ଏଇ ଭାରତରେ

ଭାରତରେ ଜଳଖିଆ କହିଲେ ଇଡ୍‌ଲି, ତରକାରି ଭାରି ପ୍ରିୟ। ଏହି ଖାଦ୍ୟରୁ ପ୍ରାୟ ଦିନ ଆରମ୍ଭ ହୋଇଥାଏ। ବିଭିନ୍ନ ସ୍ଥାନରେ ଇଡ୍‌ଲିର ସ୍ବାଦ ଭିନ୍ନ କରିବାକୁ ଦୋକାନୀମାନେ ଚେଷ୍ଟା କରିଥାନ୍ତି। କିନ୍ତୁ କର୍ନାଟକର ହାଲାଗୁରୁ ଗାଁରେ ‘ବାବୁ ହୋଟେଲ’ର ଛିବୁଲ୍‌ ଇଡ୍‌ଲିର ସ୍ବତନ୍ତ୍ର ସ୍ବାଦ ଲୋକଙ୍କୁ ୭୦ ବର୍ଷ ହେଲା ବାନ୍ଧି ରଖିଛି। ଗିନା ଆକୃତିର ବାମ୍ବୋ ବାସ୍କେଟ୍‌ରେ ଏହି ଇଡ୍‌ଲି ତିଆରି ହେଉଛି। ବାଉଁଶ ପାତ୍ର ଉପରେ ଛୋଟ ଗିନା ରଖି ସେଥିରେ ଆଣ ଭରିବା ପରେ ତାହାକୁ ବଡ଼ ସିଲ୍‌ଭର ପାତ୍ର ମଧ୍ୟରେ ରଖି ମଣ୍ଡାପିଠା ପରି ପ୍ରସ୍ତୁତ କରାଯାଉଛ। ୭ ଦଶନ୍ଧିର ଏହି ହୋଟେଲକୁ ଏବେ ଚଳାଉଛନ୍ତି ଭକ୍ତ ବତ୍ସଳା। ପ୍ରତିଦିନ ୫୦୦ ଲୋକ ଖାଉଛନ୍ତି ଇଡ୍‌ଲି। ଗୋଟିକର ଦାମ୍‌ ୧୦ ଟଙ୍କା। ବାଉଁଶ ପାତ୍ରରେ ଏହାକୁ ତିଆରି କରାଯାଉଥିବାରୁ ସ୍ବାଦ ଭିନ୍ନ ରହୁଛି। ବତ୍ସଳା ସୋସିଓଲୋଜିରେ ଡିଗ୍ରୀ କରିଥିଲେ ମଧ୍ୟ ତାଙ୍କ ପରିବାରର ଏହି ଦୋକାନ ଚଳାଇବାର ଦାୟିତ୍ୱ ନେଇଛନ୍ତି। ହାଲାଗୁରୁରେ ଅଧିକ ବାଉଁଶ ଚାଷ ହେଉଥିବାରୁ ବାଉଁଶର ଛୋଟ ବାସ୍କେଟ ତିଆରି କରିବା ସହଜ ହେଉଛି ବୋଲି କହନ୍ତି ବତ୍ସଳା। ସେହି ଗାଁରେ ଆଉ କେତୋଟି ଦୋକାନ ଖୋଲିଥିଲେ ମଧ୍ୟ ବତ୍ସଳାଙ୍କ ପ୍ରସ୍ତୁତି ଶୈଳୀ ଭିନ୍ନ ହୋଇଥିବାରୁ ଏହା ସ୍ବାଦଯୁକ୍ତ ହୋଇପାରୁଛି। ଏହି କୌଶଳ ସେ ତାଙ୍କ ପୂର୍ବପିଢ଼ିଠାରୁ ଶିକ୍ଷା କରିଛନ୍ତି ବୋଲି କହନ୍ତି ବତ୍ସଳା। ହୋଟେଲ ସକାଳ ୫.୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ଯାଏ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri