ଏଇ ଭାରତରେ

କୋଭିଡ୍‌-୧୯ ବିପର୍ଯ୍ୟୟ ଲୋକଙ୍କ ଜୀବିକା ନେଉଛି ସତ କିନ୍ତୁ ସ୍ବାବଲମ୍ବୀ ହେବାର ସୁଯୋଗ ବି ଆଣିଦେଉଛି, ଯାହା ଘଟିଛି କେରଳର ଶ୍ରୀଦେବୀ ଗୋପାଳନଙ୍କ କ୍ଷେତ୍ରରେ। ମହିଳା ହୋଇ ନଡ଼ିଆଗଛ ଚଢ଼ି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ଏବେ ପରିବାର ଚଳାଉଛନ୍ତି। ପୁରୁଷପ୍ରଧାନ ଏହି କଠିନ ବୃତ୍ତିରେ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି। ଲକ୍‌ଡାଉନରେ ଗଛ ଚଢ଼ିବା କୌଶଳ ସମ୍ପର୍କରେ ଶିକ୍ଷା ପାଇବା କଷ୍ଟକର ହୋଇଥିଲେ ବି ସେ ୟୁଟୁବ୍‌ରୁ କିଛି କୌଶଳ ହାସଲ କରିଛନ୍ତି। ଶ୍ରୀଦେବୀଙ୍କ ବାପା ବି ଜଣେ ନଡ଼ିିଆଗଛ ଚଢ଼ାଳି। ଗଛ ଉପରେ ସ୍ଥିର ରହିବା ଓ କେଉଁ ନଡ଼ିଆ ତେଳିବା ଯୋଗ୍ୟ ତାହା ଜାଣିବା ଲାଗି ସେ ବାପାଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ବୃତ୍ତିରେ ପାଦ ଥାପିଛନ୍ତିି। ଶ୍ରୀଦେବୀ କେରଳର ମାଲାପ୍ପୁରମ୍‌ରେ ସପରିବାର ରହନ୍ତି। ବୟସ ଏବେ ତାଙ୍କୁ ୨୫। ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରିବା ପରେ ଏନ୍‌ଏସ୍‌ଏସ୍‌ କଲେଜ, ଓଟାପ୍ପାଲମରେ ବି.ଏଡ୍‌ ପଢୁଥିଲେ। ଲକ୍‌ଡାଉନରେ ଘରକୁ ଫେରି ପରିବାରର ଶୋଚନୀୟ ଆର୍ଥିକ ଅବସ୍ଥା ଦୂର କରିବା ଲାଗି ସେ ନଡ଼ିଆଗଛ ଚଢ଼ୁଛନ୍ତି। ସୁରକ୍ଷା ପାଇଁ ଅନ୍‌ଲାଇନରେ କିଛି ଯନ୍ତ୍ରପାତି ବି ମଗାଇଛନ୍ତି। ପ୍ରତିଦିନ ତାଙ୍କ ବାପାଙ୍କ ସହ ନଡ଼ିଆ ଗଛ ଚଢ଼ିବା ପାଇଁ ଯାଉଛନ୍ତି। ଗୋଟିଏ ଗଛ ଚଢ଼ିଲେ ପାଉଛନ୍ତି ୪୦ ଟଙ୍କା। ଦୈନିକ ୮ରୁ ୯ଟି ନଡ଼ିଆଗଛ ଚଢୁଛନ୍ତି। ସେ ମଧ୍ୟ ଏକ ସେକେଣ୍ଡ୍‌ହ୍ୟାଣ୍ଡ୍‌ ଅଟୋ କିଣିିଛନ୍ତି ଓ ଏହାକୁ ଚଳାଇ ଦୂରକୁ ଗଛ ଚଢ଼ିବା ଲାଗି ଯାଉଛନ୍ତି। ଏହି କ୍ଷେତ୍ରକୁ ଅଧିକରୁ ଅଧିକ ମହିଳା ଆସିବା ଦରକାର ବୋଲି କହିଛନ୍ତି ଶ୍ରୀଦେବୀ। କଲେଜ ଖୋଲିବା ପରେ ସେ ପୁଣି ବି.ଏଡ୍‌. ଶେଷ କରି ଶିକ୍ଷକ ହେବା ଲାଗି ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟାରେ କେବଳ କଲେଜ ପିଲାମାନେ ଭାଗ ନେଉଛନ୍ତି। କିନ୍ତୁ ସ୍କୁଲରେ ନିର୍ବାଚନ ହେବା ଶୁଣିଛନ୍ତି କି? ଛତିଶଗଡ଼ର କୋରବା ଅନ୍ତର୍ଗତ ଗଡକଟରା...

‘ଆକସ୍ମିକମ୍‌’ର ନାୟକ

ନାଟକରେ ନିର୍ଭୀକ ପରୀକ୍ଷଣ ଓ ଅନେକ ବିଷୟବସ୍ତୁରେ ଅସାଧାରଣ ଦୃଶ୍ୟ ଅନ୍ତର୍ନିହିତ ଥିବା ଦେଖିବାକୁ ମିଳୁଥିବାରୁ ଓମ୍‌ଚେରି ଏନ୍‌.ଏନ୍‌. ପିଲାଇଙ୍କ ନାଟ୍ୟ ରଚନା ମାଲାୟଲୀ ସାହିତ୍ୟରେ...

ମାନସିକ ସ୍ବାସ୍ଥ୍ୟ ଆଇନ ଓ ପୋଲିସ

ରାଜୀବ କର୍ମି ମାନସିକ ସ୍ବାସ୍ଥ୍ୟ ଯତ୍ନ ଆଇନକୁ ଆସନ୍ତା ଏପ୍ରିଲରେ ଚାରି ବର୍ଷ ପୂରିବ। ଅନେକ ତର୍କ ବିତର୍କ ଏବଂ ବିଚାରବିମର୍ଶ ପରେ ଏହି ଆଇନ...

ଏଇ ଭାରତରେ

ପେସାରେ ଗଣିତ ଶିକ୍ଷକ, ହେଲେ ଆବିଷ୍କାର କରିବାର ନିଶା ତାଙ୍କ ଜୀବନର ଏକ ପ୍ରମୁଖ ଅଙ୍ଗ। ଏମିତି ଜଣେ ଶିକ୍ଷକ ହେଉଛନ୍ତି କଶ୍ମୀରର ବିଲାଲ ଅହମ୍ମଦ।...

ରୁଷିଆର ଉଗ୍ରବାଦ

ଆନାଷ୍ଟାସିଆ ରାଡିନା ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଏହାଯୋଗୁ ସେଠାରେ ଏକ ମାନବୀୟ ବିପର୍ଯ୍ୟୟ ଦେଖାଯାଇଛି। ସାରା ବିଶ୍ୱ ଏହାର ପ୍ରତ୍ୟକ୍ଷଦର୍ଶୀ ସାଜିଛି।...

ଭାରତୀୟ କାଳଗଣନା ବିଜ୍ଞାନସମ୍ମତ

ଡ. ସନ୍ତୋଷ କୁମାର ମହାପାତ୍ର ୨ ଏପ୍ରିଲ ଚୈତ୍ର ଶୁକ୍ଳ ପ୍ରତିପଦା। ଯୁଗାବ୍ଦ ୫୧୨୪, ବିକ୍ରମ ସମ୍ବତ ୨୦୭୯। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏହି...

ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ମନ୍ଦିର

ଅନିଲ କୁମାର ବିଶ୍ୱାଳ ଦେଶରେ ଏବେ ଗୋଟିଏ ବିତର୍କ ଧୀରେଧୀରେ ଦାନା ବାନ୍ଧୁଛି। ବିଶେଷଭାବରେ ଦକ୍ଷିଣ ଭାରତର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶରେ ଏବେ ଦାବି ହେବାରେ...

ଦେଶଭକ୍ତି ଓ ବିଦ୍ୟାର୍ଥୀ

ନଗେନ୍ଦ୍ର ନାଥ ପଟ୍ଟନାୟକ ଅଥର୍ବ ବେଦରେ ଏକ ସ୍ତୋତ୍ର ବା ସୂକ୍ତ ଅଛି- ‘ମାତା ଭୂମିଋ ପୁତ୍ରୋଅହଂ ପୃଥିବ୍ୟା’ ଅର୍ଥାତ୍‌ ‘ଏ ଭୂମି ମୋର ମାତା...

Advertisement
Archives

Model This Week