ଏଇ ଭାରତରେ

କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ସଙ୍କଟରେ ପକାଇଛି। ଦୈନିକ ହଜାର ହଜାର ଲୋକ ଏହି ସଂକ୍ରମଣରେ ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି। ଭାରତରେ ଏହା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ ଅବଧି ମଧ୍ୟ ବୃଦ୍ଧି କରିଛନ୍ତି। ଏହି ସମୟରେ ଦିନ ମଜୁରିଆମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସରକାର ସହାୟତା ଯୋଗାଇ ଦେଇଥିବା ସତ୍ତ୍ୱେ କେତେକ ଲୋକ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି। ଏମାନଙ୍କ ମଧ୍ୟରେ କେରଳର କୃଷକ ଯଦୁ ଏସ୍‌.ବାବୁଙ୍କ ବଦାନ୍ୟତା ଚର୍ଚ୍ଚାର ବିଷୟ ପାଲଟିଛି। ବାବୁଙ୍କ ବୟସ ୨୫। ଇଡ୍ଡୁକି ଜିଲାର ଅନାକ୍କାରା ଗାଁରେ ରହନ୍ତି ସେ। ୧.୫ ଏକର ଜମିରେ ଜୈବିକ ପଦ୍ଧତିରେ ପରିବା ଚାଷ କରିଛନ୍ତି। ତାଙ୍କ ଜମିରୁ ଏବେ ଯେତେ ପରିବା ଆମଦାନୀ ହେଉଛି ସେସବୁକୁ ମାଗଣାରେ ଶ୍ରମିକମାନଙ୍କୁ ଦେଉଛନ୍ତି। ଯଦୁୁ ଫସଲରେ ରାସାୟନିକ ସାର, କୀଟନାଶକ ବ୍ୟବହାର କରନ୍ତିନି। ଏଥିପାଇଁ ପରିବା ବ୍ୟବସାୟୀମାନେ ଚଢ଼ା ଦରରେ ପରିବା କିଣିବାକୁ ଚାହଁୁଥିଲେ ବି ଲକ୍‌ଡାଉନ ସମୟରେ ସେ ପରିବା ବିକ୍ରି ବନ୍ଦ କରିଦେଇ ଦିନ ମଜୁରିଆମାନଙ୍କୁ ବାଣ୍ଟି ଦେଉଛନ୍ତି। ସେ ଆମ୍ମାକୋରେମ୍ମା ଏନ୍‌ଜିଓ ମାଧ୍ୟମରେ ଶ୍ରମିକମାନଙ୍କୁ ପରିବା ଦେଉଛନ୍ତି। କେବଳ ଏତିକି ନୁହେଁ,ଯଦୁ ଓ ତାଙ୍କ ସାଥୀମାନେ ଲୋକଙ୍କ ନିକଟରେ ଗ୍ରସେରୀ ବି ପହଞ୍ଚାଇଦେଉଛନ୍ତି। ମେରାଇନ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିବାପରେ ଭଲ ଦରମାରେ ଚାକିରି କରିବାର ସୁଯୋଗ ରହିଥିଲେ ବି ସେ ଚାଷ କରିବାକୁ ପସନ୍ଦ କରିଛନ୍ତି। ଲକ୍‌ଡାଉନ ସମୟରେ ଭୋକରେ ରହୁଥିବା ଲୋକମାନଙ୍କୁ ସାହାଯ୍ୟ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହନ୍ତି ଯଦୁ।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri