ଏଇ ଭାରତରେ

କରୋନାର ମୁକାବିଲା କରିବାରେ ଉତ୍ତରାଖଣ୍ଡର ଯୁବକ ଗଣେଶ ଭଟ୍ଟଙ୍କ ଯୋଗଦାନ ପ୍ରଶଂସନୀୟ। ତେହରି ଜିଲା ଦେବପ୍ରୟାଗରେ ରହୁଥିବା ଗଶେଶ ଲକ୍‌ଡାଉନ ସମୟରେ କାର୍‌କୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରୁଛନ୍ତି। ସେ ଦୁର୍ଗମ ପାହାଡିଆ ଅଞ୍ଚଳରୁ ରୋଗୀମାନଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ଲକ୍‌ଡାଉନ ସମୟରେ ୧୦୮ ଆମ୍ବୁଲାନ୍ସକୁ କଲ୍‌ କଲେ ତାହା ସବୁବେଳେ ବ୍ୟସ୍ତ ରହିବା ଯୋଗୁ ଲୋକମାନେ ମୁଖ୍ୟତଃ ଗର୍ଭବତୀ ମହିଳା, ହୃଦରୋଗ ତଥା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ବରିଷ୍ଠ ନାଗରିକମାନେ ବେଶି ଅସୁବିଧାରେ ପଡିବା ଲକ୍ଷ୍ୟ କରିଥିଲେ ଗଣେଶ। ପରେ ସେ ତାଙ୍କ କାର୍‌ରେ ରୋଗୀମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ଲାଗିଛନ୍ତି। ଏଥିଲାଗି ତାଙ୍କୁ ପୋଲିସ ଓ ପ୍ରଶାସନ ମଧ୍ୟ ସହଯୋଗ କରୁଛି। ଦୈନିକ ସେ ହାରାହାରି ୪ ଜଣଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେଉଛନ୍ତି। ଆମ୍ବୁଲାନ୍ସ ପାଲଟିଥିବା ଗଶେଶଙ୍କ ନୀଳ ରଙ୍ଗର ଟାଟା ନାନୋର ଆଗ ଓ ପଛରେ ତାଙ୍କ ଯୋଗାଯୋଗ ନମ୍ବର ବି ଲେଖି ଦେଇଛନ୍ତି। ଦିନରାତି ସେ ଜିଲାର ସବୁଆଡେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। ୨୧ ମାର୍ଚ୍ଚ ୨୦୨୦ରେ ସେ ତାଙ୍କ ଫେସ୍‌ବୁକରେ ଯୋଗାଯୋଗ ନମ୍ବର ପୋଷ୍ଟ କରିବା ସହ ଜରୁରୀ ସେବା ଲାଗି ତାଙ୍କୁ କଲ୍‌ କରିବା ପାଇଁ ନିବେଦନ କରିଥିଲେ। ପରେ ସେ ପ୍ରଥମେ ଜଣେ ଗର୍ଭବତୀ ମହିଳାଙ୍କଠାରୁ କଲ୍‌ ପାଇବା ପରେ ତାଙ୍କ ହସ୍ପିଟାଲରେ ପହଞ୍ଚାଇଥିଲେ । ପରେ ହାତ ଭାଙ୍ଗିଯାଇଥିବା ଜଣେ ଶିଶୁ ଥିଲା ତାଙ୍କୁ ଦ୍ୱିତୀୟ ରୋଗୀ। ସେ ଲୋକମାନଙ୍କୁ ଓ୍ୟଷଧ ଓ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇଦେଉଛନ୍ତି। ଦିନକୁ ଦିନ କଲ୍‌ ସଂଖ୍ୟା ବୃଦ୍ଧି ପାଇବାରୁ ଗଣେଶଙ୍କୁ ଏହି କାର୍ଯ୍ୟରେ ଏକ ସ୍ବେଚ୍ଛାସେବୀ ଦଳ ସାହାଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri