Advertisement

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ଜୀବିକା ହରାଇଥିବା ଲୋକମାନଙ୍କୁ କାମ ଯୋଗାଇ ଦେବାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ଜିଲାପାଳ ଡ. ଆଦର୍ଶ ସିଂ କଲ୍ୟାଣୀ ନଦୀର ପୁନରୁଦ୍ଧାର କାର୍ଯ୍ୟ କରି ଲୋକମାନଙ୍କୁ କାମ ଯୋଗାଇଦେଇଛନ୍ତି। ଯେଉଁ ଗାଁ ଦେଇ ନଦୀ ଯେତିକି ଦୂର ପ୍ରବାହିତ ସେଠାରେ ସେହି ଗ୍ରାମର ଲୋକମାନେ କାମ କରୁଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଏହି କାର୍ଯ୍ୟ କରାଉଛନ୍ତି ସିଂ। ସେ ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷ ଟଙ୍କା ବ୍ୟୟ କରାଯିବାର ଯୋଜନା କରିଛନ୍ତି। ମାଭୟା ଗାଁ ଦେଇ ପ୍ରବାହିତ ନଦୀର ୨.୬ କି.ମି. ପୁନରୁଦ୍ଧାର ଲାଗି ସେହି ଗାଁର ୮୦୦ ଲୋକ ଦୁଇମାସ ଧରି କାମ କରିଛନ୍ତି।
ଏହାପରେ ହାଦିଗଡ଼ର ୧.୫ କି.ମି. କାର୍ଯ୍ୟ ଚାଲିଛି। ସେହିି ଗାଁର ୩୦୦ ଲୋକ ଏବେ କାମରେ ଲାଗିଛନ୍ତି। ଏହି ନଦୀ ଜଳସେଚନ ଲାଗି କୃଷକମାନଙ୍କର ଏକମାତ୍ର ଭରସା ଥିଲା। କାଳକ୍ରମେ ତାହା ପୋତି ହୋଇ ଯିବାରୁ ଜଳାଭାବ ଦେଖାଯାଇଥିତ୍ଲା। କିନ୍ତୁ ଜିଲାପାଳ ସିଂଙ୍କ ଏତାଦୃଶ ପଦକ୍ଷେପ ସେଠାକାର ଜଳାଭାବ ଦୂର କରିବାରେ ସହାୟକ ହେବା ସହ ମହାମାରୀ ସମୟରେ ସେମାନଙ୍କ ଅର୍ଥାଭାବ ବି ଦୂର କରିପାରିଛି।
ଏହି କାର୍ଯ୍ୟ ଚାଲୁଥିବାବେଳେ ନଦୀର ସୁରକ୍ଷା ସମ୍ପର୍କରେ ସେ ଲୋକମାନଙ୍କୁ ସଚେତନ କରୁଛନ୍ତି। ଜବରଦଖଲ ଉଚ୍ଛେଦ କରୁଛନ୍ତି। ୧୭୦ କି.ମି. ପ୍ରବାହିତ କଲ୍ୟାଣୀ ନଦୀକୁ ଏହି ଉପାୟରେ ସମୟକ୍ରମେ ଉଦ୍ଧାର କରାଯିବ ବୋଲି କହିଛନ୍ତି ଆଦର୍ଶ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା କାଲିର ଓ ଆଜିର

‘କାଖରେ ପୋଥି ଯାକି ଚାଲଇ ଚାଟ-ଦିଶଇ କିସୁନ୍ଦର ଗ୍ରାମର ବାଟ’ ଶିଶୁ ସାହିତି୍ୟକଙ୍କର ଏ କବିତାଂଶଟି ମଧ୍ୟରେ ଶିଶୁମାନଙ୍କର ବିଦ୍ୟାଳୟ ଗମନର ଅଭିନବ ପରିପାଟୀ ପରିସ୍ଫୁଟ।...

ନିଦ କାହିଁ

ରୁଦ୍ର ପ୍ରସନ୍ନ ରଥ ଖାଦ୍ୟ, ବସ୍ତ୍ର, ବାସଗୃହ ପରେ ଯଦି ମଣିଷ ନିଜ ଜୀବନରେ ଆଉ କାହାକୁ ସର୍ବାଧିକ ଗୁରୁତ୍ୱ ଦେଉଥାଏ ତାହା ହେଉଛି ନିଦ୍ରା।...

ଭାରତ ଅଧିକ ବିପଦାପନ୍ନ

କୋଭିଡ୍‌-୧୯ ଭୂତାଣୁ ବିଶ୍ୱକୁ କଲବଲ କରିଦେଇଥିବାରୁ ସବୁ ରାଷ୍ଟ୍ରର ଆର୍ଥିକ ଓ ସ୍ବାସ୍ଥ୍ୟଜନିତ ସମସ୍ୟା ବଢ଼ିଯାଇଛି। ଏଭଳି ସମୟରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ...

ମାତୃଭାଷାର ବ୍ୟଥା

ମାତୃଭାଷା ପ୍ରତି କମୁଛି ଓଡ଼ିଆଙ୍କ ଶ୍ରଦ୍ଧା ଓ ଆନ୍ତରିକତା- ୨୪ା୫ା୨୨ରେ ଧରିତ୍ରୀରେ ପ୍ରକାଶିତ ଉପରୋକ୍ତ ତଥ୍ୟଭିତ୍ତିକ ସୂଚନାକୁ ଭିତ୍ତିକରି ଆଲୋଚ୍ୟ ଆଲେଖ୍ୟର ପରିକଳ୍ପନା। ଭାଷା ହିଁ...

ଧର୍ମାନ୍ଧତା

ଆକାର ପଟେଲ ବହୁ ବର୍ଷ ତଳେ ପାକିସ୍ତାନ ଯାଇ ତା’ଉପରେ ଅନୁଧ୍ୟାନ କରିବା ସହ ସେଠାକାର ଖବରକାଗଜରେ ଲେଖିବାର ସୁଯୋଗ ପାଇଥିଲି। ବାଂଲାଦେଶ ଗଠନ ହେବା...

ଏଇ ଭାରତରେ

କପ୍‌ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍‌ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍‌ ତିଆରି କରାଯାଉଛି।...

ଜୀବନଶୈଳୀ ରୋଗ

ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଦେଶରେ...

ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ...

Advertisement
Archives

Model This Week