ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ ଖୁଆଇବାରେ ବ୍ୟୟ କରୁଛନ୍ତି। ପବୁରାମ ମନ୍ଦା ଓ ତାଙ୍କ ସ୍ତ୍ରୀ ମୁନି ଦେବୀଙ୍କ ଏଭଳି ମହତ୍‌ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ଦମ୍ପତି ରହନ୍ତି ରାଜସ୍ଥାନର ଯୋଧପୁରରେ। ସେମାନେ ଯୋଧପୁରର ତିନଓ୍ବାରୀ ତହସିଲର ପାଖାପାଖି ୮୦ଟି ଗାଁ ଗରିବ ପରିବାରକୁୁ ରାଶନ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଦୁଇ ପୁଅ ତାଙ୍କୁ ସାହାଯ୍ୟ କରୁଛନ୍ତି । ସାନ ପୁଅ ଡ. ଭଗିରଥ ମନ୍ଦା ଦିଲ୍ଲୀର ଡେପୁଟି ଇନକମ୍‌ ଟ୍ୟାକ୍ସ କମିଶନର ଅଛନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ସହଯୋଗ କରୁଛି। ମନ୍ଦା ଦମ୍ପତି ଚାଷରୁ ରୋଜଗାର କରି ପିଲାଙ୍କୁ ପଢ଼ାଇ ମଣିଷ କରିବା ପରେ ଯେଉଁ ଅର୍ଥ ସଞ୍ଚୟ କରିଥିଲେ ତାହାକୁ ଏହି କାର୍ଯ୍ୟରେ ଲଗାଇଦେଇଛନ୍ତି। ଏହି ଦମ୍ପତି ୮୦ଟି ଗାଁରେ ୬ ହଜାରରୁ ଊର୍ଦ୍ଧ୍ୱ ଗରିବ ପରିବାରକୁ ଚିହ୍ନଟ କରି ରାଶନ ସାମଗ୍ରୀ ଯୋଗାଇ ଦେବାର ଯୋଜନା କରିଛନ୍ତି ।
ଏହି କାର୍ଯ୍ୟ ଏପ୍ରିଲ ୫ରୁ ଆରମ୍ଭ କରାଯାଇଛି ଓ ଏବେ ସୁଦ୍ଧା ୨୫ଟି ଗାଁର ୨,୨୦୦ରୁ ଊର୍ଦ୍ଧ୍ୱ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦିଆଗଲାଣି। ସେମାନେ ପ୍ରତି ପରିବାରକୁ ୧୦ କେଜି ଅଟା,୧ କେଜି ଡାଲି,୧ ଲିଟର ଖାଇବା ତେଲ,ବିସ୍କୁଟ ତଥା ହଳଦୀ, ଲଙ୍କା ଓ ଧନିଆଗୁଣ୍ଡ ଯୋଗାଇ ଦେଉଛନ୍ତି। କୋଭିଡ୍‌-୧୯ର ମୁକାବିଲା କରିବା ଲାଗି ଲୋକମାନଙ୍କୁ ଏମାନେ ସାନିଟାଇଜର ଓ ସାବୁନ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାରବାଦ ପ୍ରତିବଦ୍ଧତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଶୁଦ୍ଧ ଶାକାହାରୀ ଉତ୍ସବ ସମ୍ଭବତଃ ଭଲ। ଏଥିରେ ତୁମକୁ ଶୁଦ୍ଧ ଶାକାହାରୀମାନେ ବିନା ମାଂସ, କ୍ଷୀର, ଅଣ୍ଡାର ବ୍ୟକ୍ତିଟିଏ କରିବା...

ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ...

ଏଇ ଭାରତରେ

ଇ କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ପସନ୍ଦର ଜିନିଷ ଘରେ ପହଞ୍ଚୁଥିବା ଭଳି ଏବେ ବେଙ୍ଗାଲୁରୁର ୨ ଭଉଣୀ ଯଶୋଦା ଏବଂ ରେହା କାରୁତୁରି ଲୋକଙ୍କୁ ପୂଜାଫୁଲ...

ଟିକା ଉପରେ ସନ୍ଦେହ କାହିଁକି

ଡ. ନରେନ୍ଦ୍ର ସେଠୀ   ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ୨୦୨୦ରେ କରୋନାକୁ ଏକ ବୈଶ୍ୱିକ ମହାମାରୀ ଘୋଷଣା କରିବା ପରେ ଏହାଦ୍ୱାରା ୩୦ ଲକ୍ଷରୁ...

ନିଶାର ମରଣଯନ୍ତା

ଡା. ଉମେଶ ଚନ୍ଦ୍ର ପାତ୍ର କିଛି କ୍ଷଣର ଉନ୍ମାଦନା ବା ଅବ୍ୟବସ୍ଥିତ ଦୈନନ୍ଦିନ ଭିତରେ ନିଶା ବ୍ୟବହାର କରୁଥିବା ଲୋକଟି ପ୍ରକାରାନ୍ତରେ ସେହି ନିଶା ଦାନବର...

ଚତୁର କୁଆ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କିଛିଦିନ ତଳେ ବଡ଼ିଭୋରରୁ ମୁଁ ପ୍ରାତଃଭ୍ରମଣରେ ବାହାରିବା ବେଳେ ମୋ ଗେଟ୍‌ ଉପରେ ବସିଥିବା ଏକ କୁଆ ମୋତେ ଚାହିଁ...

ଏଇ ଭାରତରେ

ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ। ଏହି ବଦଭ୍ୟାସଠାରୁ ଦୂରେଇ ରହିଛନ୍ତି ଗୋଟିଏ ଗଁ।ର ବାସିନ୍ଦା। ହରିୟାଣାର ଶେଷ ମୁଣ୍ଡରେ ରାଜସ୍ଥାନକୁ ଲାଗିଥିବା ଗାଁ ହେଉଛି ଟିକଲା।...

ଏଇ ଭାରତରେ

ମାତ୍ର ୧୦ ବର୍ଷ ବୟସରେ ବେଙ୍ଗାଲୁରୁର ମାନ୍ୟ ହର୍ଷ ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ବିଭିନ୍ନ ପରିବା ଚୋପାରୁ ପରିବେଶ ଉପଯୋଗୀ କାଗଜ ପ୍ରସ୍ତୁତ...

Advertisement
Archives

Model This Week