ଏଇ ଭାରତରେ

ସ୍କ୍ରାପରୁ ନୂଆଯନ୍ତ୍ର ତିଆରି କରି ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ତେଲଙ୍ଗାନାର ଅଶୋକ ଗୋରେ। ଯେଉଁ ସମୟରେ ପଢ଼ା ଉପରେ ଧ୍ୟାନଦେବା କଥା ସେ ସମୟରେ ଅଶୋକ କୃଷି ଓ କୃଷକଙ୍କ ବିକାଶ ଚିନ୍ତା କରୁଛନ୍ତି। ସୁର୍ଯ୍ୟପେଟ ଜିଲାର ଏହି ବାଳକ ୧୭ ବର୍ଷ ବୟସରେ ସ୍କ୍ରାପରୁ ଯନ୍ତ୍ର ନିର୍ମାଣ କରି ଗାଁର ୧୭ ଜଣ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି। ସ୍କୁଲରେ ପଢିବାବେଳେ ତାଙ୍କ ଘର ଚାରିପାଖରୁ ସ୍କା୍ରପ୍‌ ସବୁ ସଂଗ୍ରହ କରି ଯନ୍ତ୍ର ତିଆରି କରିବା ଆରମ୍ଭ କରିଥିଲେ। ଷଷ୍ଠ ଶ୍ରେଣୀରେ ପଢ଼ିବାବେଳେ ସେ ପାଇପ୍‌, ସିରିଞ୍ଜ ଓ ସ୍ପ୍ରିଙ୍ଗରେ ଏକ ଜେସିବି ମଡେଲ ନିର୍ମାଣ କରି ପୁରସ୍କୃତ ହୋଇଥିଲେ। ଏବେ ସେ ଦ୍ୱାଦଶ ପାସ୍‌ କରିସାରିଛନ୍ତି। ବହୁ କାର୍ଯ୍ୟରେ ଉପଯୋଗ ହୋଇପାରୁଥିବା ଏକ ଫୋର-ଇନ୍‌-ଓ୍ବାନ ଯନ୍ତ୍ର ନିର୍ମାଣ କରିଛନ୍ତି। ଲୁହା ରଡ୍‌, ଗୋଟିଏ ପୁରୁଣା ସାଇକେଲ ଚକ ଓ ବୋଲ୍ଟରେ ଏହା ତିଆରି ହୋଇଛି। ଏଥିରେ ଧାନ କାଟିବା, ଗୋଟାଇବା କାର୍ଯ୍ୟ କରାଯାଉଛି। ଯନ୍ତ୍ରରେ ବ୍ୟବହୃତ ସ୍କ୍ରାପ୍‌ଗୁଡ଼ିକୁ ଯୋଡ଼ିବା ଲାଗି ଗାଁ ନିକଟରେ ଥିବା ଓ୍ବେଲ୍‌ଡରଙ୍କ ସହଯୋଗ ନେଇଛନ୍ତି। ଏହି ଯନ୍ତ୍ରର ଦାମ ରଖିଛନ୍ତି ୧୭୦୦ ଟଙ୍କା। ଏହାଲାଗି ତାଙ୍କୁ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲ ଦ୍ୱାରା ଆୟୋଜିତ ଷ୍ଟୁଡେଣ୍ଟସ୍‌ ଇଞ୍ଜିନିୟରିଂ ମଡେଲ କମ୍ପିଟିଶନରେ ପ୍ରଥମ ପୁରସ୍କାର ମିଳିଛି। ଏହାଦ୍ୱାରା କୃଷିରେ ଶ୍ରମ ଓ ଯାନ୍ତ୍ରିକ ବ୍ୟୟ କମ୍‌ ହେବ ବୋଲି କହିଛନ୍ତି ଅଶୋକ। ଲକ୍‌ଡାଉନରେ ସାଇକେଲ ବ୍ରେକ୍‌, ସ୍ପ୍ରିଙ୍ଗ ଓ ଲୁହା ରଡ୍‌ରେ ଏକ ଘାସ ବଛା ଯନ୍ତ୍ର ତିଆରି କରିଛନ୍ତି, ଯାହା ଧାନ ବିଲରୁ ସହଜରେ ଘାସ ବାଛିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri