ଏଇ ଭାରତରେ

ଜଣେ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବେ ଦେଖିବାକୁ ମିଳିଛି ଆଗ୍ରାରେ। ସ୍ଥାନୀୟ କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ମହିଳା ସନ୍ତାନ ଜନ୍ମଦେବାର ମାତ୍ର ୮ ଘଣ୍ଟା ପରେ ଡିଏଲ୍‌ଇଡି (ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ)ର ତୃତୀୟ ସେମିଷ୍ଟର ପରୀକ୍ଷା ଦେଇଛନ୍ତି। ପ୍ରସବ ପରବର୍ତ୍ତୀ ଯନ୍ତ୍ରଣା ଥାଇ ମଧ୍ୟ ତାଙ୍କର ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥିଲା। ଜୁନ୍‌ରେ ଆରମ୍ଭ ହୋଇଥିବା ଏହି ପରୀକ୍ଷାର ପ୍ରଥମ ଦିନରେ ପ୍ରିୟଙ୍କା ଶୁକ୍ରବାର ୨ଟି ସିଟିଂ ପରୀକ୍ଷା ଦେଇଥିଲେ। ଏହାପରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଶନିବାର ପୁଣିଥରେ ପ୍ରସବର ମାତ୍ର ଆଠଘଣ୍ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତୃତୀୟ ସିଟିଂରେ ପରୀକ୍ଷା ଦେଇଥିଲେ। ଏଥିରେ ତାଙ୍କୁ ଡାକ୍ତର, ପରୀକ୍ଷା କେନ୍ଦ୍ରର କର୍ମଚାରୀ ଓ ପରିବାର ଲୋକେ ସହାୟତା କରିଥିଲେ। ତେବେ ଡାକ୍ତରଙ୍କ କହିବା କଥା ହେଲା ସାଧାରଣ ପ୍ରସବ ପରେ ଜଣେ ମହିଳାଙ୍କୁ ଅତିକମ୍‌ରେ ୪୮ ଘଣ୍ଟା ବିଶ୍ରାମ ଆବଶ୍ୟକ ହୋଇଥାଏ। ହେଲେ ପ୍ରିୟଙ୍କାଙ୍କ ଦୃଢ ମନୋବଳ ଯୋଗୁ ସେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇ ପାରିଛନ୍ତି। ପ୍ରିୟଙ୍କା ଚଳିତବର୍ଷ ପରୀକ୍ଷା ଦେଇ ନ ଥିଲେ ତାଙ୍କର ଗୋଟିଏ ବର୍ଷ ନଷ୍ଟ ହୋଇ ଯାଇଥାଆନ୍ତା। ସୋମବାର ସେ ଆଉ ଏକ ପରୀକ୍ଷା ଦେବେ। ପ୍ରିୟଙ୍କାଙ୍କ ଦୃଢ଼ ମନୋବଳ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?