ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି ମହିଳା ଜଣକ ୧୯୧୪ରେ ଦେଭାଲପୁରମ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ମାତାପିତାଙ୍କୁ ହରାଇବା ପରେ କୋଏମ୍ବାଟୁର ଜିଲାର ଟେକାମପଟ୍ଟିରେ ତାଙ୍କ ମାମୁ ଘରେ ବଢ଼ିଥିଲେ। ପରେ ସେ ସେଇଠି ରହି ଚାଷ କାମ ଶିଖିଥିଲେ। ସଂଖ୍ୟା ଗଣିବା ଓ ମିଶାଇବା ବ୍ୟତୀତ ଅଧିକ ପଢ଼ିନାହାନ୍ତି। ତାଙ୍କ ଆଈଙ୍କ ଦେହାନ୍ତ ପରେ ସେ ଏକ ଗ୍ରସେରି ଦୋକାନ କରି ପରିବାର ଚଳାଇଲେ। ଯାହା ଆୟ କଲେ ସେଥିରେ ସେ ୧୦ ଏକର ଜମି କିଣି ଚାଷ ଆରମ୍ଭ କରି ୬୦ ବର୍ଷ ହେବ ଚାଷ କରୁଛନ୍ତି। ପ୍ରଥମେ ସେ ବିଭିନ୍ନ ପ୍ରକାର ଶସ୍ୟ ତଥା ପନିପରିବା ଚାଷ ଆରମ୍ଭ କରିଥିଲେ। ଚାଷ ସମ୍ବନ୍ଧରେ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟରୁ ସେ ପ୍ରଶିକ୍ଷଣ ଲାଭକରିବା ସହ ‘ଶ୍ରେଷ୍ଠ ଚାଷୀ’ର ସମ୍ମାନ ମଧ୍ୟ ପାଇଛନ୍ତି। ଉକ୍ତ କୃଷି ବିଶ୍ୱବିଦ୍ୟାଳୟରେ ଚାଷ ସମ୍ପର୍କରେ ମଧ୍ୟ ତଙ୍କର ଡିବେଟ୍‌ ଉପସ୍ଥାପନ କରିଛନ୍ତି। ୧୯୫୯ରେ ସେ ପ୍ରଥମେ ଟେକାମପଟ୍ଟି ପଞ୍ଚାୟତର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସମୟକ୍ରମେ ୧୦ ଏକର ଜମିରୁ କିଛି ବିକ୍ରି କରିବା ପରେ ଏ ବୟସରେ ୨.୫ ଏକର ଜମିରେ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଛନ୍ତି। ପ୍ରତିଦିନ ବିଲକୁ ଯାଉଛନ୍ତି ଓ ଶାରୀରିକ ପରିଶ୍ରମ କରୁଛନ୍ତି। ଦୁଇଟି ବିଶ୍ୱଯୁଦ୍ଧ, ଭାରତର ସ୍ବାଧୀନତା, ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ତଥା ଏକକାର କୋଭିଡ୍‌-୧୯ ମହାମାରୀକୁ ଦେଖିଥିବା ପାପ୍ପାମଲ କୁହନ୍ତି, କୃଷିକ୍ଷେତ୍ରରେ ଯୁବପିଢ଼ି ଅଧିକ ସାମିଲ ହେଲେ ଦେଶ ଆଗକୁ ବଢ଼ିବ। ୧୦୫ ବର୍ଷ ବୟସରେ ତାଙ୍କ ରକ୍ତଚାପ ଓ ସୁଗାର ସ୍ତର ଶତପ୍ରତିଶତ ନର୍ମାଲ ରହିଛି। କଠିନ ପରିଶ୍ରମ ଦ୍ୱାରା ସବୁକିଛି ହାସଲ କରିହୁଏ ଓ ବୟସ କୌଣସି ଲକ୍ଷ୍ୟରେ ପହଞ୍ଚିବାରେ ବାଧକ ସାଜେନି ବୋଲି କହନ୍ତି ପାପ୍ପାମଲ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri