ଏଇ ଭାରତରେ

ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ କୁରଇ ଜଙ୍ଗଲକୁ ପରଷ୍ପନି ଗଁାର ପଞ୍ଚମ ନାମକ ଯୁବକ ଶୌଚ ହେବା ପାଇଁ ଯାଇଥିଲେ। ତାଙ୍କ ସହିତ ପୋଷା କୁକୁର ମଧ୍ୟ ଯାଇଥିଲା। ପଞ୍ଚମ ଗୋଟିଏ ଗଛରୁ ଡାଳ ଭାଙ୍ଗିବା କ୍ଷଣି ବାଘଟିଏ ବୁଦା ମଧ୍ୟରୁ ଡିଆଁମାରି ତାଙ୍କୁ ଆକ୍ରମଣ କରିଥିଲା। ସେ ଜୋର୍‌ରେ ଚିତ୍କାର କରିଥିଲେ। ପୋଷା କୁକୁରଟି ଭୟରେ ସେଠାରୁ ଚାଲି ନ ଯାଇ ଭୁକିବାକୁ ଲାଗିଲା। ବାଘଟି ଝାମ୍ପିପଡି ପଞ୍ଚମଙ୍କ ଗଳାକୁ ଧରିବାକୁ ଉଦ୍ୟତ ହେବାବେଳେ କୁକୁର ଜୋର୍‌ରେ ଭୁକିବାକୁ ଲାଗିଲା। କୁକୁର ରଡିରେ ବାଘ ପଞ୍ଚମକୁ ଛାଡିଦେଇ ବୁଦା ଭିତରକୁ ଡିଆଁ ମାରିଲା। ପରେ ଖବରପାଇ ପଞ୍ଚମଙ୍କ ଭାଇ ଏବଂ ଗ୍ରାମବାସୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ବନ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଞ୍ଚମଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ଏବେ ସେ ସୁସ୍ଥ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri