ଏଇ ଭାରତରେ

କୋଭିଡ-୧୯ କରୋନା ଭାଇରସ୍‌କୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱ ସବୁ ବଳ ଖଟାଇ ଦେଇଛି। ହେଲେ ତାହାକୁ କାବୁ କରାଯାଇପାରୁନାହିଁ। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ବିଶ୍ୱରେ ବୈଜ୍ଞାନିକମାନେ ଓଷଧ ବିକାଶ କରିବାରେ ଲାଗିଥିବାବେଳେ ଭାରତରେ ଦୁଇଜଣ ପୂର୍ବତନ ଆଇଆଇଟି ଛାତ୍ର କରୋନା ଭାଇରସ୍‌କୁ ରୋକିବା ଲାଗି ଏକ ରୋବୋ ନିର୍ମାଣ କରିଛନ୍ତି। ଏହି ଦୁଇଜଣ ଯୁବ ବୈଜ୍ଞାନିକ ହେଉଛନ୍ତି ଦେବଯାନ ଶାହା ଓ ଡ. ଶଶି ରଞ୍ଜନ। ମଣିଷ ଭଳି ଦେଖିବାକୁ ଏହି ରୋବୋର ନାମ‘ ଏୟାରଲେନ୍ସ ମାଇନସ୍‌ କରୋନା’ ରଖାଯାଇଛି। ହସ୍ପିଟାଲ, ବସଷ୍ଟାଣ୍ଡ୍‌,ରେଲଓ୍ବେ ଷ୍ଟେଶନ, ଶପିଂ ମଲ୍‌ ଆଦି ସ୍ଥାନରେ ଏହି ରୋବୋ ଆଇଓନାଇଜଡ୍‌ ଓ୍ବାଟର ସ୍ପ୍ରେ କରି କରୋନା ଭୂତାଣୁକୁ ଶେଷ କରିପାରିବ ବୋଲି କହନ୍ତି ଶାହା। ସ୍ପ୍ରେ ମାଧ୍ୟମରେ କରୋନା ଭୂତାଣୁର ପ୍ରୋଟିନ କୋଟିଂକୁ ନଷ୍ଟ କରିପାରିବ। ଲକ୍‌ଡାଉନ ସମୟରେ ଶହା କୋଲକାତାରେ ଓ ଡ. ଶଶି ଦିଲ୍ଲୀରେ ରହୁଥିଲେ ମଧ୍ୟ ସେହି ଅଞ୍ଚଳରେ ଉପଲବ୍ଧ ହେଉଥିବା ସଂସାଧନକୁ ଉପଯୋଗ କରି ସେମାନେ ଏହାର ପ୍ରୋଟୋଟାଇପ୍‌ ବା ପ୍ରତିକୃତି ନିର୍ମାଣ କରିଛନ୍ତି। ଏହାର ପରୀକ୍ଷା ପାଇଁ ବିଜ୍ଞାନ ଓ ଜ୍ଞାନକୌଶଳ ବିଭାଗ ଅଧୀନରେ ଥିବା ଜ୍ଞାନକୌଶଳ ବିକାଶ ବୋର୍ଡ ନିକଟକୁ ପଠାଇଛନ୍ତି। ତେବେ ଏହି ସଂକଟ ସମୟରେ ଏଭଳି ଅଧିକ ରୋବୋ ନିର୍ମାଣ କରିବାକୁ ଇଞ୍ଜିନିୟରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ବିଭାଗକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଏ ପଢ଼ିବେ କେମିତି

ଦ୍ୱିତୀ ଚନ୍ଦ୍ର ସାହୁ   ଟିଭି ପର୍ଦ୍ଦାରେ ଦେଖାଗଲା ବ୍ରେକିଂ ନ୍ୟୁଜ୍‌, ଲେଖାଥିଲା ରାଜ୍ୟରେ ନୂଆବର୍ଷରେ ଖୋଲିବ ବିଦ୍ୟାଳୟ। ଘରେ ଥିବା ପିଲାମାନେ ମୁହଁ ଶୁଖେଇଦେଲେ...

କ୍ଷମାର ମୂଲ୍ୟ

ହରିଶ୍ଚନ୍ଦ୍ର ଅରିଶଲ୍ୟ ପ୍ରଭୁ ଯିଶୁଖ୍ରୀଷ୍ଟ ମାନବ ଜାତି ପାଇଁ ଉତ୍ସର୍ଗ କରୁଥିବା ଅଦ୍ୱିତୀୟ ବଳିଦାନକୁ ସ୍ମରଣ କରିବା ଲାଗି ଶୁଭ ଶୁକ୍ରବାର ବିଶ୍ୱବ୍ୟାପୀ ପାଳନ କରାଯାଏ।...

ଷଣ୍ଢମାର୍କା ଟୋକା

ମନ-ମାନଚିତ୍ର ଡ. ନରହରି ବେହେରା ମାଇନର ପଢ଼ିବାବେଳେ ମୋ ଜେଜେ ଥରେ ପାଖକୁ ଡାକି କହିଲେ- ଆରେ ନାତିଆ, ସବୁ କରିବୁ, ହେଲେ ଷଣ୍ଢମାର୍କା ଟୋକାଙ୍କ...

କୁମ୍ଭୀର କାନ୍ଦଣା କାହିଁକି

ଡ. ଗୌରାଙ୍ଗ ଚରଣ ରାଉତ କାଳେ କାଳେ କୃଷକମାନଙ୍କର କରୁଣ ଏବଂ କଷଣର କାହାଣୀ କାହାରିକୁ ଅଛପା ନୁହେଁ। ‘କୃଷିକାର ପ୍ରାୟ କୃଶ କରି କାୟ...

ଉଚ୍ଚସ୍ଥାନରୁ ଚିତ୍କାର

ଚଳିତ ମାସ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିବା ପରେ ଦେଶବ୍ୟାପୀ ଏହାର...

ଏଇ ଭାରତରେ

ଏକା ସାଙ୍ଗରେ ଜଳ ସଙ୍କଟ ଦୂର ହେଉଛି, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ରକ୍ଷା କରାଯାଉଛି ଓ କୃଷକଙ୍କ ଆୟ ବୃଦ୍ଧି ମଧ୍ୟ ହେଉଛି ।...

ପାରାଙ୍କୁ ଘୃଣା କାହିଁକି

ମାନେକା ଗାନ୍ଧୀ ମାସକ ପୂର୍ବେ ମୁଁ ମୁମ୍ବାଇର ଲୋକଙ୍କଠାରୁ ଏକ ଦୁଃଖଦ କଲ୍‌ ପାଇଥିଲି ଯେ, ପୌର କମିଶନର ହଠାତ୍‌ ଖରଠାରେ ରାସ୍ତାକଡ଼ରେ ପାରାମାନଙ୍କୁ ଖାଇବାକୁ...

ଦକ୍ଷତା ବିକାଶ ଓ ଯୁବବର୍ଗ

ଶୁଭନାରାୟଣ ଶତପଥୀ ଯୁବବର୍ଗଙ୍କ ନିମନ୍ତେ କୌଶଳ ଓ ଦକ୍ଷତାର ଆବଶ୍ୟକତା ଢେର ବେଶି। ଯୁବକ ନିଜର ଶିକ୍ଷା, କୌଶଳକୁ ଯେତେ ଉନ୍ନତ କରନ୍ତି ସେ ସେତେ...

Advertisement
Archives

Model This Week