ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ ଖୁଆଇବାରେ ବ୍ୟୟ କରୁଛନ୍ତି। ପବୁରାମ ମନ୍ଦା ଓ ତାଙ୍କ ସ୍ତ୍ରୀ ମୁନି ଦେବୀଙ୍କ ଏଭଳି ମହତ୍‌ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ଦମ୍ପତି ରହନ୍ତି ରାଜସ୍ଥାନର ଯୋଧପୁରରେ। ସେମାନେ ଯୋଧପୁରର ତିନଓ୍ବାରୀ ତହସିଲର ପାଖାପାଖି ୮୦ଟି ଗାଁ ଗରିବ ପରିବାରକୁୁ ରାଶନ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଦୁଇ ପୁଅ ତାଙ୍କୁ ସାହାଯ୍ୟ କରୁଛନ୍ତି । ସାନ ପୁଅ ଡ. ଭଗିରଥ ମନ୍ଦା ଦିଲ୍ଲୀର ଡେପୁଟି ଇନକମ୍‌ ଟ୍ୟାକ୍ସ କମିଶନର ଅଛନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ସହଯୋଗ କରୁଛି। ମନ୍ଦା ଦମ୍ପତି ଚାଷରୁ ରୋଜଗାର କରି ପିଲାଙ୍କୁ ପଢ଼ାଇ ମଣିଷ କରିବା ପରେ ଯେଉଁ ଅର୍ଥ ସଞ୍ଚୟ କରିଥିଲେ ତାହାକୁ ଏହି କାର୍ଯ୍ୟରେ ଲଗାଇଦେଇଛନ୍ତି। ଏହି ଦମ୍ପତି ୮୦ଟି ଗାଁରେ ୬ ହଜାରରୁ ଊର୍ଦ୍ଧ୍ୱ ଗରିବ ପରିବାରକୁ ଚିହ୍ନଟ କରି ରାଶନ ସାମଗ୍ରୀ ଯୋଗାଇ ଦେବାର ଯୋଜନା କରିଛନ୍ତି ।
ଏହି କାର୍ଯ୍ୟ ଏପ୍ରିଲ ୫ରୁ ଆରମ୍ଭ କରାଯାଇଛି ଓ ଏବେ ସୁଦ୍ଧା ୨୫ଟି ଗାଁର ୨,୨୦୦ରୁ ଊର୍ଦ୍ଧ୍ୱ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦିଆଗଲାଣି। ସେମାନେ ପ୍ରତି ପରିବାରକୁ ୧୦ କେଜି ଅଟା,୧ କେଜି ଡାଲି,୧ ଲିଟର ଖାଇବା ତେଲ,ବିସ୍କୁଟ ତଥା ହଳଦୀ, ଲଙ୍କା ଓ ଧନିଆଗୁଣ୍ଡ ଯୋଗାଇ ଦେଉଛନ୍ତି। କୋଭିଡ୍‌-୧୯ର ମୁକାବିଲା କରିବା ଲାଗି ଲୋକମାନଙ୍କୁ ଏମାନେ ସାନିଟାଇଜର ଓ ସାବୁନ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri