ଏଇ ଭାରତରେ

ସତ୍ୟଜିତ କୁମାର ସିଂ ମଖାନ( ପଦ୍ମଫୁଲରୁ ବାହାରୁଥିବା ପୁଷ୍ଟିକର ମଞ୍ଜି)ଚାଷରେ ବିହାରର ୯ଟି ଜିଲାର ୩୮ ବ୍ଲକରେ ୧୨,୦୦୦ ଚାଷୀଙ୍କୁ ସଶକ୍ତ କରିପାରିିଛନ୍ତି। ତାଙ୍କୁ କୁହାଯାଉଛି ମଖାନ ମ୍ୟାନ। ୧୯ ବର୍ଷ ତଳେ ପ୍ରତିଷ୍ଠା କରିଥିବା ଶକ୍ତି ସୁଧା ଇଣ୍ଡଷ୍ଟ୍ରିର ପ୍ରୟାସରେ ଚାଷୀମାନେ ଭାରତରେ ଉପତ୍ାଦିତ ମଖାନର ୫୦% ଉପତ୍ାଦନ କରୁଛନ୍ତି। ଆଉ ୨/୩ ବର୍ଷ ପରେ ଏମାନେ ବିଶ୍ୱରେ ୭୦ରୁ ୭୫% ମଖାନ ଉପତ୍ାଦନ କରିବାକୁ ସକ୍ଷମ ହେବେ ବୋଲି କହନ୍ତି ସତ୍ୟଜିତ। କଲେଜ ଶିକ୍ଷା ଶେଷ କରିବା ପରେ ସେ ସିଭିଲ ସର୍ଭିସ ପାଇଥିଲେ । କିନ୍ତୁ ପରେ ଚାକିରି ଛାଡି ମଖାନ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ୪୦୦ ଚାଷୀଙ୍କୁ ନେଇ ଆରମ୍ଭ କରିଥିବା ମଖାନ ଚାଷରେ ଏବେ ୧୨,୦୦୦ ଚାଷୀ ସାମିଲ ହୋଇଛନ୍ତି। ୧୫୦୦ ହେକ୍ଟରରୁ ଚାଷ ଏବେ ୧୮,୦୦୦ ହେକ୍ଟରକୁ ଛୁଇଁଛି। ସତ୍ୟଜିତ ଏହାକୁ ଆଗାମୀ ବର୍ଷ ସୁଦ୍ଧା ୨୫,୦୦୦ ହେକ୍ଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ସ୍ଥାନୀୟ ମାର୍କେଟରେ ୧କେଜି ମଖାନକୁ ୪୦୦ ଟଙ୍କାରେ ବିକ୍ରି କରାଯାଉଛି। ଅପ୍‌ଲାଇନ ଓ ଅନ୍‌ଲାଇନରେ ବିକ୍ରି ହେଉଛି ମଖାନରୁ ପ୍ରସ୍ତୁତ ୨୮ ପ୍ରକାର ଉପତ୍ାଦ। ଏହା କାନାଡା ଓ ଆମେରିକାକୁ ରପ୍ତାନି ହେଉଛି। ଦେଶର ୧୫ରାଜ୍ୟର ୫୦ଟି ସହରରେ ଏହାକୁ ବିକ୍ରି କରିବାର ଯୋଜନା କରାଯାଇଛି। ୨୦୨୪ ସୁଦ୍ଧା ୫୦ରୁ ୧୦୦ କୋଟି କାରବାର କରିବାର ଲକ୍ଷ୍ୟ ରଖିଛନ୍ତି ସତ୍ୟଜିତ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri