ଏଇ ଭାରତରେ

ମଣିଷ କର୍ମ ବଳରେ ସ୍ବତନ୍ତ୍ର ପରିଚୟ ପାଏ, ଯାହା ପାଇଛନ୍ତି ବେଙ୍ଗାଲୁରୁର ଜଣେ ଟ୍ରାନ୍ସ ଓମେନ ପୂର୍ଣ୍ଣିମା ସୁକୁମାର। ଆରାବଣୀ ଆର୍ଟ ପ୍ରୋଜେକ୍ଟର ପ୍ରତିଷ୍ଠାତା ପୂର୍ଣ୍ଣିମା ବହୁ ଟ୍ରାନ୍ସ ଓମେନଙ୍କୁ ଆର୍ଟ କାର୍ଯ୍ୟରେ ଲଗାଇଛନ୍ତି। ୨୦୧୬ରେ ପୂର୍ଣ୍ଣିମା ଏହି ଆର୍ଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏବେ କରୋନା ମହାମାରୀ ସମୟରେ ତାଙ୍କ ଟିମ୍‌ ପେଣ୍ଟିଂ କାନ୍‌ଭାସ ବିକ୍ରି କରି ଗୁଜୁରାଣ ମେଣ୍ଟାଇବା ସହ ତାଙ୍କ କମ୍ୟୁନିଟିର ବହୁ ଗରିବଙ୍କୁ ମାଗଣାରେ ଖାଦ୍ୟ ଓ ଔଷଧ ଯୋଗାଉଛନ୍ତି। ତାଙ୍କ ଟିମ୍‌ ପେଣ୍ଟିଂକୁ ଲୋକଙ୍କ ଘରେ ପହଞ୍ଚାଇ ଦେଉଛନ୍ତି। ଯେଉଁମାନେ ଚାହଁୁଛନ୍ତି ସେମାନେ ବି ତାଙ୍କ ପାଖରୁ ଏହା କିଣୁଛନ୍ତି। ଏଥିରୁ ଯାହା ଆୟ ହେଉଛି ସେଥିରୁ ଅଧା ପେଣ୍ଟରମାନଙ୍କୁ ଦେଉଛନ୍ତି ପୂର୍ଣ୍ଣିମା। ଆଉ ଅଧକରୁ କିଛି ରଙ୍ଗ ଓ ଅନ୍ୟାନ୍ୟ ଉପକରଣ କିଣିବା ପରେ ଯାହା ରହୁଛି ସେଥିରେ ତାଙ୍କ କମ୍ୟୁନିଟିର ଗରିବମାନଙ୍କୁ ଚାଉଳ, ଡାଲି, ଚିନି, ତେଲ ଏବଂ ଔଷଧ ଯୋଗାଇଦେଉଛନ୍ତି। ପୂର୍ଣ୍ଣିମାଙ୍କ ଟିମ୍‌ରେ ୯ ଜଣ ଟ୍ରାନ୍ସ ଓମେନ ରହିଛନ୍ତି। ସେଥିରୁ ଦୁଇଜଣ ଲୋକମାନଙ୍କଠାରୁ ଅର୍ଡର ରଖି ସେମାନଙ୍କ ପାଖରେ କାନ୍‌ଭାସ ପହଞ୍ଚାଇବା ଦାୟିତ୍ୱରେ ରହିଛନ୍ତି। ସପ୍ତାହରେ ଥରେ ସେମାନେ ପୂର୍ଣ୍ଣିମାଙ୍କ ଘରେ ଏକାଠି ହେଉଛନ୍ତି ଓ ତା’ପରେ ଘରେ ରହି ପରସ୍ପର ସହ ଯୋଗାଯୋଗ କରି ପେଣ୍ଟିଂ କରୁଛନ୍ତି। ସେମାନେ ୧୦ଦିନରେ ପାଖାପାଖି ୭ଟି କାନ୍‌ଭାସ ପେଣ୍ଟିଂ କରୁଛନ୍ତି। ଜୁନ୍‌ରୁ ଏଯାବତ୍‌ ୧୦୦ ପେଣ୍ଟିଂ ବିକ୍ରି କରି ସାରିଲେଣି। ତାଙ୍କ ଟିମ୍‌ ଭାରତର ବିଭିନ୍ନ ସହରରେ ଉଚ୍ଚକୋଟୀର ୫୦ରୁ ଊର୍ଦ୍ଧ୍ୱ ଓ୍ବାଲ୍‌ ପେଣ୍ଟିଂ କରିବା ସହ ଆମେରିକାର ସାନ୍‌ଫ୍ରାନ୍ସିସ୍କୋରେ ବି ଏହା କରିଛନ୍ତି। କିନ୍ତୁ କରୋନା ସମୟରେ ଏହା ସମ୍ଭବ ନ ହେବାରୁ ଗରିବମାନଙ୍କୁ ସାହାଯ୍ୟ କରିବା ଲାଗି ଏଭଳି ଉପାୟ ଆପଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri