ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି ମହିଳା ଜଣକ ୧୯୧୪ରେ ଦେଭାଲପୁରମ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ମାତାପିତାଙ୍କୁ ହରାଇବା ପରେ କୋଏମ୍ବାଟୁର ଜିଲାର ଟେକାମପଟ୍ଟିରେ ତାଙ୍କ ମାମୁ ଘରେ ବଢ଼ିଥିଲେ। ପରେ ସେ ସେଇଠି ରହି ଚାଷ କାମ ଶିଖିଥିଲେ। ସଂଖ୍ୟା ଗଣିବା ଓ ମିଶାଇବା ବ୍ୟତୀତ ଅଧିକ ପଢ଼ିନାହାନ୍ତି। ତାଙ୍କ ଆଈଙ୍କ ଦେହାନ୍ତ ପରେ ସେ ଏକ ଗ୍ରସେରି ଦୋକାନ କରି ପରିବାର ଚଳାଇଲେ। ଯାହା ଆୟ କଲେ ସେଥିରେ ସେ ୧୦ ଏକର ଜମି କିଣି ଚାଷ ଆରମ୍ଭ କରି ୬୦ ବର୍ଷ ହେବ ଚାଷ କରୁଛନ୍ତି। ପ୍ରଥମେ ସେ ବିଭିନ୍ନ ପ୍ରକାର ଶସ୍ୟ ତଥା ପନିପରିବା ଚାଷ ଆରମ୍ଭ କରିଥିଲେ। ଚାଷ ସମ୍ବନ୍ଧରେ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟରୁ ସେ ପ୍ରଶିକ୍ଷଣ ଲାଭକରିବା ସହ ‘ଶ୍ରେଷ୍ଠ ଚାଷୀ’ର ସମ୍ମାନ ମଧ୍ୟ ପାଇଛନ୍ତି। ଉକ୍ତ କୃଷି ବିଶ୍ୱବିଦ୍ୟାଳୟରେ ଚାଷ ସମ୍ପର୍କରେ ମଧ୍ୟ ତଙ୍କର ଡିବେଟ୍‌ ଉପସ୍ଥାପନ କରିଛନ୍ତି। ୧୯୫୯ରେ ସେ ପ୍ରଥମେ ଟେକାମପଟ୍ଟି ପଞ୍ଚାୟତର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସମୟକ୍ରମେ ୧୦ ଏକର ଜମିରୁ କିଛି ବିକ୍ରି କରିବା ପରେ ଏ ବୟସରେ ୨.୫ ଏକର ଜମିରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଛନ୍ତି। ପ୍ରତିଦିନ ବିଲକୁ ଯାଉଛନ୍ତି ଓ ଶାରୀରିକ ପରିଶ୍ରମ କରୁଛନ୍ତି। ଦୁଇଟି ବିଶ୍ୱଯୁଦ୍ଧ, ଭାରତର ସ୍ବାଧୀନତା, ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ତଥା ଏକକାର କୋଭିଡ୍‌-୧୯ ମହାମାରୀକୁ ଦେଖିଥିବା ପାପ୍ପାମଲ କୁହନ୍ତି, କୃଷିକ୍ଷେତ୍ରରେ ଯୁବପିଢ଼ି ଅଧିକ ସାମିଲ ହେଲେ ଦେଶ ଆଗକୁ ବଢ଼ିବ। ୧୦୫ ବର୍ଷ ବୟସରେ ତାଙ୍କ ରକ୍ତଚାପ ଓ ସୁଗାର ସ୍ତର ଶତପ୍ରତିଶତ ନର୍ମାଲ ରହିଛି। କଠିନ ପରିଶ୍ରମ ଦ୍ୱାରା ସବୁକିଛି ହାସଲ କରିହୁଏ ଓ ବୟସ କୌଣସି ଲକ୍ଷ୍ୟରେ ପହଞ୍ଚିବାରେ ବାଧକ ସାଜେନି ବୋଲି କହନ୍ତି ପାପ୍ପାମଲ।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ଚକ୍ର ବୁଲୁଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଏପରି କିଛି କଥା ଅଛି, ଯାହା ଆମଭଳି ବହୁ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାହାକୁ ସମାଲୋଚନା କରିବା ଆମ ଉଦ୍ଦେଶ୍ୟ...

ଅଣୁ ଉଦ୍ୟୋଗରେ ଡିଜିଟାଲ ହିସାବ ଖାତା

ଶକ୍ତି ରଞ୍ଜନ ଦାଶ   ବ୍ୟବସାୟିକ ହିସାବ ଖାତା ହେଉଛି ଏକ ଦସ୍ତାବିଜ୍‌, ଯାହା ସମସ୍ତ ବ୍ୟବସାୟ ପରିଚାଳନାଗତ ସୂଚନା ଗଚ୍ଛିତ କରେ। ଫେଡେରାଲ ଡିପୋଜିଟ୍‌...

ଚିର ସମସ୍ୟା

ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିରସାଥୀ। ଏମିତି କୌଣସି ବର୍ଷ ନାହିଁ ଯେଉଁଠି ଆମେ ଛୋଟ ହେଉ କି ବଡ଼ ପ୍ରାକୃତିକ...

ଏଇ ଭାରତରେ

ଭାରତରେ ବାଲ୍ୟବିବାହ ଓ ଭ୍ରୂଣହତ୍ୟାରେ ଆଗୁଆ ରାଜ୍ୟ ରାଜସ୍ଥାନରେ ଗୋଟିଏ ପରିବାରର ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା(ଆର୍‌ଏଏସ୍‌)ପରୀକ୍ଷାରେ ସଫଳ ହେବା ନଶ୍ଚିତ ଭାବେ ପ୍ରେରଣାଦାୟକ।...

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

ଆଦର୍ଶ ଶ୍ରୀକୃଷ୍ଣ ମହାଭାରତର

ଡା. ଗୋପାଳ ଚନ୍ଦ୍ର ଦାଶ ମହାଭାରତ ଯୁଦ୍ଧ ଦ୍ୱାରା ଆର୍ଯ୍ୟବର୍ତ୍ତ ଜ୍ଞାନୀ ପଣ୍ଡିତଶୂନ୍ୟ ହୋଇଗଲା। ବେଦ, ଉପନିଷଦ ଓ ଦର୍ଶନ ଶାସ୍ତ୍ରର ପଠନ ରୁଦ୍ଧ ହୋଇଗଲା।...

ଏବକାର ମହାସଙ୍କଟ

ନିକଟରେ ଜି୭, ନାଟୋ ସଦସ୍ୟ ଓ ଜି୨୦ ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତେ ଜାଣିଲେ ଯେ, ପୃଥିବୀ ଅନେକ ସଙ୍କଟଜନକ ସ୍ଥିତିକୁ...

ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି   ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ...

Advertisement
Archives

Model This Week