ଏଇ ଭାରତରେ

ଜଳ ପୃଥିବୀକୁ ସବୁଜ ସୁନ୍ଦର କରେ। ଜଳ ବି ଜୀବନର ସଞ୍ଜିବନୀ,ଏହା ଉପଲବ୍ଧିି କରିଛନ୍ତି ଯୋଗେଶ ଚୌହାନ। ପୁଣେର ଏହି ଏଚ୍‌ଆର୍‌ ପସର୍ର୍ନାଲ ଦହିଗାଓଁରେ ଜଳ ସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି କରିପାରିଛନ୍ତି। ଏହାଦ୍ୱାରା ସବୁ କୂଅ, ନଳକୂଅରେ ପାଣି ଭରା ରହୁଛି। ମହାରାଷ୍ଟ୍ରର ସତରା ଜିଲା ଅନ୍ତର୍ଗତ ଦହିଗାଓଁରେ ଯୋଗେଶଙ୍କ ଜନ୍ମ। ଗାଁର ଜନସଂଖ୍ୟା ୩,୫୦୦। ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଏହି ଗାଁ ତଥା ଏହାର ୧୦୦କିମି ମଧ୍ୟରେ ଥିତ୍ବା ଗାଁଗୁଡ଼ିକରୁ ଏହି ସମସ୍ୟା ଏବେ ଦୂର ହୋଇଛି ଯାଦବଙ୍କ ପ୍ରଚେଷ୍ଟାରେ।୨୦୧୬ରେ ଯୋଗେଶ ଗାଁକୁ ଫେରି ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ବର୍ଷାଜଳ ଅମଳ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ପରେ ଏହା ମାଧ୍ୟମରେ ବିଭିନ୍ନ ସ୍ଥାନରେ ବର୍ଷାଜଳ ସଂରକ୍ଷଣ କେନ୍ଦ୍ର ନିର୍ମାଣ କରିଛନ୍ତି। ପାଣିକୁ ଫିଲଟର କରି ପାଣିଟାଙ୍କିଗୁଡ଼ିକରେ ଜମାରଖିବାର ବ୍ୟବସ୍ଥା କରିଛନ୍ତି। ଗ୍ରାମବାସୀ ଏବଂ ସ୍ଥାନୀୟ ସଂସ୍ଥାମାନଙ୍କଠାରୁ ଆର୍ଥିକ ଅନୁଦାନ ଯୋଗାଡ କରି ଏହି ପ୍ରୋଜେକ୍ଟକୁ ଆଗକୁ ବଢାଇଛନ୍ତି। କେବଳ ଏତିକି ନୁହେଁ ସେ ଗାଁ ପାଖ ନଦୀରେ ୧୭ଟି ଚେକ୍‌ଡ୍ୟାମ ନିର୍ମାଣ କରି ନଦୀର ୫୦ ପ୍ରତିଶତ ପାଣି ଅଟକାଇ ପାରିଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସହ ଇଞ୍ଜିନିୟର, ସ୍ବେଚ୍ଛାସେବୀ ଓ ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି। ଚେକ୍‌ଡ୍ୟାମରେ ୨୯ କୋଟି ଲିଟର ଜଳ ସଂରକ୍ଷଣ କରାଯାଇପାରିବ ବୋଲି ଆକଳନ କରିଛନ୍ତି ଯୋଗେଶ। ଦହିଗାଓଁ ଏବଂଏହାର ଆଖପାଖ ଗାଁଗୁଡ଼ିକରେ ଭୂତଳ ଜଳସ୍ତର ଢେର ବଢ଼ିଯାଇଛି। ୭୦ଫୁଟ ବଦଳରେ କୂଅରେ ୩୦ ଫୁଟରେ ପାଣି ପଡୁଛି। ପୁରୁଣା ନଳକୂପରେ ୧୫୦ ଫୁଟରେ ପାଣି ପଡୁଥିବାବେଳେ ଏବେ ପଡୁଛି ୭୦ ଫୁଟରେ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇ ସହଜ ନୁହେଁ

ସରକାର ଓ ଲୋକମାନେ ଏକାଠି କାର୍ଯ୍ୟ କରିବା ଦ୍ୱାରା ହିଁ କେବଳ ମହାମାରୀକୁ ଆୟତ୍ତ କରାଯାଇପାରିବ। ସାରାବିଶ୍ୱରେ ଆମେ ସମସ୍ତେ ଏହି କଥାକୁ ଭଲ ଭାବେ...

ସମର୍ପିତ ଶିକ୍ଷାସେବୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଇଂରେଜ ଶାସନ ସମୟରେ ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଘଟିଲା। ପ୍ରଚଳିତ କୁସଂସ୍କାରଗୁଡିକୁ ଦୂର କରିବା ପାଇଁ ଅନେକ ଉତ୍ସାହୀ ଯୁବକ...

ଭାରତ ବିକାଶରେ ଧର୍ମର ଗୁରୁତ୍ୱ

ଶକ୍ତି ପ୍ରସାଦ ଦାସ ସୁସ୍ଥ ଜୀବନଯାପନ ପାଇଁ ବ୍ୟକ୍ତି ତଥା ସମାଜର ସର୍ବାଙ୍ଗୀଣ ବିକାଶ ନିହାତି ଜରୁରୀ। ଅର୍ଥନୈତିକ ବିକାଶ ସେଥିମଧ୍ୟରୁ ଅନ୍ୟତମ। ଆମେ ସାଧାରଣ...

ମଧ୍ୟବିତ୍ତଙ୍କ ବେଳା ଖରାପ

ଦେବେନ୍ଦ୍ର କର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଲକ୍‌ଡାଉନ୍‌ ବଳବତ୍ତର ଥିବାବେଳେ ଆଉ କିଛି ସ୍ଥାନରେ...

ଅନ୍ନଚିନ୍ତା ଚମତ୍କାର

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ କିଏ ଜଣେ କହିଥିଲେ ପରା, ‘ପେଟରେ ଯଦି ଭୋକ ନ ଥାଆନ୍ତା, ତେବେ ସଜୀବ ଓ ନିର୍ଜୀବ ମଧ୍ୟରେ...

ଏଇ ଭାରତରେ

ଗାଁର ଜଣେ ସାଧାରଣ ଯୁବକ ହେଲେ ବି ତାଙ୍କ ଅସାଧାରଣ ପ୍ରତିଭା ଅନେକଙ୍କୁ ବିସ୍ମିତ କରିଛି। ତେଲଙ୍ଗାନାର ଏହି ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ରୋଜଗାର ହରାଇଥିବା ଶ୍ରମିକ ତଥା ଅସହାୟମାନଙ୍କର ସାହାରା ପାଲଟିଛନ୍ତି ଅଙ୍କଶା ସାଡେକର। ପୁଣେରେ ରହନ୍ତି ସେ। ପୁରୁଷୋତ୍ତମ ମାଳତୀ ଫାଉଣ୍ଡେଶନ ପ୍ରତିଷ୍ଠା କରି...

ଓଡ଼ିଶା ଓ ତାରକସୀ ଶିଳ୍ପ

ରମେଶ ଚନ୍ଦ୍ର ସାହୁ ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ...

Advertisement


Archives

Model This Week