ଏଇ ଭାରତରେ

ଭାରତରେ ଜଳଖିଆ କହିଲେ ଇଡ୍‌ଲି, ତରକାରି ଭାରି ପ୍ରିୟ। ଏହି ଖାଦ୍ୟରୁ ପ୍ରାୟ ଦିନ ଆରମ୍ଭ ହୋଇଥାଏ। ବିଭିନ୍ନ ସ୍ଥାନରେ ଇଡ୍‌ଲିର ସ୍ବାଦ ଭିନ୍ନ କରିବାକୁ ଦୋକାନୀମାନେ ଚେଷ୍ଟା କରିଥାନ୍ତି। କିନ୍ତୁ କର୍ନାଟକର ହାଲାଗୁରୁ ଗାଁରେ ‘ବାବୁ ହୋଟେଲ’ର ଛିବୁଲ୍‌ ଇଡ୍‌ଲିର ସ୍ବତନ୍ତ୍ର ସ୍ବାଦ ଲୋକଙ୍କୁ ୭୦ ବର୍ଷ ହେଲା ବାନ୍ଧି ରଖିଛି। ଗିନା ଆକୃତିର ବାମ୍ବୋ ବାସ୍କେଟ୍‌ରେ ଏହି ଇଡ୍‌ଲି ତିଆରି ହେଉଛି। ବାଉଁଶ ପାତ୍ର ଉପରେ ଛୋଟ ଗିନା ରଖି ସେଥିରେ ଆଣ ଭରିବା ପରେ ତାହାକୁ ବଡ଼ ସିଲ୍‌ଭର ପାତ୍ର ମଧ୍ୟରେ ରଖି ମଣ୍ଡାପିଠା ପରି ପ୍ରସ୍ତୁତ କରାଯାଉଛ। ୭ ଦଶନ୍ଧିର ଏହି ହୋଟେଲକୁ ଏବେ ଚଳାଉଛନ୍ତି ଭକ୍ତ ବତ୍ସଳା। ପ୍ରତିଦିନ ୫୦୦ ଲୋକ ଖାଉଛନ୍ତି ଇଡ୍‌ଲି। ଗୋଟିକର ଦାମ୍‌ ୧୦ ଟଙ୍କା। ବାଉଁଶ ପାତ୍ରରେ ଏହାକୁ ତିଆରି କରାଯାଉଥିବାରୁ ସ୍ବାଦ ଭିନ୍ନ ରହୁଛି। ବତ୍ସଳା ସୋସିଓଲୋଜିରେ ଡିଗ୍ରୀ କରିଥିଲେ ମଧ୍ୟ ତାଙ୍କ ପରିବାରର ଏହି ଦୋକାନ ଚଳାଇବାର ଦାୟିତ୍ୱ ନେଇଛନ୍ତି। ହାଲାଗୁରୁରେ ଅଧିକ ବାଉଁଶ ଚାଷ ହେଉଥିବାରୁ ବାଉଁଶର ଛୋଟ ବାସ୍କେଟ ତିଆରି କରିବା ସହଜ ହେଉଛି ବୋଲି କହନ୍ତି ବତ୍ସଳା। ସେହି ଗାଁରେ ଆଉ କେତୋଟି ଦୋକାନ ଖୋଲିଥିଲେ ମଧ୍ୟ ବତ୍ସଳାଙ୍କ ପ୍ରସ୍ତୁତି ଶୈଳୀ ଭିନ୍ନ ହୋଇଥିବାରୁ ଏହା ସ୍ବାଦଯୁକ୍ତ ହୋଇପାରୁଛି। ଏହି କୌଶଳ ସେ ତାଙ୍କ ପୂର୍ବପିଢ଼ିଠାରୁ ଶିକ୍ଷା କରିଛନ୍ତି ବୋଲି କହନ୍ତି ବତ୍ସଳା। ହୋଟେଲ ସକାଳ ୫.୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ଯାଏ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri