍ରତିଦିନ ୨୦୦-୨୫୦ ଗ୍ରାହକଙ୍କୁ ବହି ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri