ଏଇ ଭାରତରେ

ପ୍ରଦୂଷିତ ବାୟୁକୁ ଉପଯୋଗ କରି କାର୍ବନ ଟାଇଲ ପ୍ରସ୍ତୁତ ହୋଇପାରୁଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ମୁମ୍ବାଇର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଏଭଳି ଟାଇଲ୍‌ ତିଆରି କରାଯାଉଛି। ପ୍ରଦୂଷିତ ବାୟୁରୁ ଟାଇଲ୍‌ ପ୍ରସ୍ତୁତ କରୁଥିବା ବୋଷ୍ଟନସ୍ଥିତ ଏୟାର- ଲିଙ୍କ୍‌ ଷ୍ଟାର୍ଟଅପ୍‌ ସହଭାଗିତାରେ ଏହି ଷ୍ଟାର୍ଟଅପ ଚାଲିଛି। ତେଜସ୍‌ ୨୦୧୯ରେ ଉକ୍ତ ଷ୍ଟାର୍ଟଅପ୍‌କୁୁ ପ୍ରତିଷ୍ଠା କରି ତା’ ନାମ ରଖିଛନ୍ତି କାର୍ବନ କ୍ରାଫ୍ଟ ଡିଜାଇନ। ଗୋଟିଏ କାର୍ବନ ଟାଇଲ ତିଆରି କରିବା ପାଇଁ ୩୦,୦୦୦ ଲିଟର ଏୟାର ଫିଲ୍‌୍‌ଟର କରିବାକୁ ପଡୁଛି। ଏହା ବ୍ୟତୀତ ଏବକାର କାଚ ଭଳି ଟାଇଲ ପ୍ରସ୍ତୁତ କରିବା ଲାଗି ଯେତିକି ଏନର୍ଜି ଆବଶ୍ୟକ ତା’ର ୫ ଭାଗରୁ ଭାଗେରେ ଏହି ଟାଇଲ ତିଆରି କରାଯାଉଛି। ଏ କ୍ଷେତ୍ରରେ ଟାଇଲ୍‌କୁ ପୋଡା ନ ଯାଇ ହାଇଡ୍ରୋଲିକ ପ୍ରେସର୍‌ରେ ତିଆରି କରାଯାଉଛି। ବାୟୁରେ ଥିବା ପ୍ରଦୂଷିତ କଣିକାକୁ ମାର୍ବଲ ଚିପ୍ସ ,ମାର୍ବଲ ପାଉଡର ଓ ସିମେଣ୍ଟ ସହ ମିଶାଇ ୮ ଇଞ୍ଚ- ୮ ଇଞ୍ଚ,୧୦-୧୦ ଇଞ୍ଚ, ୧୨-୧୨ ଇଞ୍ଚ ସାଇଜ୍‌ର ଟାଇଲ ତିଆରି କରାଯାଉଛିି। ଅତ୍ୟଧିକ ବାୟୁ ପ୍ରଦୂଷିତ ଶିଳ୍ପାଞ୍ଚଳ ପାଇଁ ତେଜସ୍‌ଙ୍କ ନୂଆ ପଦ୍ଧତି ବେଶ୍‌ ଉପଯୋଗୀ ହୋଇପାରିବ। ୟୁନିଭର୍ସିଟି ଅଫ୍‌ ମୁମ୍ବାଇରୁ ତେଜସ୍‌ ଆର୍କିଟେକ୍‌ଚରରେ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇର ଏକ ଆର୍କିଟେକ୍‌ ଫାର୍ମରେ ଜୁନିୟର ଆର୍କିଟେକ୍‌ ଭାବେ କାର୍ଯ୍ୟ କରିଥିଲେ। ପରେ ଲଣ୍ଡନର ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚରରୁ ଏମର୍ଜେଣ୍ଟ ଟେକ୍‌ନୋଲୋଜି ଆଣ୍ଡ୍‌ ଡିଜାଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୯ ଜାନୁୟାରୀରେ ଷ୍ଟାର୍ଟଅପ ଆରମ୍ଭ କରି ବହୁ ଗବେଷଣା ପରେ ମେ’ ମାସରେ ଏହି ଟାଇଲ୍‌ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲେ। ଏଭଳି ଟାଇଲ ନିର୍ମାଣ କରିବା ପାଇଁ ଏବେ ଗୋଦରେଜ,ଲାର୍ସନ ଆଣ୍ଡ ଟୁବ୍ରୋ ଭଳି ଆଗଧାଡିର କମ୍ପାନୀ ତେଜସ୍‌ଙ୍କ ଷ୍ଟାର୍ଟଅପ୍‌ ସହ ଯୋଗାଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଟାର୍ଗେଟ୍‌ କିଏ

ଯେଉଁ ମାନସିକତାରେ ଭାଜପା ନେତାମାନେ ଶାସନ କରିଆସୁଥିଲେ, ସେଥିରେ ପ୍ରଥମ ଟାର୍ଗେଟ୍‌ ଭାବେ ଭାରତର ମୁସଲମାନ ସମ୍ପ୍ରଦାୟକୁ ବୁଝାଯାଉଥିଲା। ମୁସଲମାନ ସମେତ ଅନ୍ୟ ସଂଖ୍ୟାଲଘୁ ଏବଂ...

ଏଇ ଭାରତରେ

ଭାରତରେ ବିଭିନ୍ନ ଖାଦ୍ୟ ଅବଶେଷକୁ ଉପଯୋଗ କରି ପଶୁଖାଦ୍ୟ ତିଆରି କରିବାରେ ରାଜସ୍ଥାନସ୍ଥିତ ଯୋଧପୁରର କେତେଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ମିଳିଛି ଭିନ୍ନ ପରିଚୟ । ପଶୁଖାଦ୍ୟ...

ଲୋକତନ୍ତ୍ର ନିର୍ମାଣ କରିବାକୁ ହେବ

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ଲୋକତନ୍ତ୍ର ପାଇଁ ଶିଖର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଚେତାବନୀ ଶୁଣାଇଛନ୍ତି ଯେ, ଗଣତନ୍ତ୍ରର ଅବକ୍ଷୟ ‘ଆମ ସମୟର ପ୍ରକୃତ...

ସମାପ୍ତି ଦିଶୁ ନାହିଁ

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୧ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ସଙ୍କେତ ମିଳୁନାହିଁ। ୟୁକ୍ରେନ୍‌ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଭିତିରି ସମର୍ଥନ...

ସବୁଜ ବିପ୍ଳବର ଧୂସର ଦିଗ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ବିଶିଷ୍ଟ ଅର୍ଥନୀତିଜ୍ଞ ରେଭେରେଣ୍ଡ୍‌ ଥୋମାସ ରବର୍ଟ ମାଲ୍‌ଥସ୍‌ ଊନବିଂଶ ଶତାବ୍ଦୀର ଶେଷଭାଗକୁ ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ବିଶ୍ୱରେ ଘଟୁଥିବା ଜନସଂଖ୍ୟା...

ଏଇ ଭାରତରେ

ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା। ଏପରି ଏକ ଘଟଣା ଅଯୋଧ୍ୟାରେ ଘଟିଛି। ଉତ୍ତରପ୍ରଦେଶର ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା।...

ଡାକ୍ତରଙ୍କୁ ମାରନାହିଁ

ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିବା ପରେ ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏପରିକି ଏହାକୁ ସମର୍ଥନ କରି ଭାରତୀୟ ଡାକ୍ତରୀ ସଂଘ...

ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ...

Advertisement
Archives

Model This Week