ଏଇ ଭାରତରେ

ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ ବର୍ଜନ କରିବା ଲାଗି ଆମେ ଉଦ୍ୟମ ଜାରି ରଖିଛୁ। କିନ୍ତୁ ଗୋଟିଏକୁ ଆମେ ଛାଡ଼ିପାରୁନୁ ତାହା ହେଉଛି ପ୍ଲାଷ୍ଟିକ୍‌ ମୁଠା ଝାଡୁ। ଏହି ଝାଡୁ ଅଦରକାରୀ ହୋଇଗଲେ ମୁଠା ସହ ତାହାକୁ ଫିଙ୍ଗି ଦେଉ । ଆକଳନରୁ ଜଣାପଡ଼ିଛି ଯେ, ପ୍ରାୟ ୪୦,୦୦୦ ମେଟ୍ରିକ ଟନ୍‌ ପ୍ଲାଷ୍ଟିିକ୍‌ ଝାଡୁ ମୁଠା ତିଆରି କରିବାରେ ବ୍ୟବହାର କରାଯାଏ ଓ ଶେଷରେ ତାହା ବାହାରେ ପଡି ରହି ପରିବେଶକୁ ପ୍ରଦୂଷିତ କରେ। ଏଭଳି ପ୍ଲାଷ୍ଟିକ୍‌ ବ୍ୟବହାର ଦୂର କରିବା ପାଇଁ ତ୍ରିପୁରାରେ ଅବସ୍ଥାପିତ ୨୦୧୦ ବ୍ୟାଚ୍‌ର ଆଇଏଫ୍‌ଏସ ଅଧିକାରୀ ପ୍ରସାଦ ରାଓ ଏକ ନୂଆ ଉପାୟ ବାହାର କରିଛନ୍ତି, ଯାହାଦ୍ୱାରା ପ୍ଲାଷ୍ଟିକ୍‌ ବ୍ୟବହାର ଦୂର ହେବା ସହ ପରିବେଶକୁ ବି ଉପକାର ହୋଇପାରିବ। ଝାଡୁ ମୁଠା ପାଇଁ ରାଓ ଓ ତାଙ୍କ ସାଥୀମାନେ ପ୍ଲାଷ୍ଟିକ୍‌ ବଦଳରେ ବାଉଁଶ ମୁଠା ଲଗାଉଛନ୍ତି। ଏହି ମୁଠା ହାଲ୍‌କା ଓ ଜଙ୍ଗଲରେ ଶୀଘ୍ର ବଢୁଥିବା ଏକ ପ୍ରକାର ବାଉଁଶରୁ ପ୍ରସ୍ତୁତ କରାଯାଉଛି। ଏହା ଆମ ଦେଶରେ ସହଜରେ ଉପଲବ୍ଧ ଓ ଖର୍ଚ୍ଚ ବି ଅଧିକ ନୁହେଁ। ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ ବୋଲି କହନ୍ତି ରାଓ। ବନ ଧନ ବିକାଶ କାର୍ଯ୍ୟକ୍ରମ ଜରିଆରେ ସେ ଏଭଳି ଝାଡୁ ତିଆରି କରୁଛନ୍ତି। ୭ ମାସ ତଳେ ଆରମ୍ଭ କରିଥିବା ଏହି ଯୋଜନାରେ ପାଖାପାଖି ୧ ହଜାର ଆଦିବାସୀ ପରିବାରକୁ କାମ ଯୋଗାଇ ଦେଇଛନ୍ତି। ଚଳିତ ବର୍ଷ ଏହି ଯୋଜନାରେ ୪ ଲକ୍ଷ ଝାଡୁ ଓ ଆସନ୍ତା ବର୍ଷ ଏହାଠାରୁ ୧୦ ଗୁଣ ଅଧିକ ଝାଡୁ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି । ପ୍ଲାଷ୍ଟିକ ମୁଠା ଝାଡୁ ମୂଲ୍ୟଠାରୁ ଏହା ବହୁତ ଶସ୍ତା ହେବ ବୋଲି କହନ୍ତି ରାଓ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ଶିକ୍ଷା ଆଶୀର୍ବାଦର ରୂପ ନେଉ

ଡ. ଭାରତ ଭୂଷଣ ରଥ କରୋନାରେ ସବୁକିଛି ଧୀରେ ଧୀରେ ସୁଧୁରୁଥିଲେ ମଧ୍ୟ ଶିକ୍ଷା, ଯାହା ସମାଜର ଭିତ୍ତିଭୂମି ତାହା ଏପର୍ଯ୍ୟନ୍ତ ସୁଦ୍ଧା ମୂଳସ୍ରୋତକୁ ଆସିପାରୁନାହିଁ।...

ଦେହ ସହୁନାହିଁ

ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଟିକସଦାତାଙ୍କଠାରୁ ସଂଗ୍ରହ କରାଯାଉଥିବା ସରକାରୀ ଅର୍ଥକୁ ବ୍ୟବହାର କରି ଜନସାଧାରଣଙ୍କୁ ମାଗଣାରେ ସାମଗ୍ରୀ ଓ ସୁବିଧା (ଫ୍ରିବିଜ୍‌) ଯୋଗାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି,...

ପରେ ଆସ ଶସ୍ତାରେ ମିଳିବ

ଡ. ଗଣେଶ ଚନ୍ଦ୍ର କୁଣ୍ଡ ପରିବା ହାଟରେ ପହଞ୍ଚି ଦେଖିଲି ପରିବା ଦୋକାନୀ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ। କେହି କେହି ନ ଶୁଣିଲା...

ଫେଡେକ୍ସ ଚିଫ୍‌

ରାଜ୍‌ ସୁବ୍ରମଣ୍ୟମ୍‌ କୋରିୟର ବିତରଣ ସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ‘ଫେଡେକ୍ସ’ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ...

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି...

ଶବ୍ଦ ନୁହେଁ ମନ୍ତ୍ରଟିଏ

ସଂଗ୍ରାମ କେଶରୀ ପୃଷ୍ଟି ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ...

ପଦ୍ମ ଭଳି ଟିକା

କରୋନାକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଟିକାକୁ ବଡ଼ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ସେଥିପାଇଁ ସମସ୍ତେ ଏହାକୁ ନେବା ସକାଶେ ଚେଷ୍ଟା କରୁଛନ୍ତି। କିନ୍ତୁ...

ସମ୍ପାଦକୀୟ/ସାଂକେତିକ

ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତୀକରଣ ଏକ ଜାତିକୁ ସମୃଦ୍ଧ କରିଥାଏ। ପରିବାର ଓ ସେଥିରେ ଥିବା ପୁରୁଷଙ୍କ ସହନଶୀଳତାର ଅଭାବ ଯୋଗୁ ଭାରତରେ ବିଶେଷକରି...

Advertisement
Archives

Model This Week