ଏଇ ଭାରତରେ

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାଧାରଣ ଜନତା ଯଥାଶକ୍ତି ସରକାରଙ୍କୁ ସହଯୋଗ କରୁଥିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଯୋଗଦାନ ପ୍ରେରଣା ପାଲଟିଛି। ପୁଡୁଚେରିର ରାମନାଥପୁରମ୍‌ ନିବାସୀ ମଣିକନ୍ଦନ ଲକ୍‌ଡାଉନ ସମୟରେ ୨୪ ଘଣ୍ଟିଆ ଆମ୍ବୁଲାନ ସେବା ଯୋଗାଇ ଦେଉଛନ୍ତି। ରୋଗୀମାନଙ୍କୁ ହସ୍ପିଟାଲରେ ଠିକ୍‌ ସମୟରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସବୁଠୁ ବଡ କଥା ହେଉଛି ସେ ଚାକିରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ମାଗଣାରେ ଲୋକମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। କାହାଠାରୁ ଟଙ୍କାଟିଏ ବି ଅନୁଦାନ ନେଉନାହାନ୍ତି। ଏଥିପାଇଁ ମଣିକନ୍ଦନଙ୍କୁ ଏବେ ଲୋକମାନେ ‘ଆମ୍ବୁଲାନ୍ସ ମଣି’ କହୁଛନ୍ତି। ୨୦୦୭ରେ ହସ୍ପିଟାଲରେ ନ ପହଞ୍ଚିପାରି ତାଙ୍କ ଭାଇଙ୍କର ମୃତ୍ୟୁ ହେବା ପରେ ସେ ବିନା ଦେୟରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ। ପରେ କଠିନ ପରିଶ୍ରମ ବଳରେ ଅର୍ଥ ଉପାର୍ଜନ କରି ସଞ୍ଚୟ କରିବା ପରେ ୨୦୧୬ରୁ ମାଗଣା ସେବା ଯୋଗାଇ ଦେଉଛନ୍ତି। ଦିନରେ କାର୍‌ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରି ରାତିରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଦିନରେ ଯେହେତୁ ଡ୍ୟୁଟିରେ ରହନ୍ତି ସେଥିପାଇଁ ସେ ଦିନବେଳା ଜଣେ ଡ୍ରାଇଭରଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଏବେ ସୁଦ୍ଧା ମଣି ୬୫୦ ଜଣରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇପାରିଛନ୍ତି। ଏପରି କି ୧୦୮ ଆମ୍ବୁଲାନ୍ସକୁ କଲ୍‌ କଲେ ତାହା ବ୍ୟସ୍ତ ରହିଥିଲେ ସେମାନେ ରୋଗୀ ସମ୍ପର୍କରେ ମଣିଙ୍କୁ ଜଣାଇଦେବା ପରେ ସେ ତତ୍‌କ୍ଷଣାତ ସେବା ଯୋଗାଇ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାଣି ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷ କି ଦୁଇ ବର୍ଷ ନୁହେଁ ତାରିଖ ପରେ ତାରିଖ ଗଡ଼ି ୭୦ ବର୍ଷ ଧରି ବିଚାରାଧୀନ ରହିଛି...

ଏକଜୁଟ ହେବାକୁ ପଡ଼ିବ

ଆକାର ପଟେଲ ଦେଶକୁ ବର୍ତ୍ତମାନ ଅନେକ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ୁଛି। ପ୍ରଥମେ ସ୍ବାସ୍ଥ୍ୟରୁ ଆରମ୍ଭ କରିବା। ଶୁକ୍ରବାର (୪ ଜୁଲାଇ) ୨୨,୦୦୦ ଭାରତୀୟ କୋଭିଡ୍‌...

Dillip Cherian

ନିଯୁକ୍ତି ରହସ୍ୟ

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ତାଙ୍କ ମୂଳ ରାଜ୍ୟ କ୍ୟାଡର୍‌ ଗୁଜରାଟକୁ ପଠାଇ ଦିଆଯିବା ପରେ ତିନି ମାସରୁ...

ଏଇ ଭାରତରେ

ଗାଡ଼ି ପଙ୍କ୍‌ଚର ମରାମତି କରୁଥିବା ମହିଳାଙ୍କୁ କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି, ତେବେ ଜାଣନ୍ତୁ ୫୫ ବର୍ଷୀୟା ମହିଳା ମେକାନିକ୍‌ କମଳା ନେଗିଙ୍କ କାହାଣୀ।...

ନିର୍ଦ୍ଦୋଷରେ ଏତେ ବର୍ଷ

ଆମେରିକାର ଏକ ବେସରକାରୀ ସଙ୍ଗଠନ ‘ଫ୍ରିଡମ୍‌ ହାଉସ୍‌’ ନିକଟରେ ଏକ ରିପୋର୍ଟରେ ଭାରତକୁ ସ୍ବାଧୀନ ସ୍ତରରୁ ଆଂଶିକ ସ୍ବାଧୀନ ସ୍ତରକୁ ଖସାଇଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର...

ଉପେକ୍ଷିତ ଶୈଶବ, ଦୁଃଖଦ ବାର୍ଦ୍ଧକ୍ୟ

ପ୍ରକାଶ ତ୍ରିପାଠୀ ପିଲାବେଳର ଅନୁଭୂତି ଓ ସ୍ମୃତିକୁ କୌଣସି ମଣିଷ ସେମାନଙ୍କ ଜୀବନକାଳ ମଧ୍ୟରେ ଭୁଲିପାରି ନ ଥାନ୍ତି। ବିଶେଷକରି ପରିଣତ ସମୟରେ ନିଜର ସେହି...

ଜଣେ ଅନ୍ତରଙ୍ଗ ବନ୍ଧୁର ଅପମୃତ୍ୟୁ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ମଧୁସୂଦନ ରାଓଙ୍କ ଷଡ଼ଋତୁ ବର୍ଣ୍ଣନାରେ ବର୍ଷ ସାରା ବିଭିନ୍ନ ଋତୁ ଓ ମାସ ସମ୍ପର୍କରେ ଯାହା କ୍ରମାନ୍ବୟରେ ବ୍ୟକ୍ତ କରାଯାଇଛି, ତାହା...

ଆମର କ’ଣ ଯାଉଥିଲା

ତଥାଗତ ସତପଥୀ ଆମେରିକାର ୪୬ତମ ନବନିର୍ବାଚିତ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ୍‌। ସେହି ଦେଶର ବ୍ୟବସ୍ଥା ଅନୁଯାୟୀ ପ୍ରତି ୪ ବର୍ଷରେ ନିର୍ବାଚନ ହୋଇଥାଏ। ସେଥିରେ...

Advertisement
Archives

Model This Week