ଏଇ ଭାରତରେ

ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍‌ସିଏ ଗ୍ରାଜୁଏଟ୍‌ ମାଥ୍ୟୁ ରହନ୍ତି କୋଝିକୋଡ୍‌ ଜିଲାର କାବାତୁମାଲା ଗାଁରେ। ଶିକ୍ଷା ଶେଷ କରିବା ପରେ ସେ ଦୁବାଇରେ ଚାକିରି କରିଥିଲେ। ୨୦୧୦ରେ ଚାକିରି ଛାଡି ଘରକୁ ଫେରି ଫଳଚାଷ ଆରମ୍ଭ କରିଥିଲେ। ୧୦ ବର୍ଷ ମଧ୍ୟରେ ସେ ଏହି ଚାଷରେ ସଫଳତା ପାଇଛନ୍ତି। ତାଙ୍କ ଫାର୍ମରେ ଉପତ୍ାଦିତ ଫଳର ଚାହିଦା କେରଳ ସମେତ ଦେଶର ଅନ୍ୟ ରାଜ୍ୟରେ ବେଶ୍‌ ଭଲ ରହିଛି। ଫାର୍ମରେ ୩୦ ପ୍ରକାରର ଲେମ୍ବୁ, ୧୯ ପ୍ରକାର ଖଜୁରି କୋଳି, ୭ ପ୍ରକାର ପିଜୁଳି ଓ ୮ ପ୍ରକାର ବିଦେଶୀ ଫଳଚାଷ କରୁଛନ୍ତି। ୨୦୧୦ରେ ସେ ପ୍ରତ୍ୟେକ ଚାରା ୫୦୦ ଟଙ୍କାରେ କିଣିଥିତ୍ଲେ, ଏବେ ଏହାର ମୂଲ୍ୟ ୧ ହଜାରରୁ ୨ ହଜାର ଟଙ୍କା ହେବ ବୋଲି କହନ୍ତି ୪୨ ବର୍ଷୀୟ ମାଥ୍ୟୁ। ଫଳଚାଷ ସହ ସେ ଦୁଇଟି ପୋଖରୀରେ ମାଛ ଚାଷ କରୁଛନ୍ତି। ମହୁଚାଷ କରିବା ସହ ଅନ୍ୟମାନଙ୍କୁ ଏହି ଚାଷ ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଫାର୍ମରେ ସେ ୧୦୦ଟି ମହୁବାକ୍ସ ରଖିଛନ୍ତି ଓ ବିଭିନ୍ନ ଓ୍ୟଷଧୀୟ ବୃକ୍ଷ ମଧ୍ୟ ଲଗାଇଛନ୍ତି । ସେ ମଧ୍ୟ ତାଙ୍କ ଅଞ୍ଚଳର ପିଲାମାନଙ୍କୁ ଆଇଟି କ୍ଷେତ୍ରରେ ଦକ୍ଷ କରିବା ପାଇଁ ଏକ ଅନୁଷ୍ଠାନ ଗଢି ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ, ଶିଡ଼ି ଓ ଜୀବନ

ସୁପ୍ରଭା ବେହେରା ଯେବେଠାରୁ ଦିନ, ଦଣ୍ଡ, ମାସ, ବର୍ଷର ପିଠିରେ ଆୟୁଷ ଶିଡ଼ି ଚଢ଼ି ଜୀବନ ଗଢ଼େ, ସେବେଠାରୁ ବୋଧହୁଏ ମଣିଷକୁ ଶିଡ଼ିର ମୋହ ମୋହାଚ୍ଛନ୍ନ...

ଉତ୍ସର୍ଗୀକୃତ ଡାକ୍ତର

କୋଭିଡ୍‌-୧୯ ମୁକାବିଲା ଦିଗରେ ଡାକ୍ତରମାନେ ସର୍ବାଧିକ ସେବା କରି ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଭାରତୀୟ ବଂଶୋଦ୍ଭବ ଡାକ୍ତର ରବି ସୋଲାଙ୍କି ବ୍ରିଟେନ୍‌ରେ କରୋନା ପ୍ରତିହତ...

ଦଳୀୟ ଗଣତନ୍ତ୍ରର ଅଭାବ

ଆକାର ପଟେଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଦଳ ନୂଆ ନେତା ବାଛିବ। ରାହୁଲଙ୍କ ଇସ୍ତଫା...

ଅଫିସ୍‌ ଅଫ୍‌ ପ୍ରଫିଟ୍‌

ସହଦେବ ସାହୁ   ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୨୦୨୧ରେ ଖଣି ମନ୍ତ୍ରୀ ଥିବା ବେଳେ ନିଜେ ଏକ...

ଜ୍ଞାନର ପରିଭାଷା

ଛାୟାକାନ୍ତ ଷଡ଼ଙ୍ଗୀ ଯେତେବେଳେ ଶିଶୁଟିଏ ପ୍ରଥମେ ବିଦ୍ୟାଳୟକୁ ଯାଏ, ସେ ଥାଏ ଅଜ୍ଞାନ ଓ ଅବୋଧ। ଜୀବନରେ ଭଲ କ’ଣ, ମନ୍ଦ କ’ଣ, ପାପ କ’ଣ,...

ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି

ବୈକୁଣ୍ଠନାଥ ମିଶ୍ର ସରକାରୀ ସ୍ତରରେ ଦରିଦ୍ରର ସଂଜ୍ଞା ନିରୂପଣ ପାଇଁ ଏକ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଛି। ଉକ୍ତ ସଂଜ୍ଞା ଅନୁଯାୟୀ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ...

ଏଇ ଭାରତରେ

ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଅଧିକାଂଶ ଅଞ୍ଚଳର ଚାଷଜମି ମୌସୁମୀବାୟୁ ଜନିତ ବର୍ଷାଜଳ ଉପରେ ନିର୍ଭର କରେ। ଏହାଦ୍ୱାରା ଭଲ ଫସଲ ହେବ ବୋଲି...

ଅପରାଧର ପେଟେଣ୍ଟ ମେଡିସିନ

ଗାଁଠୁ ସହର, ଦେଶଠୁ ବିଦେଶ, ସବୁଠି ଦିନକୁ ଦିନ ବଢ଼ିଚାଲିଛି ଅପରାଧ, ଦୁର୍ନୀତି, କଳାବଜାର। ସରକାର ଯେତେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଅପରାଧ କମିବା...

Advertisement
Archives

Model This Week