ଏଇ ଭାରତରେ

ମଣିପୁର ଚୌରାଚନ୍ଦ୍ରପୁରସ୍ଥ ସେଣ୍ଟ ଷ୍ଟିଫେନ୍‌ ଇଂଲିଶ ମିଡିୟମ୍‌ ସ୍କୁଲର ପ୍ରିନ୍ସିିପାଲ ରବିନ ଏସ୍‌. ପୁଖରାମ୍‌ ସ୍କୁଲ ଓ ପିଲାଙ୍କ ଉନ୍ନତି ପାଇଁ ଭିନ୍ନ ପନ୍ଥା ଆପଣାଇଛନ୍ତି। ସେ ଓ ତାଙ୍କ ସାଥୀ ଶିକ୍ଷକମାନେ ସ୍କୁଲ୍‌ଠାରୁ ଶହ ଶହ କିଲୋମିଟର ଦୂର ଦୁର୍ଗମ ଗାଁଗୁଡିକୁ ଯାଇ ଅଭିଭାବକମାନଙ୍କୁ ସାକ୍ଷାତ୍‌ କରୁଛନ୍ତି। ଦୁର୍ଗମ ଗାଁଗୁଡ଼ିକର ଅଭିଭାବକମାନେ ଅଧିକାଂଶ କୃଷକ ଓ ଦିନମଜୁରିଆ। ବହୁ କଷ୍ଟରେ ସେମାନେ ପିଲାମାନଙ୍କୁ ସ୍କୁଲକୁ ପଠାଉଛନ୍ତି। ଅଭିଭାବକମାନଙ୍କୁ ସ୍କୁଲରେ ପହଞ୍ଚିବା ଲାଗି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଏଣୁ ଅଭିଭାବକ ଓ ଶିକ୍ଷକ ବୈଠକରେ ସେମାନେ ଯୋଗଦେବା ସମ୍ଭବ ହେଉ ନ ଥିବାରୁ ରବିନ ସାର୍‌ ୨୦୧୬ରେ ପ୍ରିନ୍ସିପାଲ ଦାୟିତ୍ୱ ନେବା ପରେ ଏଭଳି ବ୍ୟବସ୍ଥା କରିଛନ୍ତି। ସେମାନେ ଦୁର୍ଗମ ଗାଁଗୁଡ଼ିକୁ ଗାଡିରେ ଯାଉଥିତ୍ଲେ ବି ଅତିକମ୍‌ରେ ୧୦ରୁ ୧୨ କି.ମି. ଜଙ୍ଗଲ ଓ ପାହାଡିଆ ରାସ୍ତାରେ ଚାଲିବାକୁ ପଡ଼େ। ବହୁ ଦୂର ଗାଁକୁ ଗଲେ ଫେରି ନ ପାରି ସେଠାରେ ରାତିରେ ରହିଯାଆନ୍ତି। ସେଠାକାର ଅଭିଭାବକମାନେ ସାର୍‌ଙ୍କୁ ବ୍ଲାକ୍‌ ଟି’ ଦେଇ ସ୍ବାଗତ କରି ସ୍କୁଲ ଏବଂ ପିଲାଙ୍କ ବିଷୟରେ ଆଲୋଚନା କରିଥାଆନ୍ତି। ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଏଭଳି ଗାଁକୁ ଯିବାକୁ ପଡ଼େ ରବିନ ସାର୍‌ଙ୍କୁ। ୨୦୧୮ରୁ ସେ ଏହା କରିଆସୁଛନ୍ତି। ୨୦୧୫ରେ ଏହି ସ୍କୁଲ୍‌ରେ ୫୦ ଜଣ ପିଲା ଥିବାବେଳେ ଏବେ ୫୪୫ ପିଲା ପଢୁଛନ୍ତି। ସେ ପିଲାମାନଙ୍କ ସୁବିଧା ଲାଗି ନିଜ ସଞ୍ଚିତ ଅର୍ଥରେ ଏକ ହଷ୍ଟେଲ୍‌ ନିର୍ମାଣ କରିଛନ୍ତି ଓ ଏଥିରେ ଏବେ ୨୦୦ ପିଲା ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri