ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ ପାଇ ନ ପାରେ। ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ଜଣେ ଅଭିଯୁକ୍ତ। ଏପରି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗରେ। ଏହି ନ୍ୟାୟର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ। କାରଣ ବିଳମ୍ବରେ ମିଳୁଥିବା ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ ବୋଲି କୁହାଯାଏ। ପଶ୍ଚିମବଙ୍ଗରେ ଦେଶଦ୍ରୋହ ଅପରାଧରେ କାରାଦଣ୍ଡ ଭୋଗୁଥିବା ୩ ଜଣ ଅଭିଯୁକ୍ତଙ୍କୁ କୋଲକତା ହାଇକୋର୍ଟ ମୁକ୍ତ କରିଛନ୍ତି। କିନ୍ତୁ ଏଥିପାଇଁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବିଳମ୍ବ ହୋଇଯାଇଛି। ସେମାନଙ୍କୁ ୨୦୦୫ରେ ଏକ ନିମ୍ନ ଅଦାଲତ ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନିମ୍ନ ଅଦାଲତଙ୍କ ରାୟକୁ ୨୦୦୬ରେ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ଇତିମଧ୍ୟରେ ଜଣେ ଅଭିଯୁକ୍ତ ସୁଶୀଲ ରାୟଙ୍କର ଗତ ୫ ବର୍ଷ ତଳେ ୨୦୧୪ରେ ମୃତ୍ୟୁ ହୋଇସାରିଛି। ତେଣୁ ବର୍ତ୍ତମାନ ମିଳିଥିବା ନ୍ୟାୟର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବିଚାରପତି ମୁକ୍ତ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାମାନେ ଟଙ୍କାଟିଏ ପାଇଲେ ବଜାରରୁ ବିସ୍କୁଟ କି ଚକୋଲେଟ କିଣିଦିଅନ୍ତି। କିନ୍ତୁ ଏମିତି ପିଲା ଅଛନ୍ତି ଯେଉଁମାନେ ତାଙ୍କ ପକେଟ୍‌ ଖର୍ଚ୍ଚ ସଞ୍ଚୟ କରି ଚଳାଉଛନ୍ତି...

ଏଇ ଭାରତରେ

ପାଠ ଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରନ୍ତି କିମ୍ବା ମିଛ କହନ୍ତି। ମାତ୍ର ଏବେ ପାଠ ଚାପରୁ ମୁକ୍ତି ପାଇଁ...

ବିପ୍ଳବୀ ପଦକ୍ଷେପ

ଶାହା ଫୈଜଲ ୧୦ ଅଗଷ୍ଟ ୨୦୨୦ରେ ରାଜନୈତିକ ଦଳ ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌)ର ଅଧ୍ୟକ୍ଷ ପଦ ତ୍ୟାଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୈଜଲ...

ଏଇ ଭାରତରେ

ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର। ହିନ୍ଦୁ କରୁଛନ୍ତି ମସ୍‌ଜିଦର ଦେଖାରଖା। ପଞ୍ଜାବ ରାଜ୍ୟର ଲୁଧିଆନା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ...

ଏକ ଦେଶ, ଏକ ନିର୍ବାଚନରେ ସମସ୍ୟା

‘ଏକ ଦେଶ, ଏକ ନିର୍ବାଚନ’ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ପ୍ରକାଶ କରିଛନ୍ତି।...

ସମ୍ପାଦକୀୟ/ ପିମ୍ପୁଡ଼ି ଦଳିଦେଲୁ

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ୧୬ ଜୁନ୍‌ରେ ହୋଇଥିବା ବିଶ୍ୱକପ୍‌ କ୍ରିକେଟ୍‌ର ଏକ ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନ୍‌ରେ ପରାସ୍ତ କରିଛି। ବିଶ୍ୱକପ୍‌ ଆରମ୍ଭ ହେବା ଦିନରୁ...

ଲକ୍‌ଡାଉନର ସାମୟିକ ପ୍ରଭାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ...

ଏଫ୍‌ସିଆର୍‌ଏ କାହା ସ୍ବାର୍ଥରେ

ଆକାର ପଟେଲ ଦି ଫରେନ୍‌ କଣ୍ଟ୍ରିବ୍ୟୁଶନ (ରେଗୁଲେଶନ) ଆକ୍ଟ ବା ବିଦେଶ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍‌ସିଆର୍‌ଏ) ଏକ ଅଜବ ପ୍ରକାରର ପୁରୁଣା ଆଇନ। ଭାରତର...

Advertisement
Archives

Model This Week