ଏଇ ଭାରତରେ

ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ ଶ୍ରେଣୀ ଯାଏ ପଢ଼ି ପାଠ ଛାଡ଼ି ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡକୁ ନେବା ପରେ ତାଙ୍କୁ ବାଲ୍ୟବିବାହ କରିବାକୁ ପଡ଼ିଥିଲା। ସେ ଔରଙ୍ଗାବାଦରେ ବଢ଼ିଥିଲେ ବି ଫୁଲାମ୍ବରୀ ଜିଲାର ଏକ ଗାଁକୁ ବୋହୂ ହୋଇ ଆସିବା ପରେ କୃଷିକର୍ଯ୍ୟରେ ଲାଗିଥିଲେ। ତାଙ୍କ ଶାଶୁଘର କୃଷକ ପରିବାର ହୋଇଥିବାରୁ ସବିତା ଶୀଘ୍ର କୃଷିକାର୍ଯ୍ୟ ଶିକ୍ଷା କରିନେଲେ। ପରେ ଜୈବିକ ଚାଷ କରିବା ସହ ତାଙ୍କ ଗାଁ ଓ ନିକଟବର୍ତ୍ତୀ ଅଞ୍ଚଳର ପ୍ରାୟ ୯୦୦ ମହିଳାଙ୍କୁ ଉକ୍ତ ଚାଷ କରିବାକୁ ପ୍ରେରିତ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୭ରେ ସେ ଫେସ୍‌ବୁକ୍‌ କମ୍ୟୁନିଟି ‘ଓମେନ୍‌ ଇନ୍‌ ଏଗ୍ରିକଲ୍‌ଚର’ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୭ ଲକ୍ଷ ସଦସ୍ୟଙ୍କୁ ଯୋଡ଼ି ଜୈବିକ କୃଷି ସମ୍ପର୍କରେ ଶିକ୍ଷା ଦେଇଛନ୍ତି। ପ୍ରଥମରୁ ସେ ୧୭ ବର୍ଷ ବୟସରେ ଜୈବିକ କୃଷି ଉପରେ ପ୍ରଶିକ୍ଷଣ ନେଇ ନିଜ ଜମିରେ ଚାଷ ଆରମ୍ଭ କରିଥିଲେ ଓ ଏବେ ସେ ତାଙ୍କ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ଶେୟାର କରୁଛନ୍ତି। ସବିତା ସକାଳୁ ଉଠି ଘରକାମ ଶେଷ କରି ୧୦ଟାରେ କ୍ଷେତକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ରାତିରେ ଖାଇବା ପରେ ଜୈବିକ କୃଷି ନେଟ୍‌ଓ୍ବର୍କରେ ଲାଗିପଡ଼ନ୍ତି। ଏଥିରେ ସେ ମହିଳାମାନେ ସମ୍ମୁଖୀନ ହେଉଥିବା କୃଷି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତି। ନିଜେ ଜୈବିକ କୃଷିରେ ସଫଳତା ପାଇବା ସହ ମହିଳାମାନଙ୍କୁ ଏଥିରେ ସାମିଲ କରିବାର ଦକ୍ଷତା ଲାଗି ତାଙ୍କୁ ଜିଲା ତଥା ରାଜ୍ୟରେ ଅନେକ ପୁରସ୍କାର ମିଳିଛି। ସେ ଏବେ ମହିଳା ଚାଷୀମାନଙ୍କ ମଧ୍ୟରେ ‘ସବିତା ଦିଦି’ ଭାବେ ବେଶ୍‌ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri