ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ ଶ୍ରେଣୀ ଯାଏ ପଢ଼ି ପାଠ ଛାଡ଼ି ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡକୁ ନେବା ପରେ ତାଙ୍କୁ ବାଲ୍ୟବିବାହ କରିବାକୁ ପଡ଼ିଥିଲା। ସେ ଔରଙ୍ଗାବାଦରେ ବଢ଼ିଥିଲେ ବି ଫୁଲାମ୍ବରୀ ଜିଲାର ଏକ ଗାଁକୁ ବୋହୂ ହୋଇ ଆସିବା ପରେ କୃଷିକର୍ଯ୍ୟରେ ଲାଗିଥିଲେ। ତାଙ୍କ ଶାଶୁଘର କୃଷକ ପରିବାର ହୋଇଥିବାରୁ ସବିତା ଶୀଘ୍ର କୃଷିକାର୍ଯ୍ୟ ଶିକ୍ଷା କରିନେଲେ। ପରେ ଜୈବିକ ଚାଷ କରିବା ସହ ତାଙ୍କ ଗାଁ ଓ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ୯୦୦ ମହିଳାଙ୍କୁ ଉକ୍ତ ଚାଷ କରିବାକୁ ପ୍ରେରିତ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୭ରେ ସେ ଫେସ୍ବୁକ୍ କମ୍ୟୁନିଟି ‘ଓମେନ୍ ଇନ୍ ଏଗ୍ରିକଲ୍ଚର’ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୭ ଲକ୍ଷ ସଦସ୍ୟଙ୍କୁ ଯୋଡ଼ି ଜୈବିକ କୃଷି ସମ୍ପର୍କରେ ଶିକ୍ଷା ଦେଇଛନ୍ତି। ପ୍ରଥମରୁ ସେ ୧୭ ବର୍ଷ ବୟସରେ ଜୈବିକ କୃଷି ଉପରେ ପ୍ରଶିକ୍ଷଣ ନେଇ ନିଜ ଜମିରେ ଚାଷ ଆରମ୍ଭ କରିଥିଲେ ଓ ଏବେ ସେ ତାଙ୍କ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ଶେୟାର କରୁଛନ୍ତି। ସବିତା ସକାଳୁ ଉଠି ଘରକାମ ଶେଷ କରି ୧୦ଟାରେ କ୍ଷେତକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ରାତିରେ ଖାଇବା ପରେ ଜୈବିକ କୃଷି ନେଟ୍ଓ୍ବର୍କରେ ଲାଗିପଡ଼ନ୍ତି। ଏଥିରେ ସେ ମହିଳାମାନେ ସମ୍ମୁଖୀନ ହେଉଥିବା କୃଷି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ନିଜେ ଜୈବିକ କୃଷିରେ ସଫଳତା ପାଇବା ସହ ମହିଳାମାନଙ୍କୁ ଏଥିରେ ସାମିଲ କରିବାର ଦକ୍ଷତା ଲାଗି ତାଙ୍କୁ ଜିଲା ତଥା ରାଜ୍ୟରେ ଅନେକ ପୁରସ୍କାର ମିଳିଛି। ସେ ଏବେ ମହିଳା ଚାଷୀମାନଙ୍କ ମଧ୍ୟରେ ‘ସବିତା ଦିଦି’ ଭାବେ ବେଶ୍ ଜଣାଶୁଣା।
ବିକଳ୍ପର ବାର୍ତ୍ତାବହ
ଅଭିଜିତ ଦୀପ୍କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…
ମାଧବଙ୍କ ଦୃଷ୍ଟିରେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…
ବାଳାଶ୍ରମରେ ବାପୁ
ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍ ୨ ତାରିଖ ଦିନ ବାପୁ ଯାଜପୁର ପାର୍ ହୋଇ ଭଦ୍ରକ…
ହିଂସାର ଉତ୍ସବ
ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…
ଇଡି ପୁନର୍ଗଠନ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…
ଏଇ ଭାରତରେ
କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…
ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି
ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…
ପୁସ୍ତକରେ ବନ୍ଦୀ ଶୈଶବ
ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…
Archives

