ଏଇ ଭାରତରେ

ଶୀତର ଆଗମନ ପୂର୍ବରୁ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଆଦି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନଡ଼ାପୋଡ଼ି ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ମୁଖ୍ୟତଃ ଦିଲ୍ଲୀର ବାୟୁମଣ୍ଡଳ ସବୁଠୁ ବେଶି ପ୍ରଭାବିତ ହୁଏ। ଏହା ଉପରେ ଆଇନଗତ କଟକଣା ରହିଥିଲେ ବି ନଡ଼ାପୋଡିି ଅଭ୍ୟାସରୁ ଚାଷୀମାନେ ଓହରିବା ଲକ୍ଷ୍ୟ କରାଯାଉନାହିଁ। କିନ୍ତୁ ଏହି ସମସ୍ୟା ଦୂର କରିବା ପାଇଁ ହରିୟାଣାର ଫାର୍ସମଜରା ଗାଁର ଚାଷୀ ବୀରେନ୍ଦ୍ର ଯାଦବ ଆଗକୁ ଆସିଛନ୍ତି। ତାଙ୍କ ବୟସ ଏବେ ୩୨। ସେ ନଡ଼ା ପୋଡି ରୋକିବା ସହ ସେଥିରୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ, ବୀରେନ୍ଦ୍ର ଆଖପାଖ ୮ଟି ଗାଁରେ ପ୍ରାୟ ୨୦୦ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି। କଇଥାଲ ସହରର ନିକଟବର୍ତ୍ତୀ ଫାର୍ସମଜରା ସମେତ ଅନ୍ୟ ଗାଁର ଚାଷୀମାନଙ୍କ ବିଲରୁ ଆଉ ଧୂଆଁ ଉଠୁନାହିଁ। ବୀରେନ୍ଦ୍ର ହସ୍ପିଟାଲିଟି ଉପରେ ଶିକ୍ଷା ଲାଭ କରିବା ଲାଗି ଅଷ୍ଟ୍ରେଲିଆ ଯାଇଥିଲେ ଓ ଶିକ୍ଷା ଶେଷ କରି ସେଠାରେ ଚାକିରି କରିଥିଲେ। କିନ୍ତୁ ୨୦୧୫ରେ ସେଠାରୁ ନଡ଼ାପୋଡି ସମସ୍ୟାର ଏକ ଦୀର୍ଘମିଆଦୀ ସମାଧାନ କରିବା ଲାଗି ଚାହିଁଥିଲେ। ପରେ ୨୦୧୯ରେ ଗୋଟିଏ ଓ ୨୦୨୦ରେ ଦୁଇଟି ସ-ବଲେର୍‌ ମେଶିନ ଆଣି ବିଲରୁ ନଡ଼ା ଗୋଟାଇ ବିଡ଼ା ବାନ୍ଧି ତାହାକୁ ଫ୍ୟାକ୍ଟ୍ରିକୁ ବିକ୍ରି କରିବା ଆରମ୍ଭ କରିଥିଲେ। ୨୦୧୯ରେ ୬୦,୦୦୦ କୁଇଣ୍ଟାଲ ନଡ଼ା ବିକ୍ରି କରିଥିବାବେଳେ ଚଳିତ ବର୍ଷ ଏଯାବତ ୫,୫୦୦ ଏକର ଜମିରୁ ଏହା ସଂଗ୍ରହ କରି ୪୮,୦୦୦ କୁଇଣ୍ଟାଲ ନଡ଼ା ବିକ୍ରି କରିଛନ୍ତି। ପେପର ମିଲ୍‌ ଓ ଆଗ୍ରୋ ଇଣ୍ଡଷ୍ଟ୍ରିକୁ ସେ କୁଇଣ୍ଟାଲ ପ୍ରତି ୧୩୫ଟଙ୍କା ମୂଲ୍ୟରେ ବିକୁଛନ୍ତି। ଦୁଇ ବର୍ଷ ମଧ୍ୟରେ ସେ ୧.୫ କୋଟି ଟଙ୍କାର ନଡ଼ା ବିକ୍ରି କରି ଲାଭ ପାଇଛନ୍ତି ୪୫ ଲକ୍ଷ ଟଙ୍କା। ବୀରେନ୍ଦ୍ର ଏହି କାର୍ଯ୍ୟ ଲାଗି ଏବେ ରୋଲ୍‌ମଡେଲ ପାଲଟିଛନ୍ତି। ଏଭଳି ପଦ୍ଧତି ପ୍ରତି ଶହ ଶହ ଚାଷୀ ଆକୃଷ୍ଟ ହେଉଛନ୍ତି ବୋଲି କହନ୍ତି ବୀରେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri