ଏଇ ଭାରତରେ

ଭାରତରେ ଲକ୍‌ଡାଉନ ନିୟମ ଭଙ୍ଗ କରିବା ଅଭିଯୋଗରେ ଲୋକମାନଙ୍କୁ ପୋଲିସ ଦଣ୍ଡ ଦେବା ଦୃଶ୍ୟ ସୋସିିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିନ୍ତୁ ଦିଲ୍ଲୀର ଜଣେ ପୋଲିସ ଅଫିସର୍‌ ଅବହେଳିତ ଲୋକମାନଙ୍କ ଯନତ୍ ନେବାରେ ଲାଗିଛନ୍ତି। ଡିଫେନ୍ସ କଲୋନୀରେ ଥିବା ପୋଲିସ ଷ୍ଟେଶନର ଇନଚାର୍ଜ ଷ୍ଟେଶନ ହାଉସ ଅଫିସର(ଏସ୍‌ଏଚ୍‌ଓ) ଅରବିନ୍ଦ କୁମାର ଏଭଳି ସେବାରେ ଲାଗିଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୪୮। ରହୁଛନ୍ତି ଦକ୍ଷିଣ ଦିଲ୍ଲୀରେ। ଥାନା ପଛପଟେ ଇନ୍ଦିରା କ୍ୟାମ୍ପ ବସ୍ତି ଅଞ୍ଚଳର ଦିନମଜୁରିଆ, ସଫାଇ କର୍ମଚାରୀ ଓ ଅନ୍ୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପରିବାରକୁ ସେ ଖାଦ୍ୟ ଯୋଗାଉଛନ୍ତି। ପ୍ରାୟ ୩୫୦ ପରିବାର ପାଖରେ ରାଶନ କାର୍ଡ ନ ଥିବା ଜାଣିବା ପରେ ସେ ଥାନା ତରଫରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି। ସରକାର ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ଅରବିନ୍ଦ ଏଭଳି ସେବା ଜାରି ରଖିଛନ୍ତି। ପ୍ରତ୍ୟେକ ଫୁଡ୍‌ ବ୍ୟାଗରେ ୨ କେଜି ଚାଉଳ,୨ କେଜି ଅଟା, ୨ କେଜି ଡାଲି ସହ ୧ ଲିଟର ତେଲ ମଧ୍ୟ ଦେଉଛନ୍ତି। ପିଲାମାନଙ୍କୁ ବି ଖାଦ୍ୟ ଯୋଗାଇ ଦିଆଯାଉଛିି। ଲୋକମାନଙ୍କୁ ମାସ୍କ, ଗ୍ଲୋବ୍‌ ଓ ସାନିଟାଇଜର ମଧ୍ୟ ବାଣ୍ଟୁଛନ୍ତି। ଅରବିନ୍ଦଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଡିଫେନ୍ସ କାଲୋନୀ ମଧ୍ୟ ଆଗେଇ ଆସିଛି। ସେମାନେ ଖାଦ୍ୟ ସାମଗ୍ରୀ ଦାନ କରୁଛନ୍ତି। ଅରବିନ୍ଦ ଏହି କାର୍ଯ୍ୟରେ କେତେଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରିଛନ୍ତି। ସେମାନେ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରି ଏହା ମାଧ୍ୟମରେ ଲୋକଙ୍କ ଜରୁରୀ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇପାରୁଛନ୍ତି। ଖାଦ୍ୟ ସାମଗ୍ରୀ ସଂଗ୍ରହ କରାଯିବା ପରେ ପୋଲିସ୍‌ ଗାଡିରେ ତାହାକୁ ନିଆଯାଉଛି। ଦିନକୁ ଦୁଇ ଥର ସକାଳ ୧୧.୩୦ରେ ଓ ସନ୍ଧ୍ୟା ୫ଟାରେ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri