ଏଇ ଭାରତରେ

ଦେଶରେ କରୋନା ବିରୋଧୀ ଲଢ଼େଇରେ ଦିନକୁ ଦିନ ନୂଆ ନୂଆ ଯୋଦ୍ଧା ଯୋଡ଼ି ହେଉଛନ୍ତି। ସେଥିରୁ ଦିଲ୍ଲୀର ଜଣେ ଗୃହିଣୀ ବାଦ୍‌ ଯାଆନ୍ତେ କେମିତି। ୫୬ ବର୍ଷୀୟା ଲକ୍ଷ୍ମୀ ଦାସ ଦିଲ୍ଲୀରେ ସପରିବାର ରହନ୍ତି। ସେ ଘରେ ମାସ୍କ ତିଆରି କରି ମାଗଣାରେ ଗରିବ ଲୋକମାନଙ୍କୁ ବାଣ୍ଟୁଛନ୍ତି। ଲକ୍ଷ୍ମୀ ପ୍ରଥମେ ୨୫ ଟି ମାସ୍କ ତିଆରି କରି ଶ୍ରମିକ, ରିକ୍ସାଚାଳକ ଓ ଦୋକାନୀମାନଙ୍କୁ ଦେଇଥିଲେ। ମାସ୍କ ତିଆରି ଖର୍ଚ୍ଚ ନିଜେ ବି ବହନ କରୁଛନ୍ତି। ଏବେ ସୁଦ୍ଧା ସେ ୧୦୦୦ରୁ ଊର୍ଦ୍ଧ୍ୱ ମାସ୍କ ମାଗଣାରେ ବାଣ୍ଟିସାରିଲେଣି। ଖରାଦିନେ ଶ୍ରମିକମାନେ ମାସ୍କ ବାନ୍ଧି ଯେପରି ଆରାମରେ କାମ କରିପାରିବେ ସେଥିପ୍ରତି ଦୃଷ୍ଟି ଦେଇ ପୂରା ସୂତା କପଡାରେ ମାସ୍କ ତିଆରି କରୁଛନ୍ତି ଲକ୍ଷ୍ମୀ। ଦୋକାନୀମାନଙ୍କ ମାଧ୍ୟମରେ ବି ଲୋକମାନଙ୍କୁ ମାସ୍କ ଦେଉଛନ୍ତି। ମାସ୍କ ତିଆରି କରିବାରେ ଲକ୍ଷ୍ମୀଙ୍କୁ ତାଙ୍କ ପୁଅ ସୌରଭ ସାହାଯ୍ୟ କରୁଛନ୍ତି। କରୋନା ଭାଇରସ୍‌ର ପ୍ରଭାବ ଆଗକୁ ରହିବ ଓ ଏଥିଲାଗି ଲକ୍ଷ୍ମୀ ମଧ୍ୟ ଆହୁରି ଅଧିକ ମାସ୍କ ଗରିବମାନଙ୍କୁ ବାଣ୍ଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ...

ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ...

ନୂତନ ନଜିର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ର ନୂତନ ନିର୍ଦ୍ଦେଶନାମା ଅନୁସାରେ ବିଦେଶରେ ଅବସ୍ଥାପିତ ଯେଉଁ ବାବୁମାନେ ଡ୍ୟୁଟି ସମ୍ପର୍କରେ ନିଜ କ୍ୟାଡର...

ଆମେ ପାରିବା

ପ୍ରକାଶ ତ୍ରିପାଠୀ ଭାରତ ସରକାରଙ୍କ ପକ୍ଷରୁ ଚାଇନା ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ଆରମ୍ଭ ହୋଇଛି। ଭାରତରେ ଅତି ଲୋକପ୍ରିୟ ଚାଇନା ପ୍ରସ୍ତୁତ ଭିଡିଓ ଶେୟାରିଂ ସୋସିଆଲ୍‌...

ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଏମିତିକି ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଛନ୍ତି।...

ଏଇ ଭାରତରେ

ଶିକ୍ଷା କେବଳ ପୋଥିଗତ ବିଦ୍ୟାରେ ସୀମିତ ନୁହେଁ। କିଛି ନୂଆ ବିଷୟରେ ଜାଣିବା ଓ ଅଭିଜ୍ଞତା ହାସଲ କରିବା ଶିକ୍ଷାର ବି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ,...

ବ୍ରିଟେନ ସ୍ବରାଷ୍ଟ୍ର ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଓହରିଯିବା ବା ବ୍ରେକ୍‌ଜିଟ ପ୍ରସଙ୍ଗ ଇଂଲିଶମାନଙ୍କ ପାଇଁ ଦୀର୍ଘଦିନ ହେବ ଅସ୍ପଷ୍ଟ ରହିଆସିଛି। ବ୍ରେକ୍‌ଜିଟ ସପକ୍ଷ ଓ...

ତେଲ ଶହେ ଛୁଇଁବ କି

ତୈଳ ମୂଲ୍ୟ ବଢ଼ାଇବା ପାଇଁ ବିପଣନ କମ୍ପାନୀଗୁଡିକ (ଓଏମ୍‌ସି) ଅତ୍ୟନ୍ତ ବ୍ୟସ୍ତ ଥିବା ପରି ମନେ ହେଉଛି। ସେମାନେ କ୍ରମାଗତ ୧୨ ଦିନ ଧରି ତୈଳ...

Coronavirus Update


Archives

Model This Week

Why Dharitri