ଏଇ ଭାରତରେ

ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ଅସିଥାଏ। ଏହି ଉକ୍ତିକୁ ନିଜ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି କର୍ନାଟକର କୃଷକ ଥମୈହା ପି.ପି.। ଜମି କହିଲେ ୧ ଏକର, କିନ୍ତୁ ସେଥିରେ ୩୦୦ ପ୍ରକାର ଗଛ ଲଗାଇ ବର୍ଷକୁ ୧୦ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ୧୯୮୪ରୁ ସେ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ମଇଶୂର ତହସିଲର ହୁନସୁର୍‌ ବାସିନ୍ଦା ଥମୈହା ବହୁଦିନ ପରିବେଶଗତ ଓ କୃଷି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରେ ସେ ଏହାକୁୁ ପ୍ରତିହତ କରି ସଫଳ ହୋଇଛନ୍ତି। ପାଣିର ଆବଶ୍ୟକତାକୁ ୫୦ ପ୍ରତିଶତ କମ୍‌ କରିବା ସହ ଉପତ୍ାଦନ ୧୦ ଗୁଣ ବଢ଼ାଇ ପାରିଛନ୍ତି। ଏହି ଜମିରେ ସେ ୫ଟି ପର୍ଯ୍ୟାୟରେ ଚାଷ କରୁଛନ୍ତି। ଜମିର ପଶ୍ଚିମ ପାଖରେ ସେ ୩୦ ଫୁଟ୍‌ ବ୍ୟବଧାନରେ ନଡ଼ିଆ ଗଛ ଲଗାଇଛନ୍ତି। ଦୁଇଟି ନଡିଆ ଗଛ ମଧ୍ୟରେ ସପେଟା ଗଛ ଲଗାଇଛନ୍ତି ଓ ଏହି ମଧ୍ୟରେ ଲଗାଇଛନ୍ତି କଦଳୀ ଗଛ। ନଡ଼ିଆ ଗଛ ତଳେ ଲଗାଇଛନ୍ତି ଆରେକା ନଟ୍‌ ଓ ଗୋଲମରିଚ । ଏହା ମଧ୍ୟରେ ଲଗାଇଛନ୍ତି ବିଭିନ୍ନ ମସଲା ଗଛ। ଥମୈହା ଜମିର ଦକ୍ଷିଣ ପାଖରେ ଆମ୍ବ, ଜାମୁ, ପଣସ ଓ ବେଲ ଲଗାଇବା ସହ ଏହି ଗଛ ତଳେ ଲେମ୍ବୁ ଓ ସଜନା ଗଛ ଲଗାଇଛନ୍ତି। ମୁଗ ଚାଷ ବି ହେଉଛି। ଏହାବାଦ୍‌ ସେ ହଳଦୀ, ଓଲୁଅ, ମାଟିଆଳୁ,ଅଦା, ଗାଜର ଓ ଆଳୁ ଚାଷ ମଧ୍ୟ କରୁଛନ୍ତି। କେବଳ ଏତିକିରେ ସୀମିତ ରହିନି ଥମୈହାଙ୍କ ଚାଷ। ସେ ଫାର୍ମରେ ୧୪୦ ପ୍ରକାର ଓ୍ୟଷଧୀୟ ଗଛ,ଅଁଳା,ରେଶମା ଚେରି,କଫି,ରୋଜଉଡ୍‌,ଆତ, ଚନ୍ଦନ ଓ ଆଖୁ ଚାଷ ବି କରୁଛନ୍ତି। ସେ ଏହି ଫାର୍ମରେ ୬ଟି ଗାଡିଆ କରି ବର୍ଷା ଜଳ ସଂରକ୍ଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାବୁ ତିଆରି କାରଖାନା

ମନ-ମାନଚିତ୍ର / ଡ. ନରହରି ବେହେରା ଭାରତ ହେଉଛି ଋଷି ଓ କୃଷିର ଦେଶ। ସମୟ ଥିଲା ଏ ଦେଶର ମୁନିଋଷିମାନେ ଏ ମାଟିର ପଥପ୍ରଦର୍ଶକ...

ବିବାଦୀୟ ନିଯୁକ୍ତି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଭାବେ ଯୁଗ୍ମ ପୋଲିସ ମହାନିର୍ଦ୍ଦେଶକ ର଼୍ୟାଙ୍କ୍‌ର ପୋଲିସ ଅଧିକାରୀ ଓ.ପି. ସିଂଙ୍କ...

ପ୍ରାଣୀ ସେବାର ସ୍ବପ୍ନ

ମାନେକା ଗାନ୍ଧୀ ମାୟା କ’ଣ? ଏହା ଜାଣିବାକୁ ଚାହିଁଲେ ମହର୍ଷିି ନାରଦ। ଏଥିପାଇଁ ସେ ବିଷ୍ଣୁଙ୍କୁ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ...

ଏଇ ଭାରତରେ

ସେବାରେ ବୟସ ବାଧକ ସାଜେନି ଯାହା ପ୍ରମାଣ କରିଛନ୍ତି କେରଳର ଅବଦୁଲ ଖାଦର। ସେ ଏକ ‘ଫୁଡ୍‌ ବ୍ୟାଙ୍କ’ ଖୋଲି ପ୍ରତିଦିନ ଗରିବ ଓ ଅସହାୟମାନଙ୍କୁ...

ପଞ୍ଜାବରେ ଗ୍ୟାଙ୍ଗ୍‌ୱାର

ଖ୍ୟାତନାମା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୂସଓ୍ବୋଲା ନାମରେ ପରିଚିତ ଶୁଭଦୀପ୍‌ ସିଂ ସିଦ୍ଧୁଙ୍କୁ ୨୯ ମେ’ରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା...

ଧଳା ବଦଳରେ କଳା ହେଲେ ଜୋକ

ତୁଷାରକାନ୍ତ ସେତେବେଳର ଲୋଭନୀୟ ଚାକିରି ଛାଡ଼ି ଜାତୀୟକବି ବୀରକିଶୋର ଦାସ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ଅସୁମାରି କବିତା ଲେଖିଥିଲେ। ସେଥିମଧ୍ୟରୁ ଯେଉଁଟି ଅନ୍ୟମାନଙ୍କୁ...

ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା...

ସୁଖ କେଉଁଠି ଥାଏ

ମୋହନ ଚରଣ ବିଷି ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍‌ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି...

Advertisement
Archives

Model This Week