ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ଚର୍ଚ୍ଚାରେ ରହିଛି। ମହାରାଷ୍ଟ୍ର ଠାଣେର ପୁରୁଷୋତ୍ତମ ଗୁପ୍ତା ସହରରେ ରହୁଥିବା ଅଟୋଚାଳକ ତଥା ନିର୍ମାଣ ଶ୍ରମିକମାନଙ୍କୁ ମାଗଣାରେ ରାଶନ ବାଣ୍ଟୁଛନ୍ତି। ଅଟୋଚାଳକମାନେ ରୋଜଗାର ହରାଇଥିବାରୁ ସେମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ବୋଲି କୁହନ୍ତି ଗୁପ୍ତା। ବସ୍ତି ବାସିନ୍ଦାଙ୍କୁ ସେ ଅଧିକ ରାଶନ କିଟ୍‌ ଦେଉଛନ୍ତି। ସେ ‘ସଦ୍‌ଭାବନା ହର-ବାହାର ଫାଉଣ୍ଡେଶନ’ ଏନ୍‌ଜିଓର ସଦସ୍ୟ ରହିଛନ୍ତି। ଏହି ଏନ୍‌ଜିଓର ଅଫିସିଆଲ ଫେସ୍‌ବୁକ ପେଜ୍‌ରେ ଲୋକମାନଙ୍କୁ ଦାନ କରିବା ପାଇଁ ଅନୁରୋଧ କରିବା ପରେ ଲୋକମାନେ ତାଙ୍କୁ ଅର୍ଥ ଦାନ କରୁଛନ୍ତି। ଏହି ଟଙ୍କାରେ ସେ ରାଶନ ସାମଗ୍ରୀ କିଣୁଛନ୍ତିି। ପ୍ରତ୍ୟେକ କିଟ୍‌ରେ ସେ ୪୬୦ ଟଙ୍କା ମୂଲ୍ୟର ଚାଉଳ, ଡାଲି, ଅଟା ଓ ତେଲ ଦେଉଛନ୍ତି। ରାଶନ କିଟ୍‌ ପ୍ରସ୍ତୁତ କରିବାରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଲଗାଇଛନ୍ତି। ସେମାନେ ସାମାଜିକ ଦୂରତ୍ୱ ପାଳନ କରି କିଟ୍‌ ପ୍ୟାକ କରୁଛନ୍ତି। ଗୁପ୍ତା ଅଟୋରେ କିଟ୍‌ ନେଇ ଗରିବ ଲୋକଙ୍କ ଘରେ ପହଞ୍ଚାଇ ଦେଉଛନ୍ତି। ଏବେସୁଦ୍ଧା ସେ ୧୫୦ରୁ ଊର୍ଦ୍ଧ୍ୱ ରାଶନ କିଟ୍‌ ବାଣ୍ଟି ସାରିଲେଣି। ଠାଣେରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଗୁପ୍ତା ସାମିଲ ହୋଇ ବହୁ ଆଖିଦୃଶିଆ କାର୍ଯ୍ୟ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଫସ୍‌ ନୁହେଁ, କୃଷ୍ଣଚୂଡ଼ା

ସୁଧିରାଜ ରାଉତ ଆଜି ରବିବାର ଅଫିସ ଛୁଟି, କାମର ବୋଝ ନାହିଁ, ଅଫିସରଙ୍କ ନାଲିଆଖି ନାହିଁ, ନିଜ ଇଚ୍ଛାରେ ଆଜି ମୁଁ ରଜା…। ଏମିତି ଭାବି...

ଭାରତୀୟ ସଂସ୍କୃତି ଐକ୍ୟର ଆଧାରଶିଳା

ବିବିଧତା ମଧ୍ୟରେ ଐକ୍ୟ ହିଁ ଭାରତୀୟ ସଂସ୍କୃତିର ଆକର୍ଷଣ ଓ ଆଧାରଶିଳା, ଶ୍ରୀରାମକୃଷ୍ଣ ଯେଉଁ ଏକେଶ୍ୱରବାଦ କଥା କହିଥିଲେ ତାଙ୍କର ପଟ୍ଟଶିଷ୍ୟ ସ୍ବାମୀ ବିବେକାନନ୍ଦ ଆମେରିକା...

ବ୍ୟକ୍ତିଗତ ଆଇନ

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ...

ଶିଶୁ ଅଧିକାରରେ ବାଧକ ଲିଙ୍ଗଗତ ବୈଷମ୍ୟ

ରାଜୀବ କୁମାର ନାୟକ ୨୦୨୦ ମସିହାରେ ସମ୍ବଲପୁର ଜିଲା ଅନ୍ତର୍ଗତ ଯୁଯୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ୫୯% ଶିଶୁ ଭାବନ୍ତି ଯେ...

Dillip Cherian

ନିଯୁକ୍ତି ଆଲୋଡ଼ନ

ସିକିମ୍‌ ସରକାର ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏ.ସୁଧାକର ରାଓଙ୍କୁ ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ...

ଏଇ ଭାରତରେ

ଉତ୍ତର କର୍ନାଟକର ଗଡଗ ଜିଲାସ୍ଥିତ ଏକ ଲିଙ୍ଗାୟତ ମଠ ଧାର୍ମିକ ବନ୍ଧନରୁ ମୁକ୍ତ ହୋଇ ସାମାଜିକ ସୌହାର୍ଦ୍ଦ୍ୟକୁ ଶ୍ରେଷ୍ଠ ସ୍ଥାନ ଦେଇଛି। ଏହି ମଠ ତା’...

ବିଚାରପତି ନିଯୁକ୍ତି ଓ କଲେଜିୟମ୍‌

ସୁରେନ୍ଦ୍ର କୁମାର ମିଶ୍ର ବର୍ତ୍ତମାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଅନେକ ଆଲୋଚନା ବିଭିନ୍ନ ସ୍ତରରେ ହେଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ପ୍ରସଙ୍ଗକୁ ନେଇ...

ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ।...

Advertisement
Archives

Model This Week