ଏଇ ଭାରତରେ

ଜୀବନରେ ରୋଜଗାର କରି ଚଳିବାର ଲକ୍ଷ୍ୟ କାହାର କେମିତି ଥାଇପାରେ,କିନ୍ତୁ ରାଜକୁମାରୀ କିନ୍ନରଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ। ସେ ଏକାକୀ ରୋଜଗାର କରି ୮ ଜଣ ଅନାଥ ଶିଶୁଙ୍କୁ ପାଳିପୋଷି ମଣିଷ କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୩ ପୁଅ। ସବୁ ଝିଅ ଓ ବଡ଼ ପୁଅଙ୍କୁ ବାହା କରି ଦେଇଛନ୍ତି। ୯ ମାସର ପୁଅଟିଏ ଓ ୧୩ ବର୍ଷୀୟ ପୁଅ ଶୁଭମ୍‌ ସହ ତାଙ୍କର ବେଶି ସମୟ କଟୁଛି। ଟ୍ରାନ୍ସଓମ୍ୟାନ୍‌ ରାଜକୁମାରୀଙ୍କୁ ଏବେ ବୟସ ୫୫। ତାଙ୍କୁ ଲୋକମାନେ ଶ୍ରଦ୍ଧାରେ ଡାକନ୍ତି ରାଜକୁମାରୀ କିନ୍ନର ମା’। ସେ ଝାଡ଼ଖଣ୍ଡ ବୋକାରୋ ଜିଲାର ରିତୁଡିହି ଗାଁରେ ରହନ୍ତି। ୧୦ ବର୍ଷ ବୟସରେ ତାଙ୍କୁ ମା’ବାପା ଘରୁ ବାହାର କରିଦେବା ପରେ ସେ ବୋକାରୋ ଆସି ଏକ ମନ୍ଦିର ପାଖ ରାସ୍ତାରେ ଜୀବନ କଟାଇଥିଲେ। ପରେ ସେଠାକାର କିନ୍ନର ସମାଜ ତାଙ୍କୁ କୋଳେଇ ନେଇଥିଲା। ଜୀବନ ସଂଗ୍ରାମରେ ଜିତିବା ପରେ ସେ ଅନ୍ୟମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଅସହାୟମାନଙ୍କୁ ଖାଦ୍ୟ ଓ ପୋଷାକ ବାଣ୍ଟୁଛନ୍ତି। ଗରିବ ପରିବାରର ଝିଅଙ୍କ ବାହାଘରରେ ବି ଖର୍ଚ୍ଚ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିତ୍ବା ଅନାଥ ଆଶ୍ରମର ପିଲାଙ୍କ ଶିକ୍ଷା ପାଇଁ ଅର୍ଥ ଏବଂ ଗୃହହୀନ ବରିଷ୍ଠ ନାଗରିକଙ୍କୁ ବସ୍ତ୍ର ଓ ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ରୋଜଗାର କରିବା ଲାଗି ସେ ବହୁ କଷ୍ଟ ସ୍ବୀକାର କରୁଛନ୍ତିି। ନବଜାତ ଶିଶୁ ତଥା ନବଦମ୍ପତିଙ୍କୁ ଆଶୀର୍ବାଦ କରିବାକୁ ଯେଉଁମାନେ ରାଜକୁମାରୀଙ୍କୁ ଡାକିଥାନ୍ତି ସେମାନେ ତାଙ୍କୁ ଟଙ୍କା ଓ ଗହଣା ଦାନ ଦେଇଥାନ୍ତି। ରୋଜଗାର କରିବାକୁ ସେ ରାସ୍ତାରେ ନାଚନ୍ତି। ସହରର ବିଭିନ୍ନ ଜାଗାରେ କାମ ବି କରନ୍ତି। ଗହଣା ବିକି ସେ ଏହି କାର୍ଯ୍ୟରେ ଖର୍ଚ୍ଚ କରୁଛନ୍ତି। କରୋନା ମହାମାରୀ ସମୟରେ ଯେତେ କଷ୍ଟ ହେଲେ ମଧ୍ୟ ଏହି ସେବା ଜାରି ରଖିବେ ବୋଲି କହନ୍ତି ରାଜକୁମାରୀ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶକ୍ତି ସଂଘର୍ଷ ଓ ୟୁରୋପ

ଆମେରିକା ଏବଂ ଚାଇନା ମଧ୍ୟରେ ଏବେ ମୁହଁାମୁହଁି ଭଳି ସ୍ଥିତି ଉପୁଜିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କୂଟନୈତିକ ପଦକ୍ଷେପ ନେଇଛନ୍ତି। ଚାଇନାର...

ଭିନ୍ନ ଜଣେ ସନ୍ନ୍ୟାସୀ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ମୋ ପୁଅ ଚବିଶ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲା- ଏ କଥା ତାଙ୍କ ଜୀବନର ସାୟାହ୍ନରେ ଗର୍ବର ସହ କହିଥିଲେ ସ୍ବାମୀ...

ପୋଲିସ ଜବତ ଚୋରିଡକାୟତିଠାରୁ ସାଂଘାତିକ

ସହଦେବ ସାହୁ ବୟୋବୃଦ୍ଧଙ୍କ ସଂଗଠନ ଏଜ୍‌ କେୟାର୍‌ ଆସୋସିଏଟ୍‌ସର ଅଧ୍ୟକ୍ଷ ଭାବେ ମୁଁ ଆଇଆର୍‌ସି ଭିଲେଜ୍‌ ଥାନା ସାମ୍‌ନା ସିଏଇଟ୍‌ କ୍ୱାର୍ଟରରେ ଥିବା ଅଫିସ୍‌ ଗୃହକୁ...

Dillip Cherian

ବିକଳ୍ପ ଯୋଜନା

ଗତବର୍ଷ କୋଭିଡ୍‌-୧୯ ସଂକ୍ରମଣ ଶୀର୍ଷକୁ ଛୁଇଁବା ସମୟରେ ଗୁଜରାଟ ସରକାର ସବୁଠୁ ବେଶି ପ୍ରଭାବିତ ଅଞ୍ଚଳରେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ମେଡିକାଲ ସାଇନ୍ସ ଡିଗ୍ରୀଧାରୀ...

ସାମାଜିକ ଅପରାଧର କାରଣ ଓ ନିରାକରଣ

ଡ. ଶରତ ଚନ୍ଦ୍ର ରଥ ପ୍ରକୃତିର ଚାରୁ ଚିତ୍ରଶାଳା ଏ ପୃଥିବୀ। ସମୁଦ୍ରର ନୀଳତରଙ୍ଗ, ନଦୀର ଧାର, ଝରଣାର କୁଳୁକୁଳୁ ଗାନ, କୋଇଲିର କୁହୁକୁହୁ ତାନ,...

ଗଣମାଧ୍ୟମର ସ୍ୱାଧୀନତା

ସମ୍ବିଧାନ ପ୍ରଦତ୍ତ ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାରକୁ ଅଧିକ ଶାଣିତ ଓ ମାର୍ଜିତ କରିବାର ଏକ ସଶକ୍ତ ଆଧାର ହେଉଛି ଗଣମାଧ୍ୟମ। ତେଣୁ ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ...

ଏଇ ଭାରତରେ

ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ...

ଆଇନ ତା’ ବାଟରେ ଯାଏ ତ

ସହଦେବ ସାହୁ କୌଣସି ଅଭିଯୋଗର ସମାଧାନରେ ବା ସେବାପ୍ରାପ୍ତିରେ ବିଳମ୍ବ ଯୋଗୁ ସରକାରଙ୍କ ଉପରେ ଅଙ୍ଗୁଳି ଉଠିଲେ ଶାସକ ଦଳର ପ୍ରବକ୍ତା କହନ୍ତି ଆଇନ ତା’...

Advertisement
Archives

Model This Week