ଏଇ ଭାରତରେ

ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ ଚେନଗାନ୍ନୁର୍‌ର ଚେରିୟାନାଡ଼ରେ ତାଙ୍କ ଘର। ଟ୍ୟାକ୍ସି ଚଳାଇ ଯାହା ରୋଜଗାର କରୁଛନ୍ତି ସେଥିରୁ ଗରିବଙ୍କ ପାଇଁ ଘର ତିଆରି କରିବା ସହ ସେମାନଙ୍କ ଖାଦ୍ୟ ଓ ଚିକିତ୍ସା ବାବଦରେ ଖର୍ଚ୍ଚ କରୁଛନ୍ତି। ଦୀର୍ଘ ୨୫ ବର୍ଷ ମଧ୍ୟରେ ୨୭ଟି ଘର ତିଆରି କରିବାରେ ସାହାଯ୍ୟ କରିଛନ୍ତି। ଘର ତିଆରି ପାଇଁ ଆବଶ୍ୟକ ଶ୍ରମିକଠାରୁ ଆରମ୍ଭ କରି କଞ୍ଚାମାଲ ଯୋଗାଡ଼ କରିଦିଅନ୍ତି ରେଜି। କେବଳ ଏତିକି ନୁହେଁ, ଗରିବ ପରିବାରର ପିଲାଙ୍କ ପଢ଼ିବା ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରି ଆସୁଛନ୍ତି। ରେଜି କୌଣସି ସ୍ବଚ୍ଛଳ ପରିବାରରୁ ଆସିନାହାନ୍ତି, ବରଂ ଦେଶର ବହୁ ବଦାନ୍ୟ ବ୍ୟକ୍ତି ଓ ବେସରକାରୀ ସଂସ୍ଥା ସହ ଯୋଗାଯୋଗ ରକ୍ଷା କରି ସେ ଅସହାୟମାନଙ୍କ ଆବଶ୍ୟକତା ପୂରଣ କରି ଆସୁଛନ୍ତି। ବହୁ ସମୟରେ ଅର୍ଗାନ ଡୋନୋରଙ୍କୁ ଯୋଗାଡ଼ କରି ଲୋକମାନଙ୍କ ଜୀବନ ବଞ୍ଚାଉଛନ୍ତି। ଏମିତିକି ସୌମ୍ୟା ନାମକ ଜଣେ ଝିଅର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଲାଗି ୧୨ଟି ସ୍କୁଲ ସମେତ ବିଭିନ୍ନ ସଂସ୍ଥାରୁ ୬,୨୦,୦୦୦ ଟଙ୍କା ଯୋଗାଡ଼ କରି ଜୀବନ ବଞ୍ଚାଇ ପାରିଥିଲେ। ଲକ୍‌ଡାଉନ ସମୟରେ ସବୁ କିଛି ଠପ୍‌ ହୋଇଯାଇଥିତ୍ବାବେଳେ ବହୁ କଷ୍ଟରେ ୪ଟି ପରିବାରକୁ ୫ ହଜାର ଟଙ୍କା ଲେଖାଏ ସାହାଯ୍ୟ ଯୋଗାଇ ଦେଇଛନ୍ତି ବୋଲି କହନ୍ତି ୬୩ ବର୍ଷୀୟ ରେଜି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ସେବାର ସ୍ବପ୍ନ

ମାନେକା ଗାନ୍ଧୀ ମାୟା କ’ଣ? ଏହା ଜାଣିବାକୁ ଚାହିଁଲେ ମହର୍ଷିି ନାରଦ। ଏଥିପାଇଁ ସେ ବିଷ୍ଣୁଙ୍କୁ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ...

ମରିଯାଉଛି ମଣିଷପଣିଆ

ଇବ୍ରାର ଖାଁ ସମାଜରେ ମଣିଷ ଚରିତ୍ର ଆଜି ପୂରାପୂରି ବଦଳି ଯାଇଛି। ସଭ୍ୟ ଶିକ୍ଷିତ ମଣିଷ ପରିମାର୍ଜିତ ଜୀବନକୁ ନେଇ ଗର୍ବ କରି ଚାଲିଥିଲେ ମଧ୍ୟ...

ଶ୍ରାଦ୍ଧ: ଜୀବନ ପାଇଁ ଯଜ୍ଞ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧାରୁ ଆସିଛି। ଅର୍ଥ ଶ୍ରେୟକୁ ଧାରଣ କରିବା (ଶ୍ରୀ+ଅତ୍‌ = ଶ୍ରତ୍‌, ଶ୍ରତ୍‌+ଧା = ଶ୍ରଦ୍ଧା, ଶ୍ରଦ୍ଧା+ଅ = ଶ୍ରାଦ୍ଧ)।...

ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ

ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା...

ଏଇ ଭାରତରେ

ଭାରତୀୟ ନୌବାହିନୀ ଅଧିକାରୀ ଭାବେ ଯୋଗଦେଇ ଦେଶ ସେବା କରିବାର ସ୍ବପ୍ନ ଦେଖି ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଦିବ୍ୟାଙ୍ଗଙ୍କ ସାହାରା ପାଲଟିଛନ୍ତି ତାମିଲନାଡୁର ଏସ୍‌.ରାମକ୍ରିଷ୍ଣନ୍‌।...

ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍‌ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ...

ଅଦୃଶ୍ୟ ମାତ୍ର ଅପହଞ୍ଚ ନୁହେଁ

ରଞ୍ଜନ କୁମାର ଦାସ ପାଠକମାନେ ଲକ୍ଷ୍ୟ କରିଥିବେ ଛୋଟ ଛୋଟ କିରାନା ଦୋକାନରେ ମାଲିକଟି କାଉଣ୍ଟର ପାଖରେ ଦୃଶ୍ୟମାନ ଭାବେ ବସିଥାଏ। ଗରାଖଙ୍କ ବରାଦ ମୁତାବକ...

ବାପାଙ୍କ ସାଙ୍ଗ ଓ ମୁଁ

ଡା. ସୁରେନ୍ଦ୍ର ନାଥ ପତି ପ୍ରାତଃଭ୍ରମଣ ସମୟରେ ମୋ ବାପାଙ୍କର ସାଙ୍ଗ ଦିନେ କହିଲେ, ”ବାବା, ତମ ବାପା ୪୫ ବର୍ଷ ବୟସରେ ବୁଢ଼ା ପରି...

Advertisement
Archives

Model This Week