ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ ଶଟ୍‌ଡାଉନ ପରେ ଏବେ ଜୀବନ ଜୀବିକା ସ୍ବାଭାବିକ କରିବା ଲାଗି ପ୍ରକ୍ରିୟା ଅନ୍‌ଲକ ୫.୦ରେ ପହଞ୍ଚିଲାଣି। ବିଭିନ୍ନ କଟକଣା ଭିତରେ ୭ ମାସ ଚାଲିଲାଣି। ଏହା ଭିତରେ କୋଭିଡ୍‌ ସଂକ୍ରମଣ ବଢିବା ସହ ଘରୋଇ ହିଂସା ଓ ନିର୍ଯାତନାର ଶିକାର ହେଉଥିତ୍ବା ମହିଳାଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ଯାତନାରୁ ମହିଳାମାନଙ୍କୁ ବଞ୍ଚାଇବାରେ ଆଗକୁ ଆସିଛନ୍ତି ବେଙ୍ଗାଲୁରୁର ଇତି ରାଓ୍ବତ। ଓମେନ ଏଣ୍ଟରପ୍ରିନ୍ୟୁର ଫାଉଣ୍ଡେଶନର ପ୍ରତିଷ୍ଠାତା ଇତି ମାର୍ଚ୍ଚ ୩୦ ପରଠାରୁ ଏଯାବତ ୧୮୯ଟି ନିର୍ଯାତନା ଘଟଣା ଉପରେ ହସ୍ତକ୍ଷେପ କରି ରାଜସ୍ଥାନ, ବିହାର ଓ ପଞ୍ଜାବର ବିଭିନ୍ନ ସ୍ଥାନରୁ ୭୩ ଜଣ ମହିଳାଙ୍କୁ ଏଥିରୁ ମୁକାଳିପାରିଛନ୍ତି। ୨୦୧୮ରେ ଇତି ଏହି ସଂଗଠନ ପ୍ରତିଷ୍ଠା କରି ଏହା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଆସୁଛନ୍ତି। ଏଥିରେ ଏବେ ୧୫୦୦ ମହିଳା ସଦସ୍ୟା ରହିଛନ୍ତି। ଏମାନେ ଦେଉଥିବା ଫି’ରେ ଏହି ସବୁ କାର୍ଯ୍ୟ କରାଯାଉଛି। । ଲକ୍‌ଡାଉନ ଲାଗୁ ହେବା ପରେ ସେ ‘ରେଡ୍‌ ଡଟ୍‌ ଅଭିଯାନ’ ଆରମ୍ଭ କରି ଘରୋଇ ହିଂସାର ଶିକାର ହେଉଥିତ୍ବା ମହିଳାମାନଙ୍କୁ ଉଦ୍ଧାର କରି ଥଇଥାନ କରିବାରେ ଲାଗିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ଅଭିଯାନରେ ୫୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାହାରେ ଏଥିପାଇଁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି କହନ୍ତି ଇତି।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚ ଟ୍ରିଲିୟନ ଡଲାରର ସ୍ବପ୍ନ

ଡ. ସନ୍ତୋଷ କୁମାର ମହାପାତ୍ର ଯିଏ ଶାସନ କରୁ ବା ସରକାର ଗଠନ କରୁ ଜନସାଧାରଣ ତଥା ଦେଶର ବିଭିନ୍ନ ସମସ୍ୟା ସମାଧାନ କରିବା ସହଜ...

ବଞ୍ଚି ରହିବାର କଳା

ରଞ୍ଜନ କୁମାର ଦାସ ଅନେକ ସମୟରେ ଆମକୁ କୁହାଯାଇଥାଏ ଶ୍ରେଷ୍ଠ ହୁଅ, ସବୁଠୁ ଭଲ ପ୍ରଦର୍ଶନ କର। ଏପରିକି ବୈଜ୍ଞାନିକ ମେଣ୍ଡେଲ ମଧ୍ୟ କହିଲେ, କେବଳ...

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ...

ସମ୍ପ୍ରତି ଯୁବସମାଜର ଦାୟିତ୍ୱ

ଇଂ. ବିଦ୍ୟାଧର ପଣ୍ଡା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଆରପାରିକୁ ଚାଲିଗଲେଣି। ଆମଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ...

ଏଇ ଭାରତରେ

ସାରା ଭାରତରେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ଯାତାୟାତର ସୁବିଧା ଯୋଗାଇ ଦେଉଛନ୍ତି ସରତାଜ ଲାମ୍ବା। ଲୋକମାନେ ଗାଡ଼ିରେ ଯିବା ସମୟରେ ସେମାନଙ୍କୁ ଆବଶ୍ୟକ ସେବା କରାଯାଉଛି।...

ଏଇ ଭାରତରେ

ପେସାରେ ବ୍ୟବସାୟୀ ହେଲେ ବି ପ୍ରାଣୀ ସୁରକ୍ଷା ଅତୁଲ ସରିନଙ୍କ ନିଶା ପାଲଟିଛି। ଅସହାୟ ଗୋରୁ, କୁକୁର, ବିଲେଇ, ଗଧ, ଛେଳି, ଘୁଷୁରି ଓ ବିଭିନ୍ନ...

ପରିବେଶ ସୁରକ୍ଷା ଆଜିର ଆହ୍ବାନ

ଆଜିର ଅତ୍ୟାଧୁନିକ ଯୁଗରେ ମଣିଷ-କୃତ ପ୍ରଦୂଷଣ ପ୍ରଭାବରେ ବାୟୁମଣ୍ଡଳରେ ଅମ୍ଳଜାନ ପରିବର୍ତ୍ତେ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବଢ଼ିବାରେ ଲାଗିଛି। ଏହାର ପରିମାଣ ଅଧିକ ହେବା ଯୋଗୁ...

ମୋଦି କାହିଁକି ଜିଣିଲେ

ସହଦେବ ସାହୁ ମେ ୨୧ର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ସତ ହେଲା- ଆଉ ୫ବର୍ଷ ମିଳିଗଲା ମୋଦିଙ୍କୁ। ଭାରତର ପସନ୍ଦ- ଆମର ମୋଦି ନା ଏକ...

Advertisement
Archives

Model This Week